ନୂଆଦିଲ୍ଲୀ: ପୂର୍ବରୁ ବି ଆପଣ ଏପରି ଅନେକ ବିବାହ ଦେଖିଥିବେ। ଆମେ କହୁଛୁ ଜଣେ ବର ଦୁଇ ଜଣ କନ୍ୟାଙ୍କୁ ବିବାହ କରିବା ବିଷୟରେ। ତିନିହେଁ ଯାକ ଏହି ସଂପର୍କକୁ ବେଶ୍ ଉପଭୋଗ କରୁଥିବାର ଦେଖିବାକୁ ମିଳିଛି। ସବୁଠାରୁ ଖାସ୍ କଥା ହେଉଛି, ଏହି ଯୁବକ ଜଣକ ବାହାରକୁ ଗଲେ ତାଙ୍କୁ ତାଙ୍କର ୨ ଜଣ ଯାକ ପତ୍ନୀ ବାହାର ଯୁବତୀଙ୍କ ସହ ରୋମାନ୍ସ କରିବାକୁ ଅନୁମତି ଦେଇଛନ୍ତି।
ଏହି ୩ ଜଣ ହେଉଛନ୍ତି ଆମେରିକାର ବାସିନ୍ଦା। ଏହି ୩ ସାଥୀଙ୍କ ନାମ ବିମି ଶିଲ୍ବା, ଚାଚା ବା ବୁମ୍ ଏବଂ ସମର୍ ପେଲ୍ଟିୟର୍। ଏହି ୩ ଜଣ ଇନଷ୍ଟାଗ୍ରାମ୍ରେ ଘୋଷଣା କରିଛନ୍ତି ଯେ ଆଗାମୀ ଛୁଟି ମନାଇବା ବେଳେ ସେମାନଙ୍କ ପ୍ରଶଂସକ ସେମାନଙ୍କୁ ଜଏନ୍ କରିପାରନ୍ତି।
ସେ ତାଙ୍କ ଇନ୍ଷ୍ଟାରେ ଲେଖିଛନ୍ତି, ‘ମଜା ପାଇଁ ଥାଇଲାଣ୍ଡ୍କୁ ଆମେ ଆମ ସହ କିଛି ଅଜଣା ବ୍ୟକ୍ତିଙ୍କୁ ନେଇଯିବାକୁ ଚାହୁଁଛୁ। କିଏ ପ୍ରସ୍ତୁତ ଅଛ? ଆମେ ଟ୍ରିପ୍ ଯୋଜନା କରଛୁ।’
ଏବେ ସୁଦ୍ଧା ତାଙ୍କର ଏହି ପୋଷ୍ଟ୍କୁ ୨୫୦୦ରୁ ଅଧିକ ବ୍ୟବହାରକାରୀ ଲାଇକ୍ କରି ସାରିଲେଣି। ଅନେକ ଲୋକ ଏହି ୩ ଜଣଙ୍କ ସହ ଥାଇଲାଣ୍ଡ୍ ଯିବାକୁ ନିଜର ଇଚ୍ଛା ପ୍ରକାଶ କରିଛନ୍ତି।
ଜଣେ ଲୋକ କମେଣ୍ଟରେ ଲେଖିଛନ୍ତି, ‘ଥାଇଲାଣ୍ଡ୍ ଯିବା ମୋର ସ୍ବପ୍ନ। ମୁଁ ପାସ୍ପୋର୍ଟ ବନାଇ ଦେଉଛି।’ ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ମୁଁ ବି ସାଥୀରେ ଯିବାକୁ ପସନ୍ଦ କରିବି, ଏ ସ୍ବପ୍ନ ମୋର ସତ ହେବ ଲାଗୁଛି।’