ଭୁବନେଶ୍ବର: ବିଧାନସଭା ପାଇଁ ଆଜି ଥିଲା ଐତିହାସିକ ଦିନ । ଶୀତ ଅଧିବେଶନର ପ୍ରଥମ ଦିନରେ ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଘରବାହୁଡା ଭଳି ଲାଗୁଛି ବୋଲି ମହାମହିମ କହିଛନ୍ତି । ଦେଶର ଏକାଧିକ ବିଧାନସଭାକୁ ସମ୍ବୋଧନ କରିବାର ସୁଯୋଗ ପାଇଛି ହେଲେ ଓଡିଶା ଅନନ୍ୟ । ବିଧାନସଭାକୁ ସମ୍ବୋଧିତ କରିବା ପରେ ସେହି ସ୍ମରଣୀୟ ଏବଂ ଦୀର୍ଘ ଅପେକ୍ଷାରେ ଥିବା ୧୧ ନଂ ପ୍ରକୋଷ୍ଠକୁ ଯାଇଥିଲେ ରାଷ୍ଟ୍ରପତି । ନିଜେ ମନ୍ତ୍ରୀ ଥିବା ବେଳେ ସେ ଯେଉଁ ୧୧ ନମ୍ବର ଚେମ୍ବରରେ ବସୁଥିଲେ ସେହି ଚେମ୍ବରକୁ ଯାଇ ପୁରୁଣା ଦିନର କଥା ମନେ ପକାଇଛନ୍ତି ମହାମହିମ । ନିଜ ଅଭିଭାଷଣ ରଖିବା ପରେ ରାଷ୍ଟ୍ରପତି ବିଧାନସଭାରେ ୧୧ ନମ୍ୱର ପ୍ରକୋଷ୍ଠକୁ ଯାଇଥିଲେ ଯେଉଁଠାରେ ଆଗରୁ ବିଧାନସଭାର ଅନ୍ୟ ସଦସ୍ୟମାନେ ଉପସ୍ଥିତି ଥିଲେ । ମୁଖ୍ୟମନ୍ତ୍ରୀ, ବିରୋଧୀଦଳ ନେତା ଏବଂ ଅନ୍ୟ ସଦସ୍ୟଙ୍କ ଗହଣରେ ରାଷ୍ଟ୍ରପତି ସେହି ପ୍ରକୋଷ୍ଠରେ ପାଖାପାଖି ୧୫ ମିନିଟ ସମୟ ବିତାଇଥିଲେ । ଆଉ ସେହି ପ୍ରକୋଷ୍ଠାରେ ସହ ତାଙ୍କର ପୁରୁଣା କଥାକୁ ତାଜା କରିଥିଲେ ।
#ପୁରୁଣା_ସ୍ମୃତିକୁ_ମନେ_ପକାଉଛନ୍ତି_ପ୍ରେସିଡେଣ୍ଟ
— Kanak News (@kanak_news) November 27, 2025
ଏହି ୧୧ ନଂ ପ୍ରକୋଷ୍ଠରେ ବସୁଥିଲେ ରାଷ୍ଟ୍ରପତି । ପୁରୁଣା ସ୍ମୃତିକୁ ମନେ ପକାଉଛନ୍ତି ପ୍ରେସିଡେଣ୍ଟ #Odisha#PrezMurmu#OdishaAssembly#KanakNewspic.twitter.com/kNxuI5f3YG
ଆହୁରି ପଢନ୍ତୁ- Odisha Assembly, Naveen-Mohan: ଯେବେ ଏକାଠି ବସନ୍ତି ନବୀନ-ମୋହନ… ମହାମହିମଙ୍କ ସହ ବସି ଫଟୋ ଉଠାଇଲେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା
୧୧ ନମ୍ବର ପ୍ରକୋଷ୍ଠର ଅକୁହା କଥା
ତେବେ ଦୀର୍ଘ ୧୫ ବର୍ଷ ପରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିଧାନସଭା ଯାଇଥିବା ବେଳେ ପାଖାପାଖି ୨୦ ବର୍ଷ ପରେ ସେହି ୧୧ ନମ୍ବର ପ୍ରକୋଷ୍ଠକୁ ଯାଇଥିଲେ । ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଓଡ଼ିଶା ସରକାରରେ ବାଣିଜ୍ୟ, ପରିବହନ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଥିବା ବେଳେ ବିଧାନସଭାର ୧୧ ନମ୍ବର ପ୍ରକୋଷ୍ଠରେ ସେ ବସୁଥିଲେ। ଆଉ ଆଜି ସେହି ପ୍ରକୋଷ୍ଠ ମହାମହିମଙ୍କ ପାଇଁ ସ୍ମରଣୀୟ ହୋଇଛି...
ଆହୁରି ପଢନ୍ତୁ- Odisha Assembly, President Recites Poem: ମାଆଟି ମୋର କେଡ଼େ ନିଜର… କବିତା କବିତାରେ ମହାମନ୍ତ୍ର ଦେଲେ ମହାମହିମ, ତାଳିରେ କମ୍ପିଲା ଗୃହ
ପୁରୁଣା କର୍ମଚାରୀଙ୍କୁ ଡାକିଲେ ରାଷ୍ଟ୍ରପତି
ସେପଟେ ରାଷ୍ଟ୍ରପତି ୧୧ ନମ୍ବର ପ୍ରକୋଷ୍ଠରେ ସମୟ ଅତିବାହିତ କରିବା ସହ ତାଙ୍କ ସମୟରେ ଯେଉଁମାନେ କାମ କରୁଥିଲେ ସେମାନଙ୍କୁ ମଧ୍ଯ ଖୋଜିଥିଲେ । ସେହି ପୁରୁଣା କର୍ମଚାରୀଙ୍କ ଭିତରୁ ତାଙ୍କ ମାଡାମ୍ ପ୍ରେସିଡେଣ୍ଟ ଯେତେବେଳେ ବିଧାୟିକା ଥିଲେ ସେତେବେଳେ ତାଙ୍କର ଜମାଦାର ଭାବେ କାମ କରୁଥିଲେ ଅନନ୍ତ ଚରଣ ବେହେରା । ଯାହାଙ୍କୁ ଆଜି ରାଷ୍ଟ୍ରପତି ଡାକି ତାଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ଭଲମନ୍ଦ ବୁଝିଥିଲେ । ପ୍ରାୟ ୨ରୁ ୩ ମିନିଟ ଅନନ୍ତଙ୍କ ସହ କଥା ହେଇଥିଲେ ରାଷ୍ଟ୍ରପତି ।
#ରାଷ୍ଟ୍ରପତି_ମତେ_ଚିହ୍ନିଲେ#ଭଲ_ମନ୍ଦ_ପଚାରିଲେ
— Kanak News (@kanak_news) November 27, 2025
୧୧ ନଂ ଚାମ୍ବରକୁ ଆସିଲେ ରାଷ୍ଟ୍ରପତି । ଅନନ୍ତ ଚରଣ ବେହେରାଙ୍କୁ ଡାକିଲେ ରାଷ୍ଟ୍ରପତି । ଯିଏ କି ତାଙ୍କ ପାଖରେ କାମ କରୁଥିଲେ । ଶୁଣନ୍ତୁ କଣ କହିଲେ ରାଷ୍ଟ୍ରପତି#Odisha#PrezMurmu#OdishaAssembly#KanakNewspic.twitter.com/1wWTj2CfTJ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/11/27/president-droupadi-murmu-2025-11-27-21-54-57.jpg)