ଓ୍ଵାସିଂଟନ୍: ମହାକାଶରେ ଏଷ୍ଟ୍ରୋନଟ୍ସ୍ ( ମହାକାଶଚାରୀ)ଙ୍କ ରହିବା କୌଣସି ସଘଂର୍ଷଠାରୁ କମ୍ ନୁହେଁ। ସେମାନଙ୍କୁ ମହାକାଶରେ ରହିବା ସହ ଝାଡା ଓ ପରିଶ୍ରା କରିବାରେ ବି ବହୁ ଅସୁବିଧା ହୋଇଥାଏ। ନାସା ଦ୍ୱାରା ଜାରି କରାଯାଇଥିବା ଏକ ରିପୋର୍ଟରେ ଏହାର ଖୁଲାସା କରାଯାଇଛି, ଯାହାକୁ ଶୁଣି ଆପଣ ଅଶ୍ଚର୍ଯ୍ୟ ହୋଇଯିବେ।
ନାସା ଜାରି କରିଥିବା ରିପୋର୍ଟ ମୁତାବକ, ମହାକାଶକୁ ଯିବା ପୂର୍ବରୁ ଅନ୍ୟ ସମସ୍ତ କାମ ଭଳି ଏଷ୍ଟ୍ରୋନଟ୍ସ୍ଙ୍କୁ ଝାଡା ଓ ପରିଶ୍ରାର ଅଭ୍ୟାସ କରିବାକୁ ପଡ଼ିଥାଏ। ମହାକାଶରେ ଏକ ସ୍ୱତନ୍ତ୍ର ଶୌଚାଳୟ ନିର୍ମାଣ କରାଯାଇଥାଏ। ଯାହାକି ଭେକ୍ୟୁମ ଦ୍ୱାରା ସଞ୍ଚାଳିତ ହୋଇଥାଏ। ଏହା ଏଥିପାଇଁ କରାଇଥାଏ କି ମଳ ଜିରୋ ଗ୍ରାଭିଟିରେ ଯେପରି ପବନରେ ଝୁଲି ନ ରହେ। ଏହି ଶୌଚାଳୟ ସାଧାରଣ ଶୌଚାଳୟଠାରୁ ୧/୪ ଗୁଣା ଛୋଟା ହୋଇଥାଏ। ଏହାକୁ ବ୍ୟବହାର କରିବା ପାଇଁ ଏଷ୍ଟ୍ରୋନଟ୍ସ୍ଙ୍କୁ ପ୍ରଥମେ ଚଟାଣରେ ବନିଥିବା ଭର୍ଚୁଆଲ ଟଏଲେଟରେ ଛାଡା ଓ ପରିଶ୍ରା ଅଭ୍ୟାସ କରିବାକୁ ପଡ଼ିଥାଏ। କାରଣ ମହାକାଶରେ ଥିବା ଶୌଚାଳୟରେ ଏକ ଛୋଟ ଛିଦ୍ର ରହିଥାଏ । ଯାହା ଜରିଆରେ ମଳ ବାହାରି ଥାଏ। ଠିକ୍ ଏହିଭଳି ପରିଶ୍ରା ଯିବା ପାଇଁ ଏଷ୍ଟ୍ରୋନଟ୍ସ୍ଙ୍କୁ ଏକ ଛୋଟ ଭେକ୍ୟୁମ୍ ପାଇପ୍କୁ ବ୍ୟବହାର କରିବାକୁ ପଡ଼ିଥାଏ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ଏଷ୍ଟ୍ରୋନଟ୍ସ୍ଙ୍କ ପରିଶ୍ରା ମହାକାଶରେ ପାଣିରେ ବଦଳି ଯାଇଥାଏ। ମଳକୁ ରଖିବାକୁ ପଡ଼ିଥାଏ। ଯାହାକୁ ମହାକାଶରୁ ପୃଥିବୀକୁ ଛାଡ଼ିବା ପରେ ତାହା ଜଳିପୋଡି ପାଉଁଶ ହୋଇଯାଇଥାଏ।