ନୂଆଦିଲ୍ଲୀ: ଦେଶର କୋଣଅନୁକୋଣରୁ ମହାକୁମ୍ଭକୁ ଆସିଥିବା ସାଧୁସନ୍ଥମାନଙ୍କ ଜୀବନ କାହାଣୀ ରୋଚକ ରହିବା ସହିତ ସଂଘର୍ଷମୟ ମଧ୍ୟ ରହିଛି। ଏହି କ୍ରମରେ ଜଣେ ସାଧୁଙ୍କୁ ନେଇ ଚର୍ଚ୍ଚା ହେଉଛି। ଯିଏକି ନିଜର ବ୍ୟାଙ୍କ ଚାକିରି ଛାଡ଼ି ଦିନରାତି ଭଗବାନଙ୍କ ସେବାରେ ନିଜକୁ ହଜାଇ ଦେଇଛନ୍ତି।
ସୋମେଶ୍ୱର ପୁରୀ ସନ୍ୟାସୀ ହେବା ବିଷୟରେ ଆଲୋଚନା କରି କହିଛନ୍ତି, ‘ଆପଣ କ'ଣ ହେବେ ତାହା ଭାଗ୍ୟ ହିଁ ନିର୍ଣ୍ଣୟ କରେ। କୌଣସି ପିତାମାତା କିମ୍ବା ପରିବାର ଚାହାନ୍ତି ନାହିଁ କି ସେମାନଙ୍କ ପିଲା ସନ୍ୟାସୀ ହେବ। ସମସ୍ତ ଅଭିଭାବକ ତାଙ୍କର ପିଲାଙ୍କୁ ଡାକ୍ତର କିମ୍ବା ଇଞ୍ଜିନିୟର କରିବାକୁ ଚାହାଁନ୍ତି। କିନ୍ତୁ ଜଣେ ବ୍ୟକ୍ତି କେବଳ ଈଶ୍ୱରଙ୍କ ଇଚ୍ଛାରେ ସନ୍ନ୍ୟାସୀ ହୁଏ।
ମୋତେ ୫୫ବର୍ଷ ବୟସ ହୋଇଥିବା ବେଳେ ମୁଁ ବ୍ୟାଙ୍କ ଚାକିରି ଛାଡି ସନ୍ୟାସୀ ହେବାପାଇଁ ସ୍ଥିର କରିଥିଲି। ମୋର ଏହି ନିଷ୍ପତ୍ତିରେ ପରିବାରଲୋକ ସମର୍ଥନ ଜଣାଇ ନଥିଲେ। ତଥାପି ମୁଁ ମୋର ପରିବାର ଛାଡ଼ି ସନ୍ୟାସୀ ଜୀବନ ଆପଣାଇ ନେଇଥିଲି। ଏହି ନିଷ୍ପତ୍ତି ପରେ ମୋ ପରିବାରଲୋକ ବହୁତ କାନ୍ଦିଥିଲେ।
ସନ୍ୟାସୀ ହେବା ସବୁଠାରୁ ବଡ଼ ଦୁଃସାହସିକ କାର୍ଯ୍ୟ। ବାକି ଜୀବନରେ ମଣିଷର ଥରେ ମୃତ୍ୟୁ ହୁଏ, କିନ୍ତୁ ଜଣେ ସନ୍ନ୍ୟାସୀଙ୍କ ଜୀବନରେ ଦିନକୁ ୧୨ଥର ମରିବାକୁ ପ୍ରସ୍ତୁତ ରହିବାକୁ ପଡ଼ିଥାଏ। ସନ୍ୟାସୀ ହେବାର କୌଣସି ଗୋଟିଏ କାରଣ ନଥାଏ, ଜୀବନ ଧୀରେ ଧୀରେ ସେହି ଆଡ଼କୁ ଗତି କରେ ଯାହା ଉପରବାଲା ଲେଖିକି ରଖିଥାଏ।
ଯୁବପିଢ଼ିଙ୍କୁ ମୋର ଏତିକି ଅନୁରୋଧ , ‘ତୁମେ ଯାହା କରିବାକୁ ଚାହୁଁଛ, ତାହା ସମ୍ପୂର୍ଣ୍ଣ ହୃଦୟ ସହିତ କର, ଯଦି ତୁମେ ଏହା କେବଳ ତୁମର ଶରୀର ସହିତ କରିବ ତେବେ ଏହା ସମ୍ଭବ ହେବ ନାହିଁ। ଜୀବନରେ ଗମ୍ଭୀର ହେବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ଯଦି ଆପଣ ଏହାକୁ ସମ୍ପୂର୍ଣ୍ଣ ହୃଦୟ ଏବଂ ଖୁସିରେ କରିବେ, ତେବେ ଆପଣ ଯେକୌଣସି କାମ କରିପାରିବେ।
କର୍ତ୍ତବ୍ୟ ହେଉଛି ଈଶ୍ୱର। ତେଣୁ ନିଜ କର୍ତ୍ତବ୍ୟରେ କେବେ ହେଳା କରନ୍ତୁ ନାହିଁ।’