ମୁହଁରେ କପଡ଼ା ବାନ୍ଧି ଆଜିକାଲି ଅନେକ ଗାଡ଼ି ଚଳାଉ ଥିବାର ଦେଖିବାକୁ ମିଳୁଛି। ଯାହାଫଳରେ ଅଧିକାଂଶ ସମୟରେ ମୁହଁରେ କପଡା ବନ୍ଧା ହେବା ଦ୍ୱାରା ଗାଡି ଚଳାଉଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନି ହୋଇନଥାଏ। ଯାହାର ଲାଭ ଉଠାନ୍ତି କିଛି ଅସାମାଜିକ ତଥା ସନ୍ଧିଗ୍ଧ ବ୍ୟକ୍ତିମାନେ। ଏହାକୁ ଦୃଷ୍ଟିରେ ରଖି ଏବେ ହରିୟାନାରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯାହାଦ୍ୱାରା ମୁହଁରେ କପଡ଼ା ବାନ୍ଧି ଗାଡ଼ି ଚଳାଉ ଥିବାର ଧରାପଡିଲେ ଭୋଗିବାକୁ ପଡ଼ିବ ଜେଲଦଣ୍ଡ। ଏଥିରେ ଉଭୟ ପୁରୁଷ ଓ ମହିଳାଙ୍କୁ ମଧ୍ୟ ମୋଟର ଯାନ ଆକ୍ଟ ଆଧାରରେ ମିଳିବ ଦଣ୍ଡ। ତେବେ ଏଭଳି କଡା ନିୟମ ହରିୟାଣାର ଜଳନ୍ଧରରେ ଲାଗୁ ହୋଇଛି। ଏହା ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବା ସହିତ ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ତେବେ ଏହି ନିର୍ଦ୍ଦେଶାନୁସାରେ ଯଦି କୌଣସି ପୁରୁଷ କିମ୍ବା ମହିଳା ମୁହଁରେ କପଡା ବାନ୍ଧି ଗାଡି ଚଳାଉଥିବା ଧରାପଡନ୍ତି ତେବେ ପୁଲିସ ଉକ୍ତ ଚାଳକ ତଥା ଉକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଧାରା ୧୮୮ ଅନୁସାରେ ମାମଲା ରୁଜୁ କରିବ ଏବଂ ଗାଡିକୁ ଉଠାଇ ନେଇଯିବ। ୧୮୮ ଧାରା ଅନୁସାରେ ମାମଲା ରୁଜୁ କରିବା ଦ୍ୱାରା ଏଥିରେ ଜାମିନ ପାଇଁ କୋର୍ଟର ଚକ୍କର କାଟିବାକୁ ପଡିପାରେ। ଆଉ ଯେପର୍ଯ୍ୟନ୍ତ ମାମଲାର ସମାଧାନ ନହୋଇଛି ସେପର୍ଯ୍ୟନ୍ତ ତାଙ୍କୁ ଜେଲ ହାଜତ ଭିତରେ ରହିବାକୁ ପଡିବ।
ଏଠାରେ ଆମେ କହି ରଖୁଛୁ କି, ହରିୟାଣାରେ ପୂର୍ବରୁ ବି ଟ୍ରାଫିକ ପୁଲିସ ମୁହଁରେ କପଡା ବାନ୍ଧି ଗାଡି ଚଳାଉଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ହେଲେ ବିରୋଧକୁ ନଜରରେ ରଖି ମାତ୍ର କିଛି ଦିନରେ ଏହାକୁ ବନ୍ଦ କରିଦିଆଯାଇଥିଲା। ଏବେ ଯେତେବେଳେ ଜିଲ୍ଲାପ୍ରଶାସନ ଏହା ଉପରେ ମୋହର ଲଗାଇଦେଇଛି ତେବେ ଟ୍ରାଫିକ୍ ପୁଲିସ ମଧ୍ୟ ଏହାକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଣ୍ଟା ଭିଡିଛି। ପୁଲିସ ପକ୍ଷରୁ କୁହାଯାଇଛି କି, ଅଧିକାଂଶ ସମୟରେ ମୁହଁରେ କପଡା ବନ୍ଧା ହେବା ଦ୍ୱାରା ଗାଡି ଚଳାଉଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନି ହୋଇନଥାଏ। ଯାହାର ଲାଭ ଉଠାନ୍ତି କିଛି ଅସାମାଜିକ ତଥା ସନ୍ଧିଗ୍ଧ ବ୍ୟକ୍ତିମାନେ। ଏହାକୁ ନଜରରେ ରଖି ପ୍ରଥମେ ଚାଲାଣ କଟାଯିବାର ନିୟମ ରଖାଯାଇଥିଲା। ଆଉ ଯେତେବେଳେ ଏହାର କୌଣସି ପ୍ରଭାବ ପଡିନଥିଲା ତେଣୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଂପର୍କରେ ନିର୍ଦ୍ଦେଶମାନା ଜାରି କରାଯାଇଛି। ଯାହାଦ୍ୱାରା ମୁହଁରେ କପଡା ବାନ୍ଧି ଗାଡି ଚଳାଉଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହିତ ଉକ୍ତ ଗାଡିକୁ ଉଠାଇନେଇପାରେ।
ସୀମାବର୍ତ୍ତୀ ଅଞ୍ଚଳ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ନିର୍ଦ୍ଦେଶ ମିଳିବା ପରେ ଖୁବ୍ ଶୀଘ୍ର ଏହି ଅଭିଯାନକୁ ଅତ୍ୟନ୍ତ କଡାକଡିର ସହ ନିଆଯିବ ବୋଲି ଟ୍ରାଫି୍କ ପୁଲିସ କହିଛି। ସେହିପରି ଏହି ମାମଲାରେ ଉଭୟ ଯୁବତୀ ଏବଂ ମହିଳାମାନଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିବ ନାହିଁ। ମୁହଁରେ କପଡା ବାନ୍ଧି ଯିଏବି ଦୁଇ ଚକିଆ ଯାନ ଚଲାଉଥିବାର ନଜର ଆସିବେ, ତାଙ୍କ ବିରୋଧରେ ମାମଲା ରୁଜୁ କରିବ ଟ୍ରାଫିକ ପୁଲିସ।