ଆମ ଦେଶରେ କୃଷିର ପ୍ରକୃତ ବିକାଶ ବିନା ସାରା ଦେଶବାସୀଙ୍କର ପ୍ରଗତି ଅସଂଭବ। ଆମେ ସମସ୍ତେ ଚାଷକୁ ପ୍ରାଧାନ୍ୟ ଦେବା ନିହାତି ଆବଶ୍ୟକ। ସହରୀକରଣ, କୃଷି ଜନିତ ବିଭିନ୍ନ ସମସ୍ୟା, ସରକାରୀ ଉଦାସୀନତା ଆଦି କାରଣରୁ ଅନେକ ଚାଷ ଜମି ପଡ଼ିପଡ଼ି ଅନାବାଦୀ ଜମି ବା ପଡ଼ିଆରେ ପରିଣତ ହେଉଛି। ଏ ଭଳି ଜମିର ହୃତଗୌରବ ଫେରାଇଆଣିବା ଲାଗି କେରଳ ଅନ୍ତର୍ଗତ କନ୍ନରରେ ଅଭିଯାନ ଆରମ୍ଭ ହୋଇଛି। ସ୍ଥାନୀୟ ଲୋକଙ୍କ ଏହି ଉଦ୍ୟମରେ ସହାୟତାର ହାତ ବଢ଼ାଇଛନ୍ତି, ଏକ ପୁଲିସ୍ ଥାନାର କର୍ମଚାରୀଗଣ। ଅବସର ସମୟରେ ସେମାନେ ଚାଷ କାମରେ ସହାୟତା କରୁଛନ୍ତି। ଏହା ଦ୍ୱାରା ସେମାନେ ଦାୟିତ୍ୱ ଜନିତ ଚାପରୁ ମୁକ୍ତି ପାଉଥିବା ପ୍ରକାଶ। ଏକ ସମବାୟ ସମିତି ଜରିଆରେ ସତସ୍ତରି ଏକର୍ ଅନାବାଦୀ ଜମି ହାତକୁ ନିଆଯାଇଛି। ତନ୍ମଧ୍ୟରୁ ପ୍ରାୟ ଅଢ଼େଇ ଏକର୍ ଜମିରେ ପୁଲିସ୍ କର୍ମଚାରୀମାନେ ଧାନ ଚାଷ କରୁଛନ୍ତି। ‘ହରିତ କେରଳମ ମିସନ୍’ ନାମକ ସଂସ୍ଥା ଏଥି ପାଇଁ ପ୍ରୋତ୍ସାହନ ଓ ସହାୟତା ଯୋଗାଉଛି। ସ୍ଥାନୀୟ ଚକ୍କାରାକଲ ଥାନାର ପୁଲିସ୍ କର୍ମଚାରୀମାନେ ଯେଉଁ ଜମିରେ ଚାଷ କରୁଛନ୍ତି, ସେଥିରେ ନିଜ ଅର୍ଥ ଲଗାଇଛନ୍ତି। ହଳଠାରୁ ଆରମ୍ଭ କରି ଧାନ ବୁଣିବା, ସାର ପ୍ରୟୋଗ, ଜଳସେଚନ ଆଦି ସମସ୍ତ କାର୍ଯ୍ୟ ସେମାନେ କରୁଛନ୍ତି। ଧାନ ବିକ୍ରିରୁ ଯାହା ଲାଭ ହେବ, ତାହା ସମାଜ କଲ୍ୟାଣମୂଳକ କାର୍ଯ୍ୟରେ ବିନିଯୋଗ ହେବ।
ଅନାବାଦୀ ଜମିରେ ପୁଲିସ୍ କର୍ମୀଙ୍କର ସ୍ୱେଚ୍ଛାକୃତ ଧାନ ଚାଷ
/sambad/media/post_attachments/wp-content/uploads/2017/11/police-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)