କୋଭିଡ୍-୧୯ ରୋଗର ଚିକିତ୍ସା ଓ ପ୍ରତିରୋଧ ପାଇଁ ଆଜି ସାରା ବିଶ୍ୱ ହାଇଡ୍ରୋକ୍ସିକ୍ଲୋରକୁଇନ୍ ଔଷଧର ବ୍ୟବହାର କରୁଛି। ଆଶ୍ୱସ୍ତିର ବିଷୟ ଯେ ଏହି ଔଷଧ ଉତ୍ପାଦନରେ ଭାରତ ଆଗ ଧାଡ଼ିର ରହିଛି। କେବଳ ଭାରତରେ ବିଶ୍ୱର ଶତକଡ଼ା ୭୦ ପ୍ରତିଶତ ହାଇଡ୍ରୋକ୍ସିକ୍ଲୋରକୁଇନ୍ ଔଷଧର ଉତ୍ପାଦନ କରାଯାଇଥାଏ। ତେଣୁ ଭାରତ ନିକଟରେ ଏହାର ଉତ୍ପାଦନ ବୃଦ୍ଧି କରି ସମଗ୍ର ବିଶ୍ୱକୁ ଏହି ଜୀବନ ରକ୍ଷକ ଔଷଧ ପ୍ରଦାନ କରିବାର ସାମର୍ଥ୍ୟ ଅଛି। ଭାରତରେ ହାଇଡ୍ରୋକ୍ସିକ୍ଲୋରକୁଇନ୍ ଔଷଧର ଇତିହାସରେ ଜଣେ ଅବିସ୍ମରଣୀୟ ବ୍ୟକ୍ତିତ୍ବ ହେଉଛନ୍ତି ରସାୟନବିତ୍ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ। ସେ ଥିଲେ ଭାରତୀୟ ରସାୟନ ଗବେଷଣା ଓ ରସାୟନ ଶିଳ୍ପର ଜନକ। ପଦାର୍ଥ ବିଜ୍ଞାନୀ ସତ୍ୟେନ୍ଦ୍ରନାଥ ବୋଷ ଓ ମେଘନାଦ ଶାହାଙ୍କ ପରି ପ୍ରସିଦ୍ଧ ବୈଜ୍ଞାନିକମାନେ ଥିଲେ ତାଙ୍କର ଛାତ୍ର। ରସାୟନ ବିଜ୍ଞାନରେ ଗବେଷଣା କରି ୧୮୯୬ରେ ସେ ସ୍ଥିର ମର୍କ୍ୟୁରସ୍ ନାଇଟ୍ରେଟ୍ ଉତ୍ପାଦନର ପ୍ରକ୍ରିୟା ଆବିଷ୍କାର କରିଥିଲେ। ୧୯୦୧ ମସିହାରେ ପ୍ରତିଷ୍ଠା କରିଥିଲେ ଦେଶର ପ୍ରଥମ ଔଷଧ କମ୍ପାନି ‘ବେଙ୍ଗଲ୍ କେମିକାଲ୍ସ୍ ଆଣ୍ଡ୍ ଫାର୍ମାସ୍ୟୁଟିକାଲ୍ସ୍ ଲିମିଟେଡ୍’। ବୈଜ୍ଞାନିକ ରାୟଙ୍କ ଦ୍ବାରା ପ୍ରତିଷ୍ଠିତ ଏହି ଔଷଧ କମ୍ପାନି ସେବେଠାରୁ ଦେଶରେ ଔଷଧ ଉତ୍ପାଦନରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଆସୁଛି। ୧୯୮୦ ମସିହାରେ ଭାରତ ସରକାର ଏହି କମ୍ପାନିକୁ ଅଧିଗ୍ରହଣ କରି ପରିଚାଳନା କରୁଛନ୍ତି। ବର୍ତ୍ତମାନ ଏହା ଦେଶରେ ଆଗ ଧାଡ଼ିର କ୍ଲୋରକୁଇନ୍ ଉତ୍ପାଦନକାରୀ ଭାବେ ପରିଗଣିତ।
କ୍ଲୋରକୁଇନ୍ର ଜନକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ
/sambad/media/post_attachments/wp-content/uploads/2020/04/prafulla-chandra-ray-discover-hydroxychloroquine.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)