ଦୁର୍ମୂଲ୍ୟ ମାଛ ମଞ୍ଜି

ବିଶ୍ବର ଏକ ଦୁର୍ମୂଲ୍ୟ ଖାଦ୍ୟ-ପଦାର୍ଥ ହେଉଛି ଧଳା ବେଲୁଗା ମାଛର ମଞ୍ଜି। ଏହାକୁ ଇଂଲିସ୍‌ରେ ହ୍ବାଇଟ୍‌ ବେଲୁଗା କାଭିଅର‌୍‌ କହାଯାଏ। କଞ୍ଚା କାଭିଅର୍‌ର କିଲୋ ପ୍ରତି ମୂଲ୍ୟ ସାତରୁ ଦଶ ହଜାର ଡଲାର୍‌। ପ୍ରୋସେସ୍‌ଡ କାଭିଅର୍‌ର ମୂଲ୍ୟ ଆହୁରି ଅଧିକ। ଧନିକମାନଙ୍କ ପ୍ରବେଶ ଥିବା ନାମୀ-ଦାମୀ ରେସ୍ତୋରାଁଗୁଡ଼ିକରେ ଏହା କାଭିଅର୍‌ ପ୍ରସ୍ତୁତ ଖାଦ୍ୟ ପରିବେଷିତ ହେଉଥିବା ଜଣାଯାଏ। ଧଳା ବେଲୁଗା ଏବେ ବିଲୁପ୍ତି ଅବସ୍ଥାରେ। କେବଳ କାସ୍‌ପିଆନ୍‌ ସାଗରରେ ଏହି ମାଛ ଦେଖାଯାଏ। କ୍ବଚିତ୍‌ ଜୀବନ୍ତ ଧରାପଡ଼େ। କେହି ମତ୍ସ୍ୟ-ଶିକାରୀ ଏହାକୁ ଧରିଲେ ମତ୍ସ୍ୟ-ଚାଷୀଙ୍କୁ ବିକନ୍ତି। ମତ୍ସ୍ୟ-ଚାଷୀମାନେ ଏହାକୁ ମଞ୍ଜି ପାଇଁ ପାଳନ କରନ୍ତି। ବେଲୁଗା ଶହେ ବର୍ଷ ବଞ୍ଚିପାରେ। ବୟସ୍କ ବେଲୁଗାର ମଞ୍ଜି ଅଧିକ କୋମଳ ଓ ସ୍ବାଦିଷ୍ଠ ହୋଇଥିବାରୁ ଅଧିକ ମୂଲ୍ୟବାନ୍‌। ଏହାକୁ ବାଇଶ କାରେଟ୍‌ ସୁନା ସହ ପ୍ରକ୍ରିୟାକରଣ ପରେ ବିକ୍ରି କରାଯାଉଥିବାରୁ ‘ଶ୍ବେତ ସୁବର୍ଣ୍ଣ’ କହାଯାଏ।

ସମ୍ବନ୍ଧିତ ଖବର