ଆପଣ ଜାଣନ୍ତି କି ସମୁଦାୟ ୬ ପ୍ରକାରର ପ୍ରଣାମ ରହିଛି; ଜାଣନ୍ତୁ କେଉଁ ପ୍ରଣାମ କିପରି

ହିନ୍ଦୁ ଧର୍ମରେ ବଡ଼ମାନଙ୍କୁ ସମ୍ମାନ ଦେବାର ପ୍ରଭୁଖ ଜରିଆ ହେଉଛି ପ୍ରଣାମ। ଭଗବାନ ହୁଅନ୍ତୁ କମ୍ବା କେହି ସମ୍ମାନସ୍ପଦ ବ୍ୟକ୍ତି ହୁଅନ୍ତୁ ହିନ୍ଦୁ ଧର୍ମୀମାନେ ପ୍ରଣାମ କରି ସମ୍ମାନ ପ୍ରଦର୍ଶନ କରିଥାନ୍ତି। ପ୍ରଣାମ ଦୁଇଟି ଶବ୍ଦକୁ ନେଇ ହୋଇଛି, ପ୍ର+ନାମ। ପ୍ର ଅର୍ଥ ହେଉଛି ସାମ୍ନା ଏବଂ ନାମ ଅର୍ଥ ହେଉଛି ବଙ୍କିବା। ସାମ୍ନାରେ ମୁଣ୍ଡ ନୁଆଁଇ ବଙ୍କିଯିବା ହିଁ ପ୍ରଣାମ। ଏହି ପ୍ରଣାମକୁ ୬ ଭାଗରେ ବିଭକ୍ତ କରାଯାଇଛି।

ଅଷ୍ଟାଙ୍ଗ: ଅଷ୍ଟାଙ୍ଗ ପ୍ରଣାମ ବା ଅଷ୍ଟାଙ୍ଗ ପଣିପାତ କରିଲେ ଆଠଟି ଯାକ ଅଙ୍ଗ ଭୂମିକୁ ସ୍ପର୍ଶ କରିବା। ଅର୍ଥାତ ପ୍ରଣାମ କରିବା ସମୟରେ ଆଣ୍ଠୁ, ପେଟ, ଛାତି, ହାତ, କହୁଣୀ, ଥୋମଣି, ନାକ ଏବଂ କପାଳ ଆଦି ଭୂଇଁରେ ଲାଗିଲେ ତାହାକୁ ଅଷ୍ଟାଙ୍ଗ ପ୍ରଣାମ କୁହାଯାଏ।

ଷଷ୍ଟାଙ୍ଗ: ଷ୍ଟଷ୍ଟାଙ୍ଗ ପ୍ରଣାମରେ ଶରୀରର ୬ଟି ଅଙ୍ଗ ଭୂମିକୁ ସ୍ପର୍ଶ କରେ। ଯଥା: ପାଦର ବୁଢ଼ା ଆଙ୍ଗୁଠି, ଆଣ୍ଠୁ, ହାତ, ଥୋମଣି, ନାକ ଏବଂ କପାଳ।

ପଞ୍ଚାଙ୍ଗ: ପଞ୍ଚାଙ୍ଗରେ ଶରୀର ୫ଟି ଅଙ୍ଗ ଭୂତରେ ସ୍ପର୍ଶ କରିଥାଏ। ଯଥା; ଆଣ୍ଠୁ, ଛାତି, ଥୋମଣା, କପାଳ ଏବଂ ମଥା।

ଦଣ୍ଡବତ: ଦଣ୍ଡବତରେ କେବଳ ଆଣ୍ଠୁ ଓ କପାଳ ଭୂଇଁକୁ ସ୍ପର୍ଶ କରିଥାଏ।

ନମସ୍କାର: ନମସ୍କାର ହେଉଛି ଯୋଡ଼ା ହସ୍ତକୁ ନିଜ ମୁଣ୍ଡରେ ଲଗାଇବା।

ଅଭିନନ୍ଦନ: ଏହି ପ୍ରକାର ପ୍ରଣାମରେ ନିଜର ଯୋଡ଼ା ହସ୍ତକୁ ନିଜ ଛାତିରେ ଲଗାଇ ସାମ୍ନା ଲୋକଙ୍କୁ ସମ୍ମାନ ପ୍ରଦର୍ଶନ କରିବା।

ସମ୍ବନ୍ଧିତ ଖବର