ସାରା ବିଶ୍ୱରେ ଏମିତି ଅନେକ ରାଷ୍ଟ୍ର ଅଛି,ଯାହାର ଇତିହାସରେ ଭିନ୍ନତା ଅଛି। ଅଧିକାଂଶ ଦେଶରେ ରାଷ୍ଟ୍ରପତି ନିର୍ବାଚନ ପ୍ରତି ୪/୫ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ। ଭାରତରେ ପ୍ରତି ପାଞ୍ଚ ବର୍ଷରେ ଥରେ ଓ ଆମେରିକାରେ ପ୍ରତି ଚାରି ବର୍ଷରେ ଥରେ ରାଷ୍ଟ୍ରପତି ନିର୍ବାଚନ ହୋଇଥାଏ।
କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ସୁଇଜରଲାଣ୍ଡ ହେଉଛି ବିଶ୍ୱର ଏକମାତ୍ର ରାଷ୍ଟ୍ର ଯେଉଁଠି ପ୍ରତି ବର୍ଷ ରାଷ୍ଟ୍ରପତି ବଦଳିଥାଆନ୍ତି। ଏଠାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଏକ ବର୍ଷରୁ ଅଧିକ ନୁହେଁ। ଖାଲି ସେତିକି ନୁହେଁ,ଯେଉଁ ବ୍ୟକ୍ତି ଥରେ ରାଷ୍ଟ୍ରପତି ନିର୍ବାଚନ ଲଢିଥାନ୍ତି,ତାଙ୍କୁ ଦ୍ୱିତୀୟ ଥର ଲାଗି ଏହି ସୁଯୋଗ ମିଳିନଥାଏ।
ସୁଇଜରଲାଣ୍ଡ ହେଉଛି ବିଶ୍ୱର ସବୁଠାରୁ ଅଧିକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରାଷ୍ଟ୍ର। କୁହାଯାଏ ଯେ ଏଠାରେ ଅପରାଧ ହାର ମଧ୍ୟ ସବୁଠାରୁ କମ୍। ଏଠାରେ ପ୍ରାୟ ୮୭ ପ୍ରତିଶତ ଲୋକ ଶିକ୍ଷିତ। ସୁଇଜରଲାଣ୍ଡରେ ସବୁଠାରୁ ଅଧିକ ଦରମା ଶିକ୍ଷକମାନଙ୍କୁ ମିଳିଥାଏ। ସୁଇଜରଲାଣ୍ଡରେ ଆତ୍ମହତ୍ୟାକୁ ଆଇନ୍ତଃ ଅପରାଧ ବୋଲି ବିବେଚନା କରାଯାଏ ନାହିଁ। ଏହି ଦେଶରେ ୧୪୦୦ ନାଗରିକଙ୍କ ପାଇଁ ଗୋଟିଏ ଲେଖାଏଁ ବ୍ୟାଙ୍କ୍ ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/switzerland.jpg)