ଜାଣନ୍ତୁ, ଭୟଙ୍କର ନିପାହ ଭାଇରସଠାରୁ ଦୂରେଇ ରହିବାର ଉପାୟ

ଭାରତରେ ଦେଖା ଦେଇଥିବା ନିପାହ ଭାଇରସ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏଥିରେ ଆକ୍ରାନ୍ତ ହୋଇ ଏପର୍ଯ୍ୟନ୍ତ ୧୪ ଜଣଙ୍କର ମୃତ୍ୟୁ ଘଟିସାରିଥିବା ବେଳେ ୨୫ରୁ ଅଧିକ ଲୋକଙ୍କ ରକ୍ତ ନମୁନାରେ ଏହି ଭାଇରସ ଥିବା ଜଣାପଡିଛି। ଏମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏହି ଭାଇରସ ଯୋଗୁଁ ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ ଦେଶର ସମସ୍ତ ରାଜ୍ୟମାନଙ୍କରେ ଏହାକୁ ନେଇ ସତର୍କ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାର ନିରାକରଣ ପାଇଁ ଦେଶର ବିଭିନ୍ନ ରାଜ୍ୟ ଚେଷ୍ଟା ଜାରି ରଖିବା ସହ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ନିପାହ ଭାଇରସର ମୁକାବିଲା କରିବା ସମ୍ଭବପର ହୋଇପାରି ନାହିଁ ।

ନିପାହ ରୋଗରେ ସଂକ୍ରମିତ ହେବା ମାତ୍ରେ ବ୍ୟକ୍ତିକୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥାଏ। ଏହା ସହିତ ଜ୍ୱର, ଦେହ ହାତ ଦରଜ, କଫ ଆଦି ଭଳି ସମସ୍ୟା ଦେଖାଦେଇଥାଏ। ସବୁଠୁ ବଡ କଥା ହେଉଛି ଏହି ରୋଗ ସଂକ୍ରମିତ ହେବାର ୨ ସପ୍ତାହ ପରେ ସାମ୍ନାକୁ ଆସିଥାଏ । ଦିଲ୍ଲୀର ପ୍ରୋଟେଷ୍ଟ ହସ୍ପିଟାଲର ପଲ୍ମନୋଲୋଜି ବିଭାଗର ପ୍ରମୁଖ ବିକାଶ ମୋର୍ଥଙ୍କ କହିବା ଅନୁସାରେ ଯେପର୍ଯ୍ୟନ୍ତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଏହି ଭାଇରସ ବିରୁଦ୍ଧରେ କାମ ନକରିଛି ସେପର୍ଯ୍ୟନ୍ତ ପ୍ରାୟ ୧୦ ରୁ ୧୫ ଦିନ ରୋଗୀକୁ ସମସ୍ତଙ୍କ ଠାରୁ ଅଲଗା ରଖିବା ଆବଶ୍ୟକ।

ଡବ୍ଲୁଏଚଓ ଅନୁସାରେ, ଏହି ଭାଇରସ ପାଇଁ ଏଯାବତ୍‌ କୌଣସି ବି ପ୍ରକାରର ନିରାକରଣ ବାହାରି ପାରିନାହିଁ। ଯାହାକୁ ଉଭୟ ମଣିଷ ଏବଂ ପଶୁଙ୍କୁ ଦିଆଯାଇପାରିବ। ଏନଆଇଭି ଦ୍ୱାରା ସଂକ୍ରମିତ ରୋଗୀଙ୍କର କେବଳ ଯତ୍ନ ହିଁ ନିଆଯାଇଥାଏ। ଏହି ଭାଇରସର ଇନଫେକସନ ଅନ୍ୟ ଭାଇରସ ଇନଫେକସନ ଭଳି ଅଟେ। ଡାକ୍ତରଙ୍କ ମତରେ ଏହି ଭାଇରସରୁ ବଂଚିବା ପାଇଁ ହେଲେ କିଛି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଦରକାର। ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

 

ତିନୋଟି ଉପାୟରେ ବ୍ୟାପି ଥାଏ ଏହି ଭାଇରସ

ସଂକ୍ରମିତ ବାଦୁଡି ସଂପର୍କରେ ଆସିବା ଦ୍ୱାରା
ସଂକ୍ରମିତ ଘୁଷୁରି ସଂପର୍କରେ ଆସିଲେ
ଭାଇରସ ଦ୍ୱାରା ଆଫେକ୍ଟେଡ ରୋଗୀ ସଂପର୍କରେ ଆସିଲେ

ମଣିଷକୁ କିଭଳି ଡେଇଁଥାଏ ଏହି ଭାଇରସ୍‌

ନିପାହ ଭାଇରସ ଦ୍ୱାରା ସଂକ୍ରମିତ ବାଦୁଡି କିମ୍ବା ଅନ୍ୟ କୌଣସି ପକ୍ଷୀ କୌଣସି ଫଳରେ ଥଣ୍ଟ ମାରିଥିଲେ କିମ୍ବା ଶୁଘିଂଥିଲେ କିମ୍ବା ଖଣ୍ଡିଆ କରିଥିଲେ, ଏହି ଭାଇରସ୍‌ ଏଥିରେ ଚାଲି ଆସିଥାଏ। ତେବେ ଏହି ଫଳ ଯେକୌଣସି ବି ଫଳ ହୋଇପାରେ।

ଭାଇରସ୍‌ ଥିବା ଫ୍ରୁଡ ମାର୍କେଟରୁ ଆପଣଙ୍କ ଘର ପର୍ଯ୍ୟନ୍ତ ଚାଲିଆସିଥାଏ। ଯଦି ଆପଣ ଏହି ଫଳକୁ ଖାଇଦିଅନ୍ତି ତେବେ ଆପଣ ବି ଏହି ଭାଇରସର ଶିକାର ହୋଇପାରନ୍ତି।

ଯଦି କୌଣସି ଘୁଷୁରି ମଧ୍ୟରେ ଏହି ଭାଇରସ ଚାଲି ଆସିଥାଏ, ତେବେ ତା ଜରିଆରେ ବି ଏହାର ଇନଫେକସନ ଆପଣଙ୍କ ଯାଏଁ ପଂହଚିପାରେ।

ଏହାଛଡା ଯଦି କୌଣସି ବ୍ୟକ୍ତି ଏହି ଭାଇରସ ଦ୍ୱାରା ସଂକ୍ରମିତ ଅଛନ୍ତି ଆଉ ଆପଣ ତାଙ୍କ ସଂପର୍କରେ ଆସନ୍ତି ତେବେ ଆପଣ ବି ଏହି ଭାଇରସର ଶିକାର ହୋଇପାରନ୍ତି ।

ତେବେ ଏହି ଭୟଙ୍କର ଭାଇରସରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ଟିକା କିମ୍ବା ଔଷଧ ବାହାରିପାରିନି। କେବଳ କିଛି ସଚେତନତା କାରଣରୁ ହିଁ ଏହି ଭାଇରସରୁ ରକ୍ଷା ମିଳିପାରିବ। ତେବେ ଆସନ୍ତୁ ଜାଣିବା ଏସଂପର୍କରେ..

ସର୍ବପ୍ରଥମେ ଆପଣଙ୍କୁ ସ୍ପଷ୍ଟ ହେବାକୁ ପଡିବ କି, ଆପଣ ଯେଉଁ ଖାଦ୍ୟ ତଥା ଖାଉଛନ୍ତି ତାହା କୌଣସି ବାଦୁଡି ଦ୍ୱାରା କ୍ଷତବିକ୍ଷତ ହୋଇନାହିଁତ କିମ୍ବା ସେହି ଫଳରେ କୌଣସି ପ୍ରକାରର ଖଣ୍ଡିଆ କିମ୍ବା ଆମ୍ପୁଡା ଚିହ୍ନ ନାହିଁ ତ। ଯଦି ଆପଣଙ୍କୁ ସନ୍ଦେହ ରହୁଛି ତେବେ ସେଭଳି ଫଳକୁ ଆଦୌ ଛୁଅନ୍ତୁ ନାହିଁ।

ବିଶେଷ କରି ଖଜୁରୀ କିମ୍ବା ଖଜୁରୀ ରସରେ ତିଆରି କୌଣସି ବି ଖାଦ୍ୟପେୟଠାରୁ ନିଜକୁ ଦୂରେଇ ରଖନ୍ତୁ ।

ରୋଗରେ ଆକ୍ରାନ୍ତ କୌଣସି ବି ବ୍ୟକ୍ତିଙ୍କ ସହ ସଂପର୍କରେ ଆସନ୍ତୁ ନାହିଁ । ଯଦି ତାଙ୍କୁ ଦେଖାକରିବାରେ ଅଛି ତେବେ ଭେଟି ସାରିବା ପରେ ଭଲଭାବରେ ସାବୁନରେ ହାତକୁ ଧୁଅନ୍ତୁ ।

ଟଏଲେଟରେ ବ୍ୟବହାର କରାଯାଉଥିବା ଜିନିଷ ତଥା ବାଲ୍‌ଟି ଏବଂ ମଗକୁ ଭଲ ଭାବରେ ସଫା ରଖନ୍ତୁ।

ଏହି ଭାଇରସ କାରଣରୁ ମୃତ୍ୟୁ ବରଣ କରିଥିବା କୌଣସି ବି ବ୍ୟକ୍ତିଙ୍କର ମୃତଦେହ ନେଉଯାଉଥିବା ସମୟରେ ମୁହଁକୁ ଭଲ ଭାବରେ ଘୋଡାଇ ରଖନ୍ତୁ। ସେହପରି ମୃତଦେହଠାରୁ ଦୂରେଇ ରୁହନ୍ତୁ। ଏଥିସହିତ ହିଁ ମୃତଦେହକୁ ଗାଧୋଇଦେବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।

ସମ୍ବନ୍ଧିତ ଖବର