ମନେନ୍ଦ୍ରଗଡ଼: ଛତିଶଗଡ଼ର ମନେନ୍ଦଗ୍ରଡ଼ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ରାଗରୁଷା ପାଇଁ ଜଣେ ମୃତକଙ୍କୁ ତାଙ୍କ ପରିବାର ଲୋକ ଶେଷ ସମୟରେ କାନ୍ଧ ଟିକେ ଦେବାକୁ ବି ଆସିଲେ ନାହିଁ। ବାଧ୍ୟ ହୋଇ ପୁଲିସ୍‌ ଶବଟିର ଅନ୍ତିମ ସତ୍କାର କରିଛି। ଫଳରେ ପୁଲିସ୍‌ ମୃତକଙ୍କ ଦୁଇ ବର୍ଷର ପିଲାକୁ କାଖରେ ଧରି ମୃତକଙ୍କୁ ମୁଖାଗ୍ନି ଦେଇଥିଲା ପୁଲିସ।

Advertisment

ସୂଚନାରୁ ଜାଣିବାକୁ ମିଳିଛି ‌ଯେ ଗୌଆଲିୟର୍‌ର ବାସିନ୍ଦା ନିକି ବାଲ୍ମିକୀ ଏବଂ କୋରବାର ବାସିନ୍ଦାର ସବିତା ଭିନ୍ନ ଜାତିରେ ବିବାହ କରିଥିଲେ। ସେମାନେ ଭିନ୍ନ ଜାତିରେ ବିବାହ କରିଥିବା କାରଣରୁ ସେମାନଙ୍କ ସହ ପରିବାର ଓ ସଂପର୍କୀୟ ସଂପର୍କ କାଟି ଦେଇଥିଲେ। ସେମାନେ ମନେନ୍ଦ୍ରଗଡ଼ ପରେ ରାୟପୁରରେ ଯାଇ ମଜୁରୀ କାମ କରି ପେଟ ପୋଷୁଥିଲେ।

କିଛି ଦିନ ହେବ ନିକିଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିଲା। ଯେଉଁ କାରଣରୁ ସେ କାମ ବି ଠିକ୍‌ ଭାବେ କରିପାରୁନଥିଲେ। ଫଳରେ ସେ ଯାହା ପାଖରେ କାମ କରୁଥିଲେ ଉକ୍ତ ମାଲିକ ଏକ ଗାଡ଼ି କରି ପତି-ପତ୍ନୀଙ୍କୁ ମନେନ୍ଦଗ୍ରଡ଼ ପଠାଇ ଦେଲେ। ବାଟରେ ହିଁ ନିକିଙ୍କର ମୃତ୍ୟୁ ଘଟିଥିଲା।

ଗାଡ଼ି ଚାଳକ ନିକିଙ୍କୁ ତାଙ୍କ ପତ୍ନୀଙ୍କ ସହ ବିଳାସପୁରର ରତନପୁର ରାସ୍ତା କଡ଼ରେ ଓହ୍ଲାଇ‌ ଦେଲେ। ଅ‌ାଖପାଖ ଲୋକଙ୍କ ସହାୟତାରେ ସବିତା କୌଣସି ପ୍ରକାରେ ନିଜ ପତିଙ୍କ ମୃତଶରୀର ନେଇ ହସ୍ପିଟାଲ୍‌ରେ ପହଞ୍ଚିଥିଲେ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପରିକି ସ୍ବାମୀଙ୍କ ଶବ ଦାହ କରିବାକୁ ପାଖରେ ଟଙ୍କା ନଥିବାରୁ ସେ କାମ ପୁଲିସ୍‌ କରିଥିଲା। ପାଖରେ କେହି ବି ହେଲେ ପରିବାର ଲୋକ ପହଞ୍ଚିନଥିଲେ।