ସିଟିବସ ଚଳାଇବେ ପ୍ରତୀକ୍ଷା, ମେକାନିକାଲ ଇଂଜିନିୟରିଂରୁ ଡ୍ରାଇଭିଙ୍ଗର ଯାତ୍ରା

ମୁମ୍ବାଇ: ଆଜିର ଝିଅ କାହାଠୁ କମ ନୁହଁ, ଏକଥାକୁ ପ୍ରମାଣିତ କରି ଦେଖାଇଛନ୍ତି ପ୍ରତୀକ୍ଷା ଦାସ | ଜଣେ ମେକାନିକାଲ ଇଂଜିନିୟର ଭାବେ ପାଠପଢା ସମାପ୍ତ କରିବା ପରେ ଏବେ ଜଣେ ଡ୍ରାଇଭର ହେବାକୁ ମନ ବଳାଇଛନ୍ତି ୨୪ ବର୍ଷୀୟ ପ୍ରତୀକ୍ଷା | ତେବେ ସେ କୌଣସି କାର ଚଳାଇବେ ନାହିଁ ବରଂ ତାଙ୍କୁ ସିଟିବସ ଚଳାଇବାର ଅନୁମତି ଦେଇଛି ମୁମ୍ବାଇ ସିଟିବସ ସେବା |

ମୁମ୍ବାଇର ସହରର ପ୍ରତିଟି ଗଳି କନ୍ଦିରେ ଗଡ଼ିଥାଏ ସିଟିବସ ‘ବେଷ୍ଟ’ ଆଉ ପ୍ରତୀକ୍ଷା ପ୍ରଥମ ମହିଳା ଡ୍ରାଇଭର ଭାବେ ଏବେ ସାମିଲ ହୋଇଛନ୍ତି | ପ୍ରତୀକ୍ଷା ମୁମ୍ବାଇରେ ରହୁଥିବାବେଳେ ଠାକୁର କଲେଜରୁ ମେକାନିକାଲ ଇଞ୍ଜିନୟରିଂ ପାସ କରିଥିବାବେଳେ ଆରଟିଓ ହେବାକୁ ଚାଁହୁଥିଲେ | କିନ୍ତୁ ଏଥିପାଇଁ ତାଙ୍କ ପାଖରେ ହେଭି ଭେଇକିଲ ଡ୍ରାଇଭିଙ୍ଗ ଲାଇସେନ୍ସର ଆବଶ୍ୟକତା ଥିଲା |

 

ଏଥିପାଇଁ ସେ ବସ ଚଳାଇବାକୁ ମନ ବଳାଇଥିଲେ | ନିଜର ଟ୍ରେନିଂ ସମାପ୍ତ ହେବା ପରେ ଏବେ ମୁମ୍ବାଇ ‘ବେଷ୍ଟ’ ସେବାରେ ନିଜକୁ ସାମିଲ କରିଛନ୍ତି | ଯେଉଁ ବୟସରେ ଝିଅମାନେ ସପିଙ୍ଗ କରିବାରେ ବ୍ୟସ୍ତ ଥାନ୍ତି ସେହି ବୟସରେ ପ୍ରତୀକ୍ଷା ବସ ଚଳାଇବାକୁ ଟ୍ରେନିଂ ସେଣ୍ଟରରେ ପହଁଚିଯାଇଥିଲେ |ପ୍ରତୀକ୍ଷାଙ୍କୁ ଦେଖି ଖୋଦ ପ୍ରଶିକ୍ଷକ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ |

ସମ୍ବନ୍ଧିତ ଖବର