ନୂଆଦିଲ୍ଳୀ: ସୋସିଆଲ୍ ମିଡିଆରେ ଜଣେ ମଡେଲ୍ଙ୍କ ଫଟୋ ଓ ଭିଡିଓ ଖୁବ୍ ଜୋର୍ରେ ଭାଇରାଲ୍ ହୋଇ ଚାଲିଛି। ଏହି ମଡେଲଙ୍କ ନାମ ଏବି ଚୋଇ। ଜାଣିବାକୁ ମିଳିଛି ଯେ ମଡେଲ୍ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ତେବେ ମଡେଲ୍ଙ୍କର ଗୋଟାଏ ଗୋଡ଼ ଏକ ଫ୍ରଜ୍ ଭିତରୁ ଉଦ୍ଧାର କରାଯାଇଥିବା ବେଳେ ପୁଲିସ୍ ଏବେ ବାକି ଅଙ୍ଗଗୁଡ଼ିକୁ ଖୋଜିବା ଆରମ୍ଭ କରିଛି। ଏହି ଘଟଣା ପରେ ପୁଲିସ୍ ଚୋଇଙ୍କ ପୂର୍ବ ସ୍ବାମୀ ଓ ତାଙ୍କ କିଛି ସଂପର୍କୀୟଙ୍କ ନାମରେ ଏତଲା ଦାୟର କରି ଏବେ ସୁଦ୍ଧା ୫ ଜଣଙ୍କୁ ଗିରଫ କରିଛି।
ପୁଲିସ୍ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଫ୍ରିଜ୍ରେ ରଖା ଯାଇଥିବା ଏକ ସୁପ୍ ପାତ୍ର ଭିତରୁ ମହିଳାଙ୍କ ଶରୀର ଅଙ୍ଗ ମିଳିଥିଲା। ତେବେ ହଙ୍ଗ୍କଙ୍ଗ୍ର ଏହି ମଡେଲ୍ଙ୍କୁ ତାଙ୍କ ପୂର୍ବ ଶଶୁର ଓ ବଡ଼ ଶଶୁର ମିଳିତ ଷଡ଼ଯନ୍ତ୍ରରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ସେହିପରି ତାଙ୍କ ପୂର୍ବ ଶାଶୂଙ୍କ ବିରୋଧରେ ନ୍ୟାୟିକ ପ୍ରକ୍ରିୟାରେ ବାଧା ଉପୁଜାଇଥିବା ଅଭିଯୋଗ ଲାଗିଛି। ପୁଲିସ୍ ମଡେଲ୍ଙ୍କ ୨୮ ବର୍ଷୀୟ ପୂର୍ବ ସ୍ବାମୀଙ୍କୁ ଶନିବାର ଗିରଫ କରିଛି। ମଡେଲ୍ ଜଣକ ଗତ କିଛି ଦିନ ହେବ ନିଖୋଜ ଥିଲେ। ସେ କୁଆଡ଼େ ଯାଇଥିଲେ ତାହା କାହାକୁ ବି ଜଣାନଥିଲା।
ପୁଲିସ୍ ଏକ ଗ୍ରାମରେ ଜଣକ ଘର ଫ୍ରିଜ୍ରୁ ମହିଳାଙ୍କ ଶରୀରର ଏକ ଅଙ୍ଗକୁ ଉଦ୍ଧାର କରିବା ପରେ ଏହି ଘଟଣା ଚାରିଆଡ଼େ ପ୍ରଘଟ ହୋଇଛି। ତେବେ ସେହି ସମୟରେ ଯଦିଓ ଏହା ମଡେଲଙ୍କ ଶରୀରର ଅଙ୍ଗ ବୋଲି ଜଣାପଡ଼ିନଥିଲା। ମାତ୍ର ପରବର୍ତ୍ତୀ ସମୟରେ ସେହି ଘରୁ ମଡେଲ୍ଙ୍କ ପ୍ରମାଣପତ୍ର ମିଳିବା ପରେ ପୁଲିସ୍ ନିଶ୍ଚିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/Untitled-121.jpg)