ଲକ୍‌ଡାଉନ୍‌ ସମୟରେ ଏହି କାରଣରୁ ଯୁବତୀଙ୍କ ମାମୁ ସାଜିଲେ ପୁଲିସବାବୁ

ମୁମ୍ବାଇ: କରୋନାଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ଅନେକ ଜିଲ୍ଲାର ସୀମାକୁ ସିଲ୍‌ କରି ଦିଆଯାଇଛି। ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ ଯିବାର ଅନୁମତି କାହାରିକୁ ନାହିଁ। ଏହି କାରଣରୁ ବିବାହ ହେବା ପାଇଁ ସ୍ଥିର ହୋଇଥିବା  ଯୁବକ-ଯୁବତୀଙ୍କର  ବିବାହ ହୋଇପାରୁ ନ ଥିଲା। ଏଭଳି ପରିସ୍ଥିତିରେ  ପୁଲିସବାବୁ ଯେଭଳି କାମ କରିଛନ୍ତି ତାହା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ପରିସରରେ ରହିଛି।

zeenews.india.com

ମହାରାଷ୍ଟ୍ରର ୟଓ୍ଵତମାଲ ଜିଲ୍ଲାରେ ବାସବାସ କରୁଥିବା ବିଟ୍ଟଲ ଆହାକେଙ୍କ ବିବାହ ମେ ୬ ତାରିଖରେ ବର୍ଦ୍ଧା ଜିଲ୍ଲାରେ ରହୁଥିବା ଅଶୋକରାଓ୍ଵ ମରସକୋଲହେଙ୍କ କନ୍ୟା ପ୍ରବୀଣାଙ୍କ ସହିତ ସ୍ଥିର ହୋଇଥିଲା। ବର-ବଧୂପକ୍ଷର ଲୋକମାନେ ଏହି ଲକ୍‌ଡାଉନ୍‌ ସମୟରେ ବିବାହ ପାଇଁ ପୁଲିସଠାରୁ ଅନୁମତି ଆଣିବା ପାଇଁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ଏହି ବିବାହ ପାଇଁ କୌଣସି ଅନୁମତି ମିଳି ନ ଥିଲା।

ଏସବୁ ପରେ ମ‌େ ୬ ତାରିଖରେ ବର ବିଟ୍ଟଲ ଆହାକେ ଯେମିତି ହେଲେ ବି ଏହି ବିବାହ କରିବେ ବୋଲି ସ୍ଥିର କରି ଘରୁ ବାହାରି ଆସିଥିଲେ। କିନ୍ତୁ ବର୍ଦ୍ଧା ଜିଲ୍ଲା ସୀମାରେ ପୁଲିସ ତାଙ୍କୁ ଅଟକାଇ ଦେଇଥିଲା। ପୁଲିସକୁ ବର ନିଜର ଅସୁବିଧା କହି କହିଥିଲେ, ହଳଦୀ ଚଢ଼ି ସାରିଛି, ବିବାହ ପାଇଁ ଧାର୍ଯ୍ୟ ହୋଇଥିବା ସମୟ ଗଡ଼ି ଯାଉଛି।

ବରଠାରୁ ଏ ସବୁ ଶୁଣିବା ପରେ ନିଜ କାର୍ଯ୍ୟରେ ଅଟଳ ରହି ସୀମା ପାର ହେବାକୁ ସିନା ପୁଲିସବାବୁ ଅନୁମତି ଦେଇ ନ ଥିଲେ। କିନ୍ତୁ ଅସୁବିଧାରେ ପଡ଼ିଥିବା ବର-ବଧୂଙ୍କୁ ସାହାଯ୍ୟ କରି ଦୁହିଁଙ୍କ ବିବାହକୁ  ସମ୍ପନ୍ନ କରିଥିଲେ। ପୁଲିସବାବୁଙ୍କ ଏଭଳି କାମ ଦେଖି ଲୋକେ ତାଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି।

zeenews.india.com

ପୁଲିସ ବାବୁ କନ୍ୟା ଓ କନ୍ୟାଙ୍କ ପିତା-ମାତାଙ୍କୁ ଘଟଣାସ୍ଥଳକୁ ଡକାଇ ଏକ ଗଛମୂଳରେ ଅସ୍ଥାୟୀ ମଣ୍ଡପ କରି ବର-ବଧୂଙ୍କ ବିବାହ ସେହି ଗଛମୂଳରେ କରାଇଥିଲେ। କେବଳ ଏତିକି ନୁହେଁ, ଲକ୍‌ଡାଉନ୍‌ ପାଇଁ ଯୁବତୀଙ୍କ ମାମୁ ଓ ମାଇଁ ବିବାହରେ ଆସି ପାରି ନଥିବାରୁ ପୁଲିସବାବୁ ବଧୂର ମାମୁ ଭୂମିକା ବି ନିଭାଇଥିଲେ।

ସମ୍ବନ୍ଧିତ ଖବର