ପୁଲିସର ଭିନ୍ନ ଚେହେରା:: ନାବାଳିକା ନକ୍ସଲକୁ ପାଠପଢ଼ାଇଲେ, ଚାକିରି ଦେଲେ ଓ ବିବାହ ମଧ୍ୟ କରାଇଲେ

ରାୟପୁର: ଛତିଶଗଡ଼ର ନକ୍ସଲ ପ୍ରଭାବିତ ରାଜନାନ୍ଦଗାଓ ଜିଲ୍ଲାରେ ପୁଲିସର ଏକ ମାନବୀୟ ଚେହେରା ସାମ୍ନାକୁ ଆସିଛି। ଏଠାରେ ପୁଲିସ ଆତ୍ମସମର୍ପଣ କରିଥିବା ଏକ ନାବାଳିକା ନକ୍ସଲକୁ ପାଳିବା ସହିତ ବିବାହ ମଧ୍ୟ କରାଇଛନ୍ତି। କେବଳ ଏଥିକି ନୁହେଁ ଏହି ତା’ସହିତ ଆତ୍ମସମର୍ପଣ କରିଥିବା ଅନ୍ୟ ନକ୍ସଲମାନଙ୍କୁ ବି ପୁଲିସ ସାହାଯ୍ୟ କରିଛି।

ପୁଲିସର ଅନ୍ୟ ଜଣେ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ,ରାଜନାନ୍ଦଗାଓ ଜିଲ୍ଲାରେ ୨୦୧୪ ମସିହାରେ ନକ୍ସଲ ସାବିତ୍ରୀ ବିଶ୍ୱର୍କମା ଓରଫ ରେସ୍‌ମା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ସେତେବେଳେ ରେସ୍‌ମାର ବୟସ ୧୩ବର୍ଷ ଥିଲା। କାଙ୍କେର ଜିଲ୍ଲାସ୍ଥିତ ତମୋଡା ଗ୍ରାମରେ ନକ୍ସଲମାନେ ଆକ୍ରମଣ କରି ରେସ୍‌ମାକୁ ସାଥୀରେ ନେଇ ଯାଇଥିଲେ।

ସୂଚନାଯୋଗ୍ୟ, ନକ୍ସଲମାନେ ରେସ୍‌ମାକୁ ନିଜ ସାଥୀରେ ନେଇଯାଇ ପ୍ରଶିକ୍ଷଣ ଦେଇଥିଲେ। ଏହାପରେ ଖଣ୍ଡଗ୍ରାମ ଥାନା ଅଞ୍ଚଳରେ ପଲ୍ଲେମାଡି ଏଲଓଏସ ସଦସ୍ୟ ରୂପରେ ସକ୍ରିୟ କଲେ। ନକ୍ସଲଙ୍କ ବ୍ୟବହାର ଓ ହତ୍ୟା, ରକ୍ତ ଆଦି ଦେଖି ବ୍ୟସ୍ତ ବିବ୍ରତ ହୋଇ ରେସ୍‌ମା ୨୦୧୪ରେ ରାଜନାନ୍ଦଗାଓ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ଏହାପରେ ନକ୍ସଲମାନେ ଉତକ୍ଷିପ୍ତ ହୋଇ ତାଙ୍କ ପିତା ଆୟତୁ ରାମଙ୍କୁ ହତ୍ୟା କରିଥିଲେ।

ପୁଲିସ ଅପରାଧୀଙ୍କ ସହିତ କିପରି ସ୍ୱଭାବ ଦେଖାଏ ତାହା ଆମେ ସମସ୍ତେ ଜାଣିଛେ। କିନ୍ତୁ ଛତିଶଗଡ଼ ପୁଲିସ ରେସ୍‌ମା ସହିତ ଯାହା କରିଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛି। ଆତ୍ମସମର୍ପଣ ପରେ ପୁଲିସ ରେସ୍‌ମାର ପାଳନ ପୋଷଣ ଦାୟିତ୍ୱ ନେଇଥିଲେ, ନିଜ ଝିଅ ଭଳି ପାଖରେ ରଖି ପାଠ ପଢ଼ାଇଥିଲେ ଏବଂ ଚାକିରି ମଧ୍ୟ କରାଇ ଦେଇଥିଲେ। ଏଥିସହିତ ରେସ୍‌ମା ସହିତ ଆତ୍ମସମର୍ପଣ କରିଥିବା ଅନ୍ୟ ନକ୍ସଲମାନଙ୍କୁ ପାଳିବା ପୋଷିବା ଦାୟିତ୍ୱ ବି ପୁଲିସ ନେଇଥିଲେ।

ପୁର୍ନବାସ ନୀତି ଅନୁଯାୟୀ, ରେସ୍‌ମାଙ୍କୁ ଦେଢ଼ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ମଧ୍ୟ କରାଯାଇଥିଲା। ଏଥିସହିତ ପୁଲିସ ରେସ୍‌ମାର ବିବାହ ସମାଜର ଜଣେ ଯୁବକ ସହିତ ଗାୟତ୍ରୀ ମନ୍ଦିରରେ କରାଇଥିଲେ। ଏହି ବିବାହ ଉତ୍ସବରେ ପୁଲିସ ବିଭାଗର କର୍ମଚାରୀ, ସାମାଜିକ କାର୍ଯ୍ୟକର୍ତ୍ତା ଓ ଆତ୍ମସମର୍ପଣ କରିଥିବା ନକ୍ସଲ ଆଦି ସାମିଲ ରହି ଆର୍ଶୀବାଦ ଦେଇଥିଲେ।

ସମ୍ବନ୍ଧିତ ଖବର