ମୋଦୀଙ୍କୁ ବିଜୟର ନିଆରା ଉପହାର! ନବଜାତକର ନାମ ‘ନରେନ୍ଦ୍ର ଦାମୋଦର ଦାସ ମୋଦୀ’ ରଖିଲେ ମୁସ୍‌ଲିମ୍‌ ପରିବାର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋଣ୍ଡାଠାରେ ୨୦୧୯ ଲୋକସଭା ନିର୍ବାଚନ ଫଳାଫଳ ଦିନ ଏକ ମୁସ୍‌ଲିମ୍‌ ପରିବାରରେ ଏକ ଶିଶୁ ପୁତ୍ର ଜନ୍ମ ଲାଭ କରିବା ପରେ ପରିବାର ଲୋକେ ଶିଶୁଟିର ନାମ ଦେଇଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦୀ। ପିଲାଟିକୁ ଜନ୍ମ ଦେଇଥିବା ମାଆ କହନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ବିଷୟରେ ଦେଖି, ଶୁଣି ଆସୁଛି। ସେ ଭଲ କାମ କରୁଛନ୍ତି। ସେ ଦ୍ୱିତୀୟ ଥର ପାଇଁ ନିର୍ବଚିତ ହେଉଥିବାରୁ ମୋ ପିଲାର ନାମ ତାଙ୍କ ପାଇଁ ଉପହାର ସଦୃଶ।’

ତିନ୍‌ ତଲାକ ରାୟକୁ ମନେ ପକାଇ ପ୍ରସୂତୀ କହିଛନ୍ତି କି ‘ତିନ୍‌ ତଲାକ ଉପରେ ନୂଆ ରାୟରେ ମୋଦୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ରାୟ ମୁସ୍‌ଲିମ ମହିଳାମାନଙ୍କୁ ବଡ଼ ସାହାରା ଦେଇଛି।’

Bundoo

କେବଳ ପ୍ରସୂତୀ ନୁହଁନ୍ତି, ତାଙ୍କ ଶଶୁର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଶଂସା କରିଛନ୍ତି। ତାଙ୍କର ମଧ୍ୟ ମୋଦୀଙ୍କ ଉପରେ ଯଥେଷ୍ଠ ଭରସା ଥିବା ସେ ପ୍ରକଟ କରିଛନ୍ତି। ତେବେ ଏକ ମୁସ୍‌ଲମାନ ପରିବାର ଲୋକେ ହୋଇ ନିଜ ପୁଅର ହିନ୍ଦୁ ଧର୍ମୀ ନାମ ଦେଲେ ଲୋକେ କ’ଣ ଭାବିବେ ବୋଲି ପ୍ରଶ୍ନର ଉତ୍ତର ଦେଇ ନବଜାତକର ଜେଜେ କହନ୍ତି ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି।

ସମ୍ବନ୍ଧିତ ଖବର