ପାଟନା: ବାପାଙ୍କୁ ଅସମ୍ମାନ କରିଥିଲେ ପୁଲିସବାବୁ। ଚାପୁଡ଼ା ମାରିବା ସହ ରୋଜଗାରର ଏକମାତ୍ର ମାଧ୍ୟମକୁ ପୁଲିସବାକୁ ଛଡ଼ାଇ ନେଇଥିଲେ । ଘର ଚଳାଇବା ପାଇଁ ପାଖରେ ଟଙ୍କା ନଥିଲା। କୁଲି କାମ କରିବା ସହ ରାସ୍ତା କଡ଼ରେ ଖାଇବା ବିକ୍ରି କରୁଥିଲେ କମଲେଶଙ୍କ ବାପା। ଏସବୁ ସମସ୍ୟା ମଧ୍ୟରେ ନିଜ ବାପାଙ୍କୁ ଜଣେ ପୁଲିସ କର୍ମୀ ଏଭଳି ଅପମାନିତ କରୁଥିବା ଦେଖି ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଇଥିଲେ ସେ। ମାଡ଼ ମାରି ବା ହତ୍ୟା କରି ନୁହେଁ ଜଜ୍ ବନି ନିଜର ପ୍ରତିଶୋଧ ନେଇଛନ୍ତି କମଲେଶ।
ଆଜି ଆମେ ବିହାରର ସହରସା ଜିଲ୍ଲାରେ ରହୁଥିବା କମଲେଶ କୁମାରଙ୍କ କାହାଣୀ ଆପଣଙ୍କୁ କହିବୁ। କମଲେଶଙ୍କ ଆର୍ଥିକ ଅବସ୍ଥା ଭଲ ନଥାଇ ବି ସେ ଆଜି ଜଜ୍ ବନି ପାରିଛନ୍ତି। ଘରର ଆର୍ଥିକ ଅବସ୍ଥା ତାଙ୍କ ବାଟ ରୋକିପାରି ନାହିଁ। କମଲେଶଙ୍କ କହିବା ମୁତାବକ, ଘର ଚଳାଇବା ପାଇଁ ବାପା କେବେ କୁଲି କାମ କରୁଥିଲେ ତ କେବେ ରିକ୍ସା ଚଳାଇବା ଏବଂ କେବେ ଛୋଲେ ଭଟୁରେ ବିକ୍ରି କରିବା କାମ କରୁଥିଲେ। ରହିବାକୁ ଭଲ ଘର ନଥିବାରୁ ଏକ ଚାଳ ଛପର ଘରେ ଆମେ ରହୁଥିଲୁ। ହେଲେ ସରକାର ଆମେ ରହୁଥିବା ସ୍ଥାନରୁ ଜବରଦଖଲ ଉଚ୍ଛେଦ ପାଇଁ ଆଦେଶ ଦେବାରୁ ଆମ ମୁଣ୍ଡ ଉପରୁ ଛାତ ଚାଲି ଯାଇଥିଲା। ପରେ ରହିବା ପାଇଁ ବାପା ଘର ଭଡ଼ାରେ ନେଇଥିଲେ। ମୁଁ ସେ ସମୟରେ ଦଶମରେ ପଢ଼ୁଥାଏ। କିଛି ଦିନ ଭଡ଼ା ଘରେ ରହିବା ପରେ ବାପା ଘର ପାଖରେ ଛୋଲେ ଭଟୁରେ ବିକ୍ରି କରିବା ଆରମ୍ଭ କରିଥିଲେ। ହେଲେ ଦିନେ ଜଣେ ପୁଲିସ ବାବୁ ଆସି ମୋ ବାପାଙ୍କୁ ଚାପୁଡ଼ା ମାରି ଦୋକାନ ଭାଙ୍ଗିବାକୁ କହିଥିଲେ। ମୁଁ ରାଗି ଯାଇଥିଲେ ବି କିଛି କରିପାରିନଥିଲି।
ସେ ଆହୁରି କହିଛନ୍ତି ଯେ, ଏହି ଘଟଣାର କିଛି ଦିନ ପରେ ଜଜଙ୍କୁ ପୁଲିସବାବୁମାନେ ଡରନ୍ତି ବୋଲି ମୋ ବାପା ମୋତେ ଜଣାଇଥିଲେ। ଏହା ପରଠାରୁ ମୁଁ ଜଜ୍ ହେବାର ପାଇଁ ଚେଷ୍ଟା ଆରମ୍ଭ କରିଥିଲି। ଓକିଲାତି ପାଠ ପଢ଼ା ଶେଷ କରି ମୁଁ ଜଜ୍ ହେବା ପାଇଁ ପରୀକ୍ଷା ଦେବା ଆରମ୍ଭ କଲି। ୨-୩ଥର ବିଫଳ ହେବା ପରେ ୨୦୨୨ରେ ହୋଇଥିବା ୩୧ତମ ବିହାର ନ୍ୟାୟିକ ସେବା ପରୀକ୍ଷାରେ ୬୪ତମ ରାଙ୍କ ପାଇପାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/t-86.jpg)