‘ପରୀକ୍ଷା ପେ ଚର୍ଚ୍ଚା’କୁ ଓଡ଼ିଶାର ନା

ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ କରିଥିଲେ। ଫେବ୍ରୁଆରି ୧୬ରେ ମାଧ୍ୟମିକ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଭିଡିଓ କନ୍‌ଫେରେନ୍ସି˚ ମାଧ୍ୟମରେ ପ୍ରଧାନମନ୍ତ୍ରୀ ପରୀକ୍ଷାର୍ଥୀଙ୍କୁ ଅଭିଭାଷଣ ଦେବା ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ଚିଠି ହୋଇଥିଲେ ମଧ୍ୟ ଓଡ଼ିଶା ସରକାର କାର୍ଯ୍ୟକ୍ରମକୁ ରୋକଠୋକ୍‌ ମନା କରିଥିଲା। ‌ଫେବ୍ରୁଆରି ୨୩ରୁ ମାଟ୍ରିକ୍‌ ପରୀକ୍ଷା ଥିବା ଦର୍ଶାଇ କାର୍ଯ୍ୟକ୍ରମ କରିବା ସମ୍ଭବପର ନୁହେଁ କହିବା ପରେ ରାଜନୀତି ସରଗରମ ହୋଇଥିଲା।

ନକଲି ସାର୍ଟିଫିକେଟ୍‌ର ଜାଲ
ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ବୌଦ୍ଧ ପରି ଜିଲ୍ଲାରେ ନିଯୁକ୍ତ ହେଉଥିବା ଶିକ୍ଷା ସହାୟକ ନକଲି ସାର୍ଟିଫିକେଟ୍‌ ଦେଇ ଚାକିରି ଲାଗି ଆବେଦନ କରିଥିବା ଅଭିଯୋଗ ହୋଇଥିଲା। ନିଟ୍‌ ରୢାଙ୍କ ନଥିଲେ ମଧ୍ୟ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମଲେଖାଇ ଦେବାକୁ କହି ଲକ୍ଷା‌ଧିକ ଟଙ୍କା ଠକେଇ କରିବାକୁ ଆଗେଇ ଆସିଥିଲେ କେତେକ ସଂସ୍ଥା। ଧରପଗଡ଼ ବି ହୋଇଥିଲା। ରାଜ୍ୟ ବାହାରରେ ସିଟି, ବିଏଡ୍‌ କରାଇଦେବା ନାଁରେ କେନ୍ଦୁଝର ଜିଲ୍ଲାରେ ସକ୍ରିୟ ହୋଇପଡ଼ିଥିଲେ ଆନ୍ଧ୍ରପ୍ରଦେଶର କେତେକ ଶିକ୍ଷାନୁଷ୍ଠାନ।

ପିଲାଙ୍କୁ ନେଇ ତନାଘନା
ସରକାରୀ ବିଦ୍ୟାଳୟରେ ପିଲା ସଂଖ୍ୟାକୁ ନେଇ ତନାଘନା ହୋଇଥିଲା। ୟୁଡିଆଇଏସ୍‌ଇ ରିପୋର୍ଟରେ ୭୨ ଲକ୍ଷ ପିଲା ଥିବା ବେଳେ ଏସ୍‌ଡିଏମ୍‌ଆଇଏସ୍‌ ପୋର୍ଟାଲରେ ୬୬ ଲକ୍ଷ ଓ ଆଧାରରେ ୫୩ ଲକ୍ଷ ପଞ୍ଜୀକୃତ ହୋଇଥିବାରୁ ରିପୋର୍ଟର ସତ୍ୟତା ନେଇ ପ୍ରଶ୍ନ ଉଠିଥିଲା। ସେହିପରି ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଚାଞ୍ଜଲ୍ୟକର ତଥ୍ୟ ୫୫ ହଜାର କିଶୋରୀ ସ୍କୁଲ ମାଡ଼ୁ ନଥିବା ରିପୋର୍ଟ ମିଳିବା ପରେ ଗଣଶିକ୍ଷା ବିଭାଗ ଏହାକୁ ଖଣ୍ଡନ କରାଯାଇଥି‌ଲା। ଶିକ୍ଷାବର୍ଷ ଅଧାରେ ସରକାରଙ୍କ ଏହି ଦୁଇ ବିଭାଗ ମୁହାଁମୁହିଁ ହୋଇଥିଲେ।

ରାଜ୍ୟ ବାହାରେ ଅସୁରକ୍ଷିତ ଓଡ଼ିଆ ପିଲା
ତ୍ରିପୁରାସ୍ଥିତ ଅଗରତାଲା ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନରେ ପଢ଼ୁଥିବା ୯୦ ଜଣ ଛାତ୍ରଛାତ୍ରୀ ଓ ୧୦ ଜଣ ଶିକ୍ଷକଙ୍କୁ ସ୍ଥାନୀୟ ଅଞ୍ଚଳର ଛାତ୍ରମାନେ ନିର୍ଯାତନାର ଶିକାର ହେଉଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଥିଲେ। ଏହାପରେ ଉଚ୍ଚଶିକ୍ଷା ବିଭାଗ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳକୁ ତ୍ରିପୁରା ପଠାଯାଇଥିଲା। ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଟ୍ବିଟ୍‌ କରି ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ତ୍ରିପୁରାର ସନ୍ତାନ କହିବା ସହ ମା’ ତ୍ରିପୁରା ସୁନ୍ଦରୀଙ୍କ ରାଜ୍ୟରେ ଏପରି ଅସାମାଜିକ କାର୍ଯ୍ୟ ଗ୍ରହଣୀୟ ନୁହେଁ ବୋଲିି ମତ ଦେଇଥିଲେ।

ସମ୍ବନ୍ଧିତ ଖବର