ପ୍ରୟାଗରାଜ: ମହାକୁମ୍ଭ ପାଇଁ ପ୍ରୟାଗରାଜରେ ଲାଗୁଛି ପ୍ରବଳ ଗହଳି । ପ୍ରତିଦିନ କୋଟି କୋଟି ଲୋକଙ୍କ ସମାଗମ ହେଉଛି । ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ ପକାଇବାକୁ ଦେଶର କୋଣ ଅନୁକୋଣରୁ ଲୋକେ ଏଠାକୁ ଆସୁଥିବା ବେଳେ ଖଚାଖଚ ଭିଡ ଲାଗି ରହୁଛି । ପ୍ରତିଦିନ ଶ୍ରଦ୍ଧାଳୁ ସଙ୍ଗମ ସ୍ଥଳରେ ବୁଡ ପକାଇ ପୂଣ୍ୟ ଅର୍ଜନ କରୁଛନ୍ତି । ବିଶ୍ବାସ ରହିଛି ମହାକୁମ୍ଭ ବେଳେ ସଂଗମସ୍ଥଳରେ ବୁଡ ପକାଇଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ତେଣୁ ଏହି ଆଶାରେ ପ୍ରୟାଗରାଜ ମୁହାଁ ହୋଇଛି ସାରା ଦେଶ ।
ତେବେ ଯଦି ଆପଣ ପ୍ରୟାଗରାଜ ଯାଉଛନ୍ତି ତାହାଲେ ବୁଡ ପକାଇ ସାରିବା ପରେ କିଛି ସମୟ ବାହାର କରି ସେଠାକାର ପ୍ରସିଦ୍ଧ ଖାଦ୍ୟ ଖାଇବାର ମଜା ନିଅନ୍ତୁ । ଦେଖିବେ ଥରେ ସେଠାକାର ଷ୍ଟ୍ରିଟ୍ ଫୁଡ୍ ଚାଖିଲେ ଆପଣ ତାର ସ୍ବାଦ ଆଦୌ ଭୁଲିବେନି ।
ସୈନିକ ସମୋସା
ଆଳୁରେ ଭରପୂର ଗରମ ଗମ ସିଙ୍ଗଡା ତାସହ ମସଲାରେ ଭରା ଛୋଲେ ଆପଣଙ୍କୁ ସେଠି ମିଳିବ । ଯାହାକୁ ଆପଣ ଭାଙ୍ଗି ଭାଙ୍ଗି ଛୋଲେ ସହ ମଜା ନେଇପାରିବେ । ଖାଲି ସେତିକି ନୁହେଁ ଏଥିସହ ଦହି, ଖଟାପାଣି, ପିଆଜ, ଧନିଆ ପତ୍ର ବି ଦିଆଯିବ । ଅଶୋକ ନଗରରେ ଏହି ପ୍ରସିଦ୍ଧ ଷ୍ଟ୍ରିଟ୍ ଫୁଡ୍ ମିଳୁଥିବା ବେଳେ ତାକୁ ଖାଇବାକୁ ଲୋକଙ୍କ ଗହଳି ସବୁବେଳେ ଲାଗିଥାଏ ।
ରାଜାରାମ ଲସି
ପ୍ରୟାଗରାଜର ଏହି ରାଜାରାମ ଲସି ସେଠାକାର ପ୍ରସିଦ୍ଧ । ଶୀତ ହେଉ କି ଖରା ସବୁଦିନ ଏହି ଲସିର ଚାହିଦା ରହିଛି । ପୂରା ଲହୁଣୀ ମରା ଲସି ଖାଇବାକୁ ଲୋକଙ୍କ ଭିଡ ଲାଗେ । ଖାଲି ଲସି ନୁହେଁ ବିଭିନ୍ନ ପ୍ରକାଶ ମିଠା ବି ସେଠି ମିଳେ ।
ମସଲା ମୁଢି
ଆମେ ଓଡିଆ ତ ମୁଢି ପ୍ରିୟ କିନ୍ତୁ ପ୍ରୟାଗରାଜରେ ଯେକୌଣସି ଷ୍ଟଲରେ ମିଳିଯିବ । ମୁଗ, ଚଣା ସହ ମସଲାର ଏ ମୁଢି କାଳେ ସେଠି ଅନେକ ଲୋକଙ୍କୁ ପସନ୍ଦ ।
ଗୁଲାପ ଜାମ
ହୀରା ହଲୱାଇର ଗୁଲାପ ଜାମୁନ ସେଠି ଭାରି ପ୍ରସିଦ୍ଧ । ଏହି ଦୋକାନରେ ନରମ ଏବଂ ଗରମ ଗୁଲାପ ଜାମ ମିଳେ ଯାହାକୁ ଖାଇବାକୁ ଲୋକଙ୍କ ଗହଳି ଲାଗେ । ତେଣୁ ଯଦି ଆପଣ ପ୍ରୟାଗରାଜ ଯାଉଛନ୍ତି ତାହାଲେ ଏସବୁ ଖାଦ୍ୟ ନିହାତି ଖାଆନ୍ତୁ ।