ଗଛରେ ସାପକୁ ଦେଖି ଧରିବାକୁ ଗଲେ ପୁଲିସ କର୍ମଚାରୀ, ଗଳାରେ ଗୁଡାଇ ହୋଇ ଫଣା ଟେକି ମୁଣ୍ଡରେ ଯାଇ ବସିଲା ସାପ

ଚେନ୍ନାଇ: ତାମିଲନାଡୁର ତିରୁନେଲବେଲି ଜିଲ୍ଲାରେ ଜଣେ ପୁଲିସ କର୍ମଚାରୀ ଏକ ସାପକୁ  ଧରିବାର  ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ପୁଲିସକର୍ମଚାରୀଙ୍କ ସାପ ଧରା ଶୈଳୀକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି।  ପୁଲିସ କର୍ମଚାରୀ ଜଣଙ୍କ ସହ ସାପଟି ଖୁବ୍ ମଜାଦାର ଢ଼ଙ୍ଗରେ ପେଶ୍  ଆସୁଥିବା ଦେଖିବାକୁ ମିଳିଛି।

ଭିଡିଓଟି ତିରୁନେଲବେଲି ଜିଲ୍ଲାର ବୋଲି ଜଣାପଡ଼ିଛି। ସୋମସନ୍‌ ନାମକ ଜଣେ ପୁଲିସକର୍ମଚାରୀ ସଡ଼କ ପାର୍ଶ୍ୱରେ ଥିବା ଦୋକ।ନ ପାଖ ଗଛରେ ଏକ ସାପ ଥିବା ଦେଖିବାକୁ ପାଇଥିଲେ। ଏହାପରେ ଉକ୍ତ ପୁଲିସ କର୍ମଚାରୀ ସେହି ସାପକୁ ଧରିବାରକୁ ଚେଷ୍ଟା କରିଥିଲେ। ପ୍ରଥମେ ସେ ଗଛରେ ଥିବା ସାପର ଲାଞ୍ଜକୁ ଧରିଥିଲେ।

ସେ ସାପର ଲାଞ୍ଜକୁ ଧରି ଗଛରୁ ଆଣିବା ପରେ ସାପଟି ବି ପୁଲିସ କର୍ମଚାରୀଙ୍କ ସହ ମଜା କରୁଥିବା ଦେଖିବାକୁ ମିଳିଥିଲା। କେତେବେଳେ ତାଙ୍କ ଗଳାରେ ଗୁଡାଇ ହୋଇ ଯାଉଥିଲା ତ ଆଉ କେତେ ବେଳେ ଫଣା ବାହାର କରି ତାଙ୍କ ମଥାରେ ଯାଇ ବସୁଥିଲା। ପୁଲିସକର୍ମଚାରୀ ସାପକୁ ଉଦ୍ଧାର କରି ସୁରକ୍ଷିତ ଭାବେ ଜଙ୍ଗଲରେ ନେଇ ଛାଡ଼ି ଦେଇଥିବା ଜଣାପଡ଼ିଛି।

ଏହି ଲିଙ୍କ ଉପରେ କ୍ଲିକ୍‌ କରି ପୁଲିସ କର୍ମଚାରୀଙ୍କ ବାହାଦୁରୀ ଦେଖନ୍ତୁ:

https://zeenews.india.com/hindi/india/states/video/video-policemen-rescues-snake-from-tree-in-tamil-nadu/571770

ସମ୍ବନ୍ଧିତ ଖବର