ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଆସିଛି ଚକିତ କରିବା ଭଳି ଖବର । ଗର୍ଭବତୀ ମହିଳାଙ୍କ ଦୁଗ୍ଧରୁ କୀଟନାଶକ ରହିଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଏହି ଗବେଷଣା ଲକ୍ଷ୍ନୌର କେଜିଏମ୍‌ୟୁର ସ୍ତ୍ରୀରୋଗ ଏବଂ ପ୍ରସୂତୀ ବିଭାଗର ଡାକ୍ତରମାନେ କରିଥିବା ସୂଚନା ରହିଛି। ରାଜ୍ୟର ମେରି କ୍ବିନ୍‌ ହସ୍ପିଟାଲ୍‌ରେ ୧୩୦ ଜଣ ଗର୍ଭବତୀ ମହିଳାଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା। ଗବେଷଣାର ଫଳାଫଳ କିନ୍ତୁ ସଭିଙ୍କୁ ଚକିତ କରିଦେଇଛି।

Advertisment

ଏନ୍‌ଭ‌ର୍ଣ୍ଣମେଣ୍ଟାଲ୍‌ ରିସର୍ଚ ଜର୍ଣ୍ଣାଲରେ ପ୍ରକାଶିତ ଏହି ଗବେଷଣା ଆଧାରିତ ଆଲେଖ୍ୟରେ ପ୍ରଫେସର ସୁଜାତା ଦେବ, ଡାକ୍ତର ଅବାସ ଅଲ୍ଲୀ ଏବଂ ଡାକ୍ତର ନୈନା ଦ୍ବିବେଦୀ ସ‌ାମିଲ୍‌ ଅଛନ୍ତି। ତେବେ ଏହି ଗବେଷଣାରୁ ମହିଳାଙ୍କ ଦୁଗ୍ଧରେ କୀଟନାଶକ ଥିବା ଜଣାପଡ଼ିଛି। ଶାକାହାରୀ ମହିଳାଙ୍କ ତୁଳନାରେ ମାଂସାଷୀ ମହିଳାଙ୍କ ଦୁଗ୍ଧରେ ଅଧିକ ପରିମାଣର କୀଟନାଶକ ଥିବା ସୂଚନା ରହିଛି। ଯାହାକି ମାଆ କ୍ଷୀର ପିିଇବା ବେଳେ ନବଜାତ ଶିଶୁଙ୍କ ଶରୀରକୁ ବି ଯାଇଥାଏ।

ଆଜିକାଲି ‌ଜୀବଯନ୍ତୁମାନଙ୍କୁ ବିଭିନ୍ନ ପ୍ରକାର ଇଞ୍ଜେକ୍ସନ ଦିଆଯାଉଥିବା ବେଳେ ତାହାକୁ ଭକ୍ଷଣ କରୁଥିବା ମାଆମାନଙ୍କ ଶରୀରକୁ ବି ସେସବୁ ଯାଇଥାଏ। ଯାହାକି କ୍ଷୀର ଜରିଆରେ ଶିଶୁଙ୍କ ନିକଟକୁ ବି ଯାଏ।

ଆମ ଶରୀରକୁ କୀଟନାଶକ ଯିବାରୁ ରୋକିବା ପାଇଁ ଆମକୁ ସତର୍କ ହେବାକୁ ପଡ଼ିବ ବୋଲି ଡାକ୍ତରମାନେ କହିଛନ୍ତି। ବଜାରରୁ ଆଣୁଥିବା ଫଳ କିମ୍ବା ପରିବାକୁ ଭଲ ଭାବେ ଧୋଇକି ଖାଇବାକୁ ଡାକ୍ତର ପରାମର୍ଶ‌ ଦେଉଛନ୍ତି। ଭଲ କରି ଧୋଇଦେଲେ ଫଳ ବା ପରିବାକୁ ତାଜା ରଖିବାକୁ ପ୍ରୟୋଗ କରାଯାଉଥିବା ରସାୟନ ସେଥିରୁ ବାହାରିଯାଏ।