କଲମ୍ବିଆ : ବେଳେ ବେଳେ ଆମର ସଉକ ଘାତକ ସାବ୍ୟସ୍ତ ହୋଇଥାଏ। ଆମେରିକାର କଲମ୍ବିଆରେ ଘଟିଥିବା ଏହି ଘଟଣା ବିଷୟରେ ଜାଣିଲେ ଆପଣଙ୍କ ଲୋମଟାଙ୍କୁରି ଉଠିବ । ଜଣେ ଟାଟୁ ପ୍ରିୟ ଗର୍ଭବତୀ ମହିଳା ତାଙ୍କ ଶରୀରର ଏପରି ସ୍ଥାନରେ ଟାଟୁ କଲେ, ଯାହା ଦ୍ୱାରା ତାଙ୍କ ଜୀବନ ଏକପ୍ରକାର ବରବାଦ ହୋଇଗଲା । ଯଦି ଆପଣ ଟାଟୁ ସୌଖୀନ୍ ତେବେ ଏହି ଖବରକୁ ନିଶ୍ଚିତ ପଢନ୍ତୁ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜିକାଲି ଶରୀରର ବିଭିନ୍ନ ଅଙ୍ଗରେ ଟାଟୁ କରିବାର ଏକ ଫ୍ୟାସନ୍ ଚାଲିଛି । ଏହା ଯୁବପିଢି ମଧ୍ୟରେ ଅଧିକ ଦେଖିବାକୁ ମିଳୁଛି । ଜଣେ ଟାଟୁ ପ୍ରିୟ ଗର୍ଭବତୀ ମହିଳା ତାଙ୍କ ସ୍ତନରେ ଟାଟୁ କରିଥିଲେ। ଏହା ପରେ ତାଙ୍କ ସହ ଯାହା ହେଲା, ତାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ । କଲୋମ୍ବିଆର ଜନୈକା ଯୁବତୀ ଲୁସିଆ ନିଜ ସ୍ତନରେ ଟାଟୁ କରିଥିଲେ ଓ ଏହି ଟାଟୁ ଯୋଗୁ ତାଙ୍କ ସ୍ତନରେ ସାମାନ୍ୟ ସଂକ୍ରମଣ ହୋଇଥିଲା । ଧିରେ ଧିରେ ଏହି ସଂକ୍ରମଣ ଏପରି ଭୟଙ୍କର ରୂପ ନେଲା ଯେ ତାଙ୍କୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଲା । ଡାକ୍ତର ଏହା ଦେଖି କହିଲେ ଆପଣ ଆସିବାରେ ବହୁତ ଡେରି କରିଦେଲେ। ଅସ୍ତ୍ରୋପଚାର ବିନା ଏହାର ଚିକିତ୍ସା ଅସମ୍ଭବ । ଏହା ପରେ ସେ ଅସ୍ତ୍ରୋପଚାର କରିବାକୁ ରାଜି ହୋଇଗଲେ। କିନ୍ତୁ ସବୁଠାରୁ ବଡ଼ ଅସୁବିଧା ଥିଲା କି ସେ ଗର୍ଭବତୀ ଥିଲେ । ଏହି ଅସ୍ତ୍ରୋପଚାର ଦ୍ୱାରା ତାଙ୍କ ସନ୍ତାନ ଉପରେ କୁପ୍ରଭାବ ପଡିବ ବୋଲି ଡାକ୍ତର କହିଥିଲେ । କିନ୍ତୁ ସେ ତାଙ୍କ ଶରୀରରେ ଯନ୍ତ୍ରଣା ବଢ଼ିବାକୁ ଲାଗିଲା। କଷ୍ଟ ସହି ନ ପାରି ଲୁସି ଅସ୍ତ୍ରୋପଚାର କରିଥିଲେ ଓ ଅତ୍ୟଧିକ ମେଡିସିନ୍ ଖାଇବା ଦ୍ୱରା ତାଙ୍କ ସନ୍ତାନ ନଷ୍ଟ ହୋଇଯିବା ସହ ମେରୁଦଣ୍ଡ ମଧ୍ୟ ପ୍ରଭାବିତ ହୋଇଯାଇଥିଲା। ଯାହା ଫଳରେ ସେ ସବୁଦିନ ପାଇଁ ହୁଇଲଚେୟାରରେ ବସିବାକୁ ପଡ଼ିଥିଲା ।