କଟକ : ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲା ଓ ୮ଟି ସହରରେ ଲକ ଡାଉନ ଘୋଷଣା ସଂକ୍ରାନ୍ତରେ ପୁଲିସ ଡିଜି ଅଭୟ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲେ। ଲକ ଡାଉନ ଘୋଷଣା ହୋଇଥିବା ଜିଲ୍ଲା ଓ ସହରର ଏସପି ଓ ଡିସିପିଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରାଯାଇଥିଲା। ଆଜି ସନ୍ଧ୍ୟା ୫ଟାରୁ ୬ଟା ୩୦ ପର୍ଯ୍ୟନ୍ତ ଏହି ବୈଠକ ବସିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଛକ ବଜାର ଗୁଡ଼ିକରେ କିଭଳି ସ୍ଥିତି ନିୟନ୍ତ୍ରଣ କରାଯିବ ଏବଂ ଯାନବାହାନ ଚଳାଚଳ ଉପରେ ରୋକ୍ ଲଗାଯାଇପାରିବ, ସେ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା। ଆଜି ଦ୍ବିତୀୟ ପର୍ଯ୍ୟାୟରେ ଘୋଷଣା କରାଯାଇଥିବା ଅନ୍ୟ ଜିଲ୍ଲାଗୁଡ଼ିକର ସ୍ଥିତି ମଧ୍ୟ ଡିଜି ସମୀକ୍ଷା କରିଥିଲେ। ଏହି ବୈଠକରେ ଡିଜି ରାଜ୍ୟର ନକ୍ସଲ ସ୍ଥିତି ଉପରେ ମଧ୍ୟ ସମୀକ୍ଷା କରିଥିଲେ। ଛତିଶଗଡ଼ରେ ନକ୍ସଲ ଆକ୍ରମଣରେ ଯବାନ ମୃତାହତ ହୋଇଥିବାରୁ ଓଡ଼ିଶାରେ ଏବେ ନକ୍ସଲଙ୍କ ଅବସ୍ଥିତି ସଂକ୍ରାନ୍ତରେ ମଧ୍ୟ ଡିଜି ଆଲୋଚନା କରିଥିଲେ। ଆଗାମୀ ଦିନରେ ରାଜ୍ୟରେ ନକ୍ସଲ ଦମନ କ୍ଷେତ୍ରରେ କିଭଳି ଅଧିକ ନଜର ଦିଆଯିବ, ସେ ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା। ଏହି ବୈଠକରେ ରେଞ୍ଜ ଆଇଜି/ଡିଆଇଜିଙ୍କ ସମେତ ଅନ୍ୟ ବରିଷ୍ଠ ଅଫିସରମାନେ ଉପସ୍ଥିତ ଥିବା ସୂଚନା
ଟିକସଦାତାଙ୍କୁ ଟିକସ କାର୍ଯ୍ୟାଳୟକୁ ନ ଆସିବାକୁ ପରାମର୍ଶ
କଟକ : ଟିକସଦାତାଙ୍କୁ ଇଲେକ୍ଟ୍ରୋନିକ୍ ବ୍ୟବସ୍ଥାର ବ୍ୟାପକ ବ୍ୟବହାର ଉପରେ ଗୁରୁତ୍ବାରୋପ କରିବା ପାଇଁ ପରାମର୍ଶ ଦିଆଯାଇଛି। କରୋନା ସଂକ୍ରମଣ ରୋକିବା ଦିଗରେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଲକ୍ ଡାଉନ୍ ପରିପ୍ରେକ୍ଷୀରେ ଟିକସଦାତା ଯଥା ସମ୍ଭବ ଟିକସ୍ କାର୍ଯ୍ୟାଳୟକୁ ନ ଆସିବାକୁ କୁହାଯାଇଛି। ଆବଶ୍ୟକ ସେବା ପାଇବା ପାଇଁ ଓ ନିଜ ସୁବିଧା ସଂପର୍କରେ ଜଣାଇବା ନିମନ୍ତେ ଇଲେକ୍ଟ୍ରୋନିକ୍ ବ୍ୟବସ୍ଥା ବ୍ୟବହାର କରି ପାରିବେ। କୌଣସି ଗୁରତର ଅସୁବିଧା କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ହସ୍ତକ୍ଷେପର ଆବଶ୍ୟକତା ଥିଲେ, ଏ ସଂପର୍କିତ ଅସୁବିଧା ସଂକ୍ରାନ୍ତରେ ‘[email protected]କୁ ତଥ୍ୟ ଇ-ମେଲ୍ ଜରିଆରେ ପଠାଯାଇ ପାରିବ।
ଜିଲ୍ଲାସ୍ତରୀୟ ପରଚେଜ କମିଟିର କ୍ଷମତା ବଢ଼ିଲା
ଭୁବନେଶ୍ବର : ରାଜ୍ୟରେ କରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଜରୁରୀକାଳୀନ ପରଚେଜ୍ କମିଟିର କ୍ଷମତାକୁ ବୃଦ୍ଧି କରାଯାଇଛି। ଏହି କ୍ଷମତା ବଳରେ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକସ୍ତରରେ ଓ ଜିଲ୍ଲାପାଳଙ୍କ ଜରିଆରେ ଜରୁରୀ ସାମଗ୍ରୀ, ଔଷଧ, ମେଡିକାଲ ଯନ୍ତ୍ରପାତି ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷ କିଣାଯାଇପାରିବ। ଏ ନେଇ ଗତ ୨୧ ତାରିଖରେ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜି କେତେ ଟଙ୍କା ପର୍ଯ୍ୟନ୍ତ ଜିନିଷ କିଣିପାରିବେ, ତାହାର ଏକ ସବିଶେଷ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ନିର୍ଦ୍ଦେଶକସ୍ତରୀୟ କମିଟିର ୧୦ଲକ୍ଷ ଟଙ୍କା(ରିକରିଂ)ର କ୍ଷମତା ଥିବା ବେଳେ ଏବେ ଏହାକୁ ୫୦ ଲକ୍ଷ ଟଙ୍କା ବୃଦ୍ଧି କରାଯାଇଛି। ସେହିପରି ନନ୍-ରିକିରିଂ କ୍ଷେତ୍ରରେ ୫୦ ଲକ୍ଷ ଟଙ୍କାର କ୍ଷମତା ଥିବା ବେଳେ ଏହାକୁ ଏହାକୁ ଦେଢ଼ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ପୂର୍ବରୁ ଜିଲ୍ଲାପାଳଙ୍କ କ୍ଷେତ୍ରରେ ଏହା ୫ଲକ୍ଷ ଟଙ୍କା(ରିକରିଂ) ଥିବା ବେଳେ ଏବେ ଏହାକୁ ୨୫ଲକ୍ଷ ଟଙ୍କାକୁ ବଢ଼ାଇ ଦିଆଯାଇଛି। ସେହିପରି ନନ୍-ରିକରିଂ କ୍ଷେତ୍ରରେ ପୂର୍ବରୁ ୨୫ଲକ୍ଷ ଟଙ୍କାର କ୍ଷମତା ଥିବା ବେଳେ ଏବେ ତାହାକୁ ୭୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ତେବେ ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏହି ଅସ୍ଥାୟୀ ବୃଦ୍ଧି ବଳବତ୍ତର ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/police-dg-1.jpg)