ପୁଅ ହେବ ବୋଲି କହି ଗର୍ଭବତୀ ମହିଳାଙ୍କ ମୁଣ୍ଡରେ କଣ୍ଟା ପିଟିଲା ଭଣ୍ଡବାବା, ତା’ ପରେ…

ନୂଆଦିଲ୍ଲୀ: ପୁଅ ହେବ ବୋଲି କହି ଗର୍ଭବତୀ ମହିଳାଙ୍କ ମୁଣ୍ଡରେ କଣ୍ଟା ପିଟିଲା ଭଣ୍ଡ ବାବା। ଏହି ଖବରଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ପାକିସ୍ଥାନର ପେଶ‌ାୱର ସହରରେ ଜଣେ ଗର୍ଭବତୀ ମହିଳାଙ୍କ ସହ ଘଟିଛି ଏଭଳି ଘଟଣା। ପୂର୍ବରୁ ୩ଟି ଝିଅ ଥିବାରୁ ପୁଅ ଆଶ‌ାରେ ମହିଳାଜଣକ ଭଣ୍ଡ ବାବାଙ୍କ କଥାରେ ପଡ଼ି ଫଶିଥିବା ଜଣାପଡ଼ିଛି।  ମହିଳାଙ୍କ ଚିକିତ୍ସା କରୁଥିବା ଡାକ୍ତର ଏହି ସୂଚନା ଦେଇଛନ୍ତି।

ଡାକ୍ତରଙ୍କ କହିବା ମୁତାବକ, ପୁଅ ଆଶାରେ ମହିଳାଜଣକ ଭଣ୍ଡ ବାବାଙ୍କ ପାଖକୁ ଯିବା ପରେ ସେ ମୁଣ୍ଡରେ ଲୁହା କଣ୍ଟା ପିଟିବାକୁ କହିଥିଲେ। ଏଭଳି କଲେ ପୁଅ‌ ହେବ ବୋଲି କହି ମହିଳାଙ୍କ ମୁଣ୍ଡରେ କଣ୍ଟା ପିଟିଥିଲେ ବାବା। ଏହା ପରେ ରକ୍ତସ୍ରାବ ସହ ଯନ୍ତ୍ରଣା ହେବାରୁ ମହିଳା ମୁଣ୍ଡରୁ ଲୁହା କଣ୍ଟା କାଢ଼ିବାକୁ ଚେଷ୍ଟା କରିଥିଲେ। ହେଲେ ସେ ଏଥିରେ ସଫଳ ହୋଇପାରିନଥିଲେ। ଏହା ପରେ ସେ ତୁରନ୍ତ ଡାକ୍ତରଖାନାରେ ପହଞ୍ଚିଥିଲେ। ଏବେ ତାଙ୍କ ମୁଣ୍ଡରୁ କଣ୍ଟା ବାହାର କରାଯାଇଥିବା ସହ ସେ ସୁସ୍ଥ ଅଛନ୍ତି।

ଅନ୍ୟପକ୍ଷରେ ପୁଲିସ କହିଛି ଯେ, ପେଟରେ ଝିଅ ଥିବା ଜାଣି ଚିନ୍ତାରେ ପଡ଼ିଥିବା ମହିଳା ପ୍ରଥମେ ଭଣ୍ଡ ବାବାଙ୍କ କଥାରେ ନିଜେ ନିଜ ମୁଣ୍ଡରେ କଣ୍ଟା ପିଟିଥିବା କହିଥିଲେ। ହେ‌ଲେ ପରେ ସେ ସବୁ ସତ ମାନିନେଇଥିଲେ। ଭଣ୍ଡ ବାବା ନିଜେ ପୁଅ ହେବ ବୋଲି କହି ମହିଳାଙ୍କ ମୁଣ୍ଡରେ କଣ୍ଟା ପିଟିଥିବା ମହିଳା ପୁଲିସ ଆଗରେ ସ୍ବୀକାର କରିଥିଲେ। ଏବେ ଏତଲା ରୁଜୁ କରି ପୁଲିସ ଭଣ୍ଡ ବାବାଙ୍କୁ ଖୋଜୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର