ଭକ୍ତଙ୍କ ମେଳିରେ ନିଜର ପୁରୁଷାଙ୍ଗ ଛେଦନ କଲେ ମହନ୍ତ, କାରଣ ଜାଣିଲେ ଆପଣ ବି ବିସ୍ମିତ ହେବେ !

ଜୟପୁର : ଦେଶରେ କେତେକ ଧାର୍ମିକ ନେତା ତଥା ସାଧୁ ସନ୍ଥଙ୍କ ବିରୋଧରେ ନିୟମିତ ଭାବେ ଦୁଷ୍କର୍ମ ଅଭିଯୋଗ ଆସୁଛି। ଏଥିରେ ବ୍ୟଥିତ ହୋଇ ଜଣେ ୪୦ ବର୍ଷୀୟ ମହନ୍ତ ନିଜର ପୁରୁଷାଙ୍ଗ ଛେଦନ କରିଥିବାର ଜଣାଯାଇଛି।

ଏହାପରେ ଉକ୍ତ ମହନ୍ତଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ଥିତି ସଂଙ୍କଟାପନ୍ନ  ହୋଇଥିବା ହେତୁ ଉକ୍ତ ମହନ୍ତଙ୍କ ଜୟପୁରକୁ ସ୍ଥାନାନ୍ତରିତ କରାଯାଇଥିଲା।

ରାଜସ୍ଥାନର ମନ୍ଧାନ ପୁଲିସ ଥାନାର ଅଧିକାରୀ ରାମ କିଶନ୍‌ କହିଛନ୍ତି ଯେ, ସେବା ଲାଗି ସେବାଗିରି ଧାମର ମହନ୍ତ ଅନୀଲ ପୁରୋହିତ ବିଭିନ୍ନ ଧାର୍ମିକ ନେତାମାନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଓ ବୟାନବାଜି କରାଯାଉଥିବା ଯୋଗୁଁ ଖୁବ୍‌ ବିଚଳିତ ଥିଲେ।

ଅନୀଲ ପୁରୋହିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ ଭକ୍ତମାନଙ୍କ ମଧ୍ୟରେ ଥାଇ ନିଜର ପୁରୁଷାଙ୍ଗକୁ ଛେଦନ କରିଥିଲେ। ସେହି କାର୍ଯ୍ୟକ୍ରମରେ କେତେକ ଲୋକ ଆଶାରାମ ବାପୁ,ରାମ ରହିମ୍‌,ଫଳାହାରୀ ବାବା ଓ ଦାତୀ ମହାରାଜଙ୍କ ଦୁଷ୍କର୍ମ ପୁଷ୍କର୍ମ ପ୍ରସଙ୍ଗକୁ ନେଇ ମହନ୍ତ ଅନୀଲ ପୁରୋହିତଙ୍କୁ ଚିଡ଼ାଇଥିଲେ।ଏଥିରେ କ୍ଷୁବ୍ଧ ହୋଇ ମହନ୍ତ ଏଭଳି କଠୋର ପଦକ୍ଷେପ ନେଇଥିବା ଜଣାଯାଇଛି।

ଏବେ ମହନ୍ତ ଅନୀଲ ପୁରୋହିତଙ୍କର ଚିକିତ୍ସା ଚାଲିଛି ଓ ସେ ସୁସ୍ଥ ଥିବା କୁହାଯାଉଛି।

 

 

ସମ୍ବନ୍ଧିତ ଖବର