ନୂଆଦିଲ୍ଲୀ: ପ୍ରୟାଗରାଜ ମହାକୁମ୍ଭ ମେଳାରେ ମାଳା ବିକ୍ରୟ କରି ଭାଇରାଲ ହୋଇଥିବା ମୋନାଲିସା ତାଙ୍କ ସହର ମହେଶ୍ୱରକୁ ଫେରି ଯାଇଛନ୍ତି। ଭାଇରାଲ ହେବା ପରେ ମୋନାଲିସାଙ୍କୁ ମହାକୁମ୍ଭରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।
ପରିବାରଲୋକ ନିଜର ମାଳା ବ୍ୟବସାୟ ଓ ଝିଅର ସୁରକ୍ଷା ପାଇଁ ମୋନାଲିସାଙ୍କୁ ନିଜ ଗାଁକୁ ପଠାଇ ଦେଇଥିଲେ। ମୋନାଲିସା ଗାଁକୁ ଫେରିଯିବା ପରେ ଖୁବ ଖୁସି ଅଛନ୍ତି। କାରଣ କୁମ୍ଭମେଳାରେ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ବି ବିଗିଡ଼ି ଯାଇଥିଲା।
ଅଧିକପଢ଼ନ୍ତୁ:ଗୋଟାଏ ଦିନରେ ସନ୍ଥ କେମିତି ହୋଇଗଲେ? ପ୍ରଶ୍ନ କଲେ ବାବା ରାମଦେବ
ପ୍ରକାଶିତ ରିପୋର୍ଟ ମୁତାବକ, ରାତାରାତି ଷ୍ଟାର ପାଲଟି ଥିବା ମୋନାଲିସାଙ୍କୁ ନେଇ ସିନେମା ତିଆରି କରାଯିବାର ଯୋଜନା ଚାଲିଛି। ଚର୍ଚ୍ଚା ହେଉଛି କି ମୋନାଲିସାଙ୍କୁ ନେଇ ସିନେମା ତିଆରି କରିବା ପାଇଁ ସିନେମା ଜଗତ ସହ ଜଡ଼ିତ ଅନେକ ଲୋକେ ମୋନାଙ୍କ ପରିବାର ସଦସ୍ୟଙ୍କୁ ଭେଟି ଆଲୋଚନା କରୁଛନ୍ତି।
ଏହି କ୍ରମରେ ମୋନାଲିସା ସିନେମାକୁ ନେଇ କହିଛନ୍ତି, ‘ ପରିବାର ଲୋକ ଅନୁମତି ଦେଲେ ମୁଁ ନିଶ୍ଚୟ ସିନେମା କରିବି। କାରଣ ଏଥିପ୍ରତି ମୋର ରୁଚି ଅଛି।’
ଅଧିକପଢ଼ନ୍ତୁ:ପ୍ଲାଷ୍ଟିକ୍ ବୋତଲରୁ ପାଣି ପିଉଥିଲେ ସାବଧାନ ! ଜଳ ସାଜିପାରେ ଜହର, ହୃଦୟ ପାଇଁ ହାନିକାରକ ।