ଆଜିକାଲି ବିଭିନ୍ନ ଷ୍ଟ୍ରିମରେ ଗ୍ରାଜୁଏସନ୍ କରିଥିବା ଯୁବକ ଯୁବତୀମାନେ ବ୍ୟାଙ୍କ୍ରେ ପ୍ରୋବେସନାରି ଅଫିସର୍ (ପି ଓ) ହେବାଲାଗି ଚାହୁଁଛନ୍ତି। ମନେ ରଖନ୍ତୁ ପି.ଓ ରୂପେ ନିଯୁକ୍ତି ଦେବା ଲାଗି ଏକ ଲିଖିତ ପରୀକ୍ଷା ଦେବା ପାଇଁ ପଡେ । ଏଥିରେ ସଫଳତା ପାଇବା ପାଇଁ ନିମ୍ନୋକ୍ତ ଟିପ୍ସ ପ୍ରତି ଧ୍ୟାନ ଦେଇପାରନ୍ତି ।
ନୂଆ ପାଟର୍ଣ୍ଣ ପ୍ରତି ଧ୍ୟାନ ଦିଅନ୍ତୁ: ନୂଆ ପାଟର୍ଣ୍ଣ ଅନୁଯାୟୀ ପରୀକ୍ଷା ହୋଇଥାଏ । ନୂଆପାଟର୍ଣ୍ଣର ସାଂପଲ ପେପର ଉପରେ ଗୁରୁତ୍ୱ ଦିଅନ୍ତୁ। ଏତଦ୍ବ୍ୟତୀତ କ୍ରିଏଟିଭ୍ ପେପର୍ ମଧ୍ୟ ଥାଏ । ମୋଟ୍ ୨୫୦ ମାର୍କର ପରୀକ୍ଷା ହୋଇଥାଏ । ଯେଉଁଥିରେ ରିଜନିଙ୍ଗ, ଇଂଲିଶ୍ ଲାଙ୍ଗୁଏଜ୍, ନ୍ୟୁମିରାକାଲ୍ ଏବିଲିଟି, କଂପ୍ୟୁଟର ନଲେଜ୍ ଓ ଜେନେରାଲ୍ ଆଓ୍ଵାରନେସ୍ ଇତ୍ୟାଦି ସଂପର୍କୀତ ପ୍ରଶ୍ନ ପଡ଼ିଥାଏ ।
କମ୍ ସମୟରେ ସ୍ମାର୍ଟ ଷ୍ଟ୍ରାଟେଜି: ଯଦି ଆପଣ ବ୍ୟାଙ୍କ୍ ପରୀକ୍ଷାରେ ସଫଳ ହେବାକୁ ଚାହାଁନ୍ତି, ତେବେ ସର୍ବପ୍ରଥମେ ନିଜର ଯୋଗ୍ୟତାକୁ ଚିହ୍ନନ୍ତୁ ଏବଂ ତାହା ଅନୁଯାୟୀ ପ୍ରସ୍ତୁତି କରନ୍ତୁ । ମନେ ରଖନ୍ତୁ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ନ ହେଲେ, ଆପଣଙ୍କୁ ମୌଖିକ ପରୀକ୍ଷା ପାଇଁ ଡକାଯିବ ନାହିଁ ।
ଅଭ୍ୟାସ ଜରୁରୀ: ଆପଣ ବିଭିନ୍ନ ସାଂପଲ ପେପର୍କୁ ପୂର୍ବରୁ ନିୟମିତ ରୂପେ ଅଭ୍ୟାସ କରନ୍ତୁ । କିନ୍ତୁ କମ୍ ସମୟରେ ବେଶି ସଂଖ୍ୟକ ପ୍ରଶ୍ନର ଉତ୍ତର କରି ଦେଇପାରିବେ, ତାହା ପ୍ରତି ବି ଧ୍ୟାନ ରଖନ୍ତୁ । ଏହା କେବଳ ଅଭ୍ୟାସ ଦ୍ୱାରା ହିଁ ସମ୍ଭବ । ଯେତେ ଅଧିକ ଅଭ୍ୟାସ କରିବେ, ସେତେ ଭଲ ମାର୍କ ରଖି ପାରିବେ ।

ନେଗେଟିଭ୍ ମାର୍କିଙ୍ଗ୍ର ଧ୍ୟାନ ରଖନ୍ତୁ: ଏବେ ପ୍ରାୟ ସମସ୍ତ ବ୍ୟାଙ୍କ୍ ପି.ଓ ପରୀକ୍ଷା ଭୁଲ୍ ଉତ୍ତର ଲାଗି ନେଗେଟିଭି ମାର୍କିଂ ହେଉଛି । ଏଣୁ ଉତ୍ତର ଲେଖିବା ପୂର୍ବରୁ ଶତପ୍ରତିଶତ ନିଶ୍ଚିତ ହୁଅନ୍ତୁ ଯେ ଆପଣ ଯାହା ଲେଖୁଛନ୍ତି, ତାହା ଠିକ୍ । କାରଣ ନେଗେଟିଭ୍ ମାର୍କିଙ୍ଗ୍ ଦ୍ୱାରା ଆପଣଙ୍କ ସ୍ଥିତ ଖରାପ ମଧ୍ୟ ହୋଇପାରେ, ଏକଥା ମନେ ରଖିବାକୁ ହେବ ।
ଉତ୍ତମ ପ୍ରଦର୍ଶନ ଉପରେ ଫୋକସ୍ କରନ୍ତୁ: ପରୀକ୍ଷାରେ କିପରି ଭଲ ପ୍ରଦର୍ଶନ କରିବେ, ତା’ଉପରେ ଫୋକସ୍ କରନ୍ତୁ । ଯେଉଁମାନେ ଅନ୍ୟମାନଙ୍କ କଥା ଶୁଣି ବିଚଳିତ ହୁଅନ୍ତି, ସେମାନେ ଅସୁବିଧାରେ ପଡନ୍ତି ।