ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଓ ଫଟୋ ପୋଷ୍ଟ ଓ ସେୟାର ହୋଇଥାଏ। କିନ୍ତୁ ଏଥିମଧ୍ୟରୁ ଏମିତି କିଛି ଭିଡିଓ ରହିଛି ଯାହା ଲୋକଙ୍କ ହୃଦୟକୁ ସ୍ପର୍ଶ କରିବା ସହିତ ଭାଇରାଲ ହୋଇଯାଇଥାଏ। ଏମିତି ଏକ ଭାଇରାଲ ଭିଡିଓ ମଧ୍ୟରୁ ନିକଟରେ ଜଣେ ଭିକାରୀ ନିଜେ ଖାଇବାକୁ, ପିଇବାକୁ କି ପିନ୍ଧିବାକୁ ନପାଇ ମଧ୍ୟ ବାରବୁଲା କୁକୁରଙ୍କୁ କ୍ଷୀର ପିଆଉ ଥିବା ଦେଖିବାକୁ ମିଳିଛି।
ତେବେ ବୃଦ୍ଧଙ୍କୁ ଦେଖିଲେ ଲାଗୁଛି କି ତାଙ୍କ ଅବସ୍ଥା ବହୁତ ଖରାପ, ସେ ଦୁଇବେଳା ଦୁଇ ମୁଠା ଖାଇବାକୁ ପାଉଥିବେ କି ନାହିଁ ତାହା ସନ୍ଦେହ। ଏହା ସତ୍ତ୍ୱେ ବାରବୁଲା କୁକୁରଙ୍କ ଭୋକ ମେଣ୍ଟାଇବା ପାଇଁ ଖୁବ୍ ଖୁସିରେ ସେ କ୍ଷୀର ପିଆଉଛନ୍ତି। ଆଉ କୁକୁରମାନେ ବି ବୃଦ୍ଧ ଭିକାରୀଙ୍କ ହାତରେ କ୍ଷୀର ପାତ୍ର ଦେଖି ଖୁସିରେ ତଳେ ଗଡ଼ି ଯାଉଥିବା ବି ଦେଖିବାକୁ ମିଳୁଛି।
Poor by wealth...
Richest by heart 🙏 pic.twitter.com/OlMsYORNI2— Susanta Nanda IFS (@susantananda3) July 16, 2020
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ନିଜର ଟୁଇଟର ହ୍ୟାଣ୍ଡେଲ୍ରେ ସେୟାର କରିଛନ୍ତି। ଏହି ଭିଡିଓକୁ ସେୟାର କରି ସେ ଲେଖିଛନ୍ତି, କୌଣସି ବ୍ୟକ୍ତି ଟଙ୍କା ପାଇଁ ଧନୀ କିମ୍ବା ଗରିବ ହୋଇ ନଥାଏ। ହୃଦୟରୁ ଧନୀ ହୋଇଥାଏ।
/sambad/media/post_attachments/de7ddf9f6062e559a0126cfda277d9a06eea5538d53132de94588bd9f16435eb.jpeg)
ତେବେ ଏହା ପୂର୍ବରୁ ସୁଶାନ୍ତ ନନ୍ଦ ନିଜର ଟୁଇଟର ହ୍ୟାଣ୍ଡେଲ୍ରେ ଖୁବ୍ ହୃଦୟସ୍ପର୍ଶୀ ଭିଡିଓ ସେୟାର କରିଥିଲେ। ଯାହା ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ବେଶ ପସନ୍ଦ ବି ଆସିଥିଲା। ଏହି ଭିକାରୀ ଜଣକ କୁକୁରମାନଙ୍କୁ କ୍ଷୀର ପିଆଉଥିବା ଭିଡିଓକୁ ସୁଶାନ୍ତ ସେୟାର କରିବା ମାତ୍ରେ ହିଁ ତାହା ଭାଇରାଲ ହୋଇଯାଇଥିଲା। ଭିଡିଓକୁ ଦେଖିବା ପରେ ଲୋକମାନେ ବୃଦ୍ଧ ଭିକାରୀଙ୍କ ଏଭଳି କାମ ଦେଖି ତାଙ୍କୁ କୋଟି ପ୍ରଣାମ ଜଣାଇବା ସହିତ ଖୁବ୍ ସୁନ୍ଦର ପ୍ରତିକ୍ରିୟା ବି ଦେଇଛନ୍ତି। ଅନେକ ଥର ଏହି ଭିଡିଓକୁ ରିଟୁଇଟ ବି କରାଯାଇଛି।