ନୂଆଦିଲ୍ଲୀ:  ଆଜି ପାର୍ଲାମେଣ୍ଟ୍‌ର ସେଣ୍ଟ୍ରାଲ୍‌ ହଲ୍‌ରେ ପୂର୍ବାହ୍ନ ୧୦.୧୩ରେ ଭାରତର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଶା ମାଟିର କନ୍ୟା ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିଛନ୍ତି। ଭାରତର ପ୍ରଧାନ ବିଚାରପତି ଏନ୍‌. ଭି. ରମନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରପତି ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟାନାଇଡୁ, ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ଏବଂ ଲୋକସଭାର ବାଚସ୍ପତି ଓମ୍‌ ବିର୍ଲାଙ୍କ ସମେତ ସମସ୍ତ କେନ୍ଦ୍ରମନ୍ତ୍ରୀ ଓ ସାସଂଦ ଉପସ୍ଥିତ ଥିଲେ। ଶପଥ ସମାରୋହ ପରେ ସେ ଉପସ୍ଥିତ ଅତିଥି ଓ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଥିଲେ।

Advertisment

ତେବେ ଆପଣ ଜାଣିବାକୁ ଚାହାନ୍ତିକି ନୂତନ ରାଷ୍ଟ୍ରପତି କହିଥିବା କିଛି ଗୁରୁତ୍ବପୂର୍ଣ୍ଣ କଥା ? ତେବେ ଚାଲନ୍ତୁ ଜାଣିବା ସେ କ’ଣ ସବୁ କହିଛନ୍ତି। ଆଜି ଶପଥ ଗ୍ରହଣ କରିଥିବା ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯାହା ସବୁ କହିଛନ୍ତି ତାହା ନିମ୍ନରେ ଉଲ୍ଲେଖ କରାଯାଇଛି।

: ମୋର ନିର୍ବାଚିତ ହେବା ଏହା ପ୍ରମାଣ କରୁଛି ଯେ ଦେଶରେ କେଉଁ ବି ଗରିବ ସ୍ବପ୍ନ ଦେଖିପାରିବେ ଓ ତାହାକୁ ସାକାର ବି କରିପାରିବେ।

: ମୋ ପାଇଁ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ଏକ ସ୍ବପ୍ନ ଥିଲା।

: ମୁଁ ଦେଶର ଯୁବପିଢ଼ିଙ୍କୁ କହିବାକୁ ଚାହେଁ ଯେ କେବଳ ନିଜର ଭବିଷ୍ୟତକୁ ଗୁରୁତ୍ବ ଦିଅନ୍ତୁ ନ‌ାହିଁ। ଦେଶର ଭବିଷ୍ୟତକୁ ବି ଗୁରୁତ୍ବ ଦିଅନ୍ତୁ।

: ମୁଁ ଦଳିତଙ୍କ ବିକାଶ ଉପରେ ଗୁରୁତ୍ବାରୋପ କରିବି।

: ଭାରତ ପ୍ରତ୍ୟେକ କ୍ଷେତ୍ରରେ ବିକାଶର ନୂତନ ଅଧ୍ୟାୟ ଯୋଡ଼ିଛି। କୋଭିଡ୍‌ ବି‌ରୋଧରେ ଭାରତର ସଂଗ୍ରାମ ସାରା ବିଶ୍ବକୁ ପ୍ରଭାବିତ କରିଛି।