ସୁରତ: ଗୁଜୁରାଟର ସୁରତରେ ଦେଖିବାକୁ ମିଳିଛି ଏକ ଏକ ପ୍ରେରଣାଦାୟୀ ଦୃଶ୍ୟ। କରୋନା ପରିସ୍ଥିତି ପାଇଁ ଦେଶରେ ସ୍ବାସ୍ଥ୍ୟକର୍ମୀମାନଙ୍କର ଯଥେଷ୍ଟ ଆବଶ୍ୟକତା ରହିଥିବା ବେଳେ ୪ ମାସର ଗର୍ଭବତୀ ଥିବା ଜଣେ ନର୍ସ କୋଭିଡ୍ ଡ୍ୟୁଟି କରି ଉଦାହରଣ ପାଲଟିଛନ୍ତି। ତାଙ୍କ ନାମ ହେଉଛି ନ୍ୟାସି ଆୟେଜା ମିଷ୍ଟ୍ରି।
କରୋନା ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ଥିବା ସତ୍ତ୍ବେ ସେ ଦୈନିକ ୮ରୁ ୧୦ ଘଣ୍ଟା ନିଜର ଡ୍ୟୁଟି କରିଥାନ୍ତି। ମିଷ୍ଟ୍ରି ଗଣମାଧ୍ୟମରେ ନିଜର ବୟାନ ଦେଇ କୁହନ୍ତି, ‘ମୋ ପେଟରେ ଛୁଆ ଅଛି। ମୁଁ ୪ ମାସର ଗର୍ଭବତୀ। ହେଲେ ମୋ ପାଇଁ ମୋ କର୍ତ୍ତବ୍ୟ ଆଗ। ଭଗବାନଙ୍କ ଦୟାରୁ ମୋତେ ରମଦାନ ପରି ଧାର୍ମିକ ମାସରେ ଲୋକଙ୍କ ସେବା କରିବାର ସୁଯୋଗ ମିଳିଛି। ମୋ ପାଖରେ ସେମାନଙ୍କ ଆଶୀର୍ବାଦ ଅଛି।’
କେବଳ ଏବେ ନୁହେଁ, ଗତବର୍ଷ କରୋନା ସମୟରେ ବି ସେ ନିଜ କର୍ତ୍ତବ୍ୟର ପାଳନ କରିଥିଲେ। କିନ୍ତୁ ଏବର୍ଷର କଥା ନିଆରା। ସେ ପେଟରେ ଛୁଆ ଧରି ମାଆର କର୍ତ୍ତବ୍ୟ ପାଳନ କରିବା ସହ କରୋନା କାଳରେ ସାଧାରଣ ଲୋକଙ୍କ ପାଇଁ ଜଣେ ସଚେତନ ସ୍ବାସ୍ଥ୍ୟକର୍ମୀର କର୍ତ୍ତବ୍ୟ ବି ପାଳନ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Screenshot_2021-04-24_at_13.21_1200x768.jpg)