୧୮୬୩ ମସିହାରେ ଏକ ବଙ୍ଗଳା ପରିବାରରେ ନରେନ୍ଦ୍ର ଦତ୍ତ ନାମରେ ଜନ୍ମ ନେଇଥିବା ଶିଶୁଟି ପରବର୍ତ୍ତୀ ମୂହୁର୍ତ୍ତରେ ବଡ଼ ହୋଇ ସ୍ୱାମୀ ବିବେକାନନ୍ଦ ହୁଅନ୍ତି। ରାମକୃଷ୍ଣ ପରମହଂସଙ୍କୁ ଗୁରୁ ଭାବେ ଗ୍ରହଣ କରିଥିବା ବିବେକାନନ୍ଦ ନିଜର ଜ୍ଞାନ ଗାରିମା ପାଇଁ ଦେଶ ଓ ଦେଶ ବାହାରେ ନିଜର ପ୍ରାଧାନ୍ୟ ଜମାଇବାରେ ଲାଗନ୍ତି। ଧୀରେ ଧୀରେ ତାଙ୍କ ବାଣୀ, ତାଙ୍କ ଆଚରଣ ସାଧାରଣ ମଣିଷଙ୍କ ପାଇଁ ପ୍ରେରଣା ପାଲଟିଯାଏ। ଚାଲନ୍ତୁ ଜାଣିବା ଆଗାମୀ ଭାରତ ସଂପର୍କରେ ସ୍ୱାମୀ ବିବେକକାନନ୍ଦ କ’ଣ ସବୁ ଭବିଷ୍ୟବାଣୀ କରି ଯାଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସେ ସବୁ ଗୋଟି ଗୋଟି କରି ସତ ହୋଇଛି।

Advertisment

ଆମ ଦେଶ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ସ୍ୱାମୀ ବିବେକାନନ୍ଦଙ୍କର ଦେହାନ୍ତ ହୋଇଥିଲା। ସେ ସେବେଠାରୁ ଭବିଷ୍ୟବାଣୀ କରିଥିଲେ ଯେ ଭାରତ ବ୍ରିଟିଶମାନଙ୍କଠାରୁ ପରଧୀନତାର ଶିକୁଳିରୁ ମୁକ୍ତି ପାଇବ। ଭାରତ ଏକ ସ୍ୱାଧୀନ ଦେଶ ଭାବେ ପ୍ରସିଦ୍ଧି ଲାଭ କରିବ।

ସହରାଞ୍ଚଳରେ ଦେଶର ମଧ୍ୟମ ବର୍ଗର ଲୋକେ ପ୍ରାଧାନ୍ୟ ବିସ୍ତାର କରିବେ ବୋଲି ବିବେକାନନ୍ଦ କହିଥିଲେ। ଏହା ଦ୍ୱାରା ଦେଶର ଉନ୍ନତିକରଣ ପ୍ରକ୍ରିୟା ଆହୁରି ସହଜ ହୋଇଯିବ।

publive-image

ସ୍ୱାମୀଜୀ ତାଙ୍କର ଯାତ୍ରା ଓ ଗବେଷଣା ସମୟରେ ଆଗାମୀ ଭବିଷ୍ୟତରେ ହେବାକୁ ଥିବା ବିପ୍ଳବ ସଂପର୍କରେ ଭବିଷ୍ୟବାଣୀ କରିଥିଲେ। ସେ ଆହୁରି ବି କହିଥିଲେ ଯେ ଏହି ବିଳ୍ପବରେ ୨ ଦେଶ ସାମିଲ୍‌ ରହିବେ। ବିବେକାନନ୍ଦଙ୍କ ଖତା ମୁତାବକ ଚୀନ ଓ ରୁଷ ଭାରତ ସହ ବିଦ୍ରୋହ କରି ଆସୁଛନ୍ତି।

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଉନ୍ନତିକରଣ ଘଟିବ। ଧୀରେ ଧୀରେ ଅନ୍ଧବିଶ୍ୱାସ ଉପରୁ ଲୋକଙ୍କ ବିଶ୍ୱାସ ହଟି ବିଜ୍ଞାନ ଆଡ଼େ ଯିବ ବୋଲି ବିବେକାନନ୍ଦ କହି ଯାଇଛନ୍ତି। ଯାହାର ସତ୍ୟତାକୁ ଆଜି ଆପଣ ନିଜେ ବି ଅନୁଭବ କରିପାରୁଥିବେ।

ଭାରତର କେତେକ ଶିଳ୍ପପତୀ ବିଶ୍ୱରେ ଥିବା ଧନୀ ବର୍ଗଙ୍କ ସହ ସମକକ୍ଷ ହେବେ। ଭାରତୀୟ ଧନୀକମାନେ ବିଶ୍ୱସ୍ତରରେ ନିଜର ନାମ ଉଜ୍ଜ୍ୱଳ କରିବେ।