ଶାଳିନୀଙ୍କ ନେତୃତ୍ବରେ ରହିଛି ନୂଆ କିଛି କରିବାର ଦକ୍ଷତା ଏବଂ ଦୃଢ଼ତା

ଶାଳିନୀ କୋଥାକୋଣ୍ଡା, ଅଧ୍ୟକ୍ଷା, ପରିଚାଳନା ନିର୍ଦେଶିକା ଓଡ଼ିଶା ମଲ୍ଟି ସ୍ପେସାଲିଟି ହସ୍ପିଟାଲ ଏବଂ ଟ୍ରମା କେୟାର ସେଣ୍ଟର

ଓଡ଼ିଶା ମଲ୍ଟି ସ୍ପେସାଲିଟି ହସ୍ପିଟାଲ ଏବଂ ଟ୍ରମା କେୟାର ସେଣ୍ଟରର ସିଏମ୍‌ଡି ହେଉଛନ୍ତି ଶାଳିନୀ କୋଥାକୋଣ୍ଡା। ମାଇକ୍ରୋବାଇଲୋଜିରେ ସ୍ନାତକ କରିବା ପରେ ହାଇଦ୍ରାବାଦରୁ ହସ୍ପିଟାଲ ଆଡମିନିଷ୍ଟ୍ରେସନ ଏବଂ ବିଜନେସ ଆଡମିନିଷ୍ଟ୍ରେସନରେ ମାଷ୍ଟର୍ସ କରିଥିଲେ। ସୁପରସ୍ପେସାଲିଟି ଡାକ୍ତରଖାନାରେ କାର୍ଯ୍ୟ କରିବା ସହ ଚିକିତ୍ସାଳୟ ଶିଳ୍ପରେ ତାଙ୍କର ଲମ୍ବା ଅନୁଭବ ରହିଛି। ବର୍ତ୍ତମାନ ସେ ନିଜ ସ୍ବାସ୍ଥ୍ୟ ପ୍ରଯତ୍ନ ଗ୍ରୁପ୍‌କୁ ନେଇ ଭୁବନେଶ୍ବର ଆସିବା ସହିତ ଏଠାରେ ଶ୍ରୀ ଡାକ୍ତରଖାନାର ପ୍ରତିଷ୍ଠା କରିଛନ୍ତି। ନିଜ ଦାୟିତ୍ବକୁ ଆନ୍ତରିକତାର ସହିତ କରୁଥିବା ସେ ଜଣେ କାର୍ଯ୍ୟାସକ୍ତ, ଅଭିଜ୍ଞ, ଗୁଣୀ ସର୍ବୋପରି ଜଣେ ସଚ୍ଚୋଟ ମହିଳା। ତାଙ୍କ ରଣନୀତି ପ୍ରସ୍ତୁତି ଏବଂ ଯୋଜନାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ବଳିଷ୍ଠ ଅନୁଭବ ରହିଛି। ତାଙ୍କ ନେତୃତ୍ବରେ ନୂଆ କିଛି କରିବା ଦକ୍ଷତା ଏବଂ ଦୃଢ଼ତା ରହିଛି। କର୍ମଚାରୀ ଏବଂ ବନ୍ଧୁଙ୍କ ପାଖରେ ସେ ସମ୍ମାନର ପାତ୍ର। ବ୍ୟକ୍ତିଗତ ସ୍ବାର୍ଥ ଅପେକ୍ଷା କମ୍ପାନି ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ମହିଳାଙ୍କୁ ଅଗ୍ରାଧିକାର ଦେଇ ୫ ହଜାର ରୋଜଗାର ସୃଷ୍ଟି କରିବା ହିଁ ତାଙ୍କର ଆଭିମୁଖ୍ୟ।

୨୪ ମାର୍ଚ୍ଚ, ଶୁକ୍ରବାର ‘ସମ୍ବାଦ’ ପରିବାର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଉପଲକ୍ଷେ

ତାଙ୍କ ଅନୁସାରେ ମୋର ସାଥୀ ଏବଂ କର୍ମଚାରୀଙ୍କ ପ୍ରତି ପ୍ରତିବଦ୍ଧତା, ଉତ୍ସର୍ଗୀକୃତ ମାନସିକତା ସହିତ କଠିନ ପରିଶ୍ରମ ହିଁ ଦର୍ଶାଏ ଯେ ଆମେ ସମାନ ଚିନ୍ତାଧାରା ଏବଂ ସମନ୍ବୟ ଥିବା ବ୍ୟକ୍ତି ବିଶେଷଙ୍କ ଏକ ଦଳ। ତାହା ଆମକୁ ଅନେକ ସମ୍ମାନ ଦେଇଛି। ଓଡ଼ିଶାରେ ବର୍ତ୍ତମାନ ଲୋକଙ୍କ ପାଇଁ ଏକ ବୃହତ ସ୍ବାସ୍ଥ୍ୟ ସେବା ସୁବିଧା ରହିଛି। ଏଥିସହ ବିକାଶ, ଶିକ୍ଷାଗତ ହସ୍ତକ୍ଷେପ, ଆର୍ଥିକ ସ୍ଥିତିରେ ଉନ୍ନତି ଏବଂ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗୁଁ ସ୍ବାସ୍ଥ୍ୟ ଏବଂ ଜନସଂଖ୍ୟାରେ ଉନ୍ନତି ହେବାରେ ଲାଗିଛି। ଗୁଣାତ୍ମକ ଚିକିତ୍ସା ଏବଂ ସ୍ବୀକୃତି ଯୋଗୁଁ ସେ ଓଡ଼ିଶା ନିକଟରେ ଋଣୀ ଅନୁଭବ କରନ୍ତି। ଏହା ବଦଳରେ ସେ ଓଡ଼ିଶାକୁ ଯେଉଁ ପ୍ରତିବଦଳ ଉପହାର ଦେବେ, ସେଥିପାଇଁ ଯେତେ ପରିଶ୍ରମ କରିବାକୁ ହେଲେ ମଧ୍ୟ କରିବେ। ଓଡ଼ିଶାର କଳା ଏବଂ ସଂସ୍କୃତିକୁ ନେଇ ସେ ଉତ୍ସାହିତ ଅନୁଭବ କରନ୍ତି। ଏହା ହିଁ ପ୍ରତ୍ୟେକ ପରିବାରର ଭିତ୍ତିଭୂମି। ମାନବିକତାର ଖୋଲା ହୃଦୟରେ ପାଳନ-ପୋଷଣର ଚରିତ୍ରକୁ ସେ ଧନ୍ୟବାଦ ଦିଅନ୍ତି। ଏଠାରେ ପ୍ରତ୍ୟେକ ଅତିଥିଙ୍କୁ ନିଜ ଲୋକଙ୍କ ଭଳି ସ୍ନେହ, ସହାୟତା ଏବଂ ସହୃଦୟତାର ପ୍ରଦର୍ଶନ କରାଯାଏ। ସେଥିପାଇଁ ତ ଆପଣ ଏଠାରେ ସମାନ ଭାଷା କହିନପାରନ୍ତି କିନ୍ତୁ ଘରର ଅନୁଭବ ପାଇପାରିବେ।

ସମ୍ବନ୍ଧିତ ଖବର