ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ମୋଦିଙ୍କ ପରିବାରର ଲୋକ ପୂର୍ବ ଭଳି ଚଳିବାକୁ ପସନ୍ଦ କରୁଛନ୍ତି

ଅହମ୍ମଦାବାଦ୍‌ : ସାଧାରଣ ଭାବେ ପରିବାରର କେହି ଜଣେ ଯଦି ଉଚ୍ଚପଦସ୍ଥ ହୁଏ ତେବେ ପରିବାରର ଚଳଣି ବଦଳିଯାଏ । ଆଉ ଯଦି ପରିବାରର କେହି ପ୍ରଧାନମନ୍ତ୍ରୀ ହୁଏ ତେବେ ବଞ୍ଚିବାର ଶୈଳୀରେ ପୂରା ପରିବର୍ତ୍ତନ ଆସିଯାଏ । କିନ୍ତୁ ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିବରରେ ସେମିତି କିଛି ଦେଖିବାକୁ ମିଳି ନାହିଁ । ପୁର୍ବରୁ ତାଙ୍କ ପରିବାର ଲୋକଙ୍କ ବଞ୍ଚିବାରଶୈଳୀ ଯେପରି ଥିଲା ଏବେ ବି ସେମିତି ରହିଛି । ମୋଦିଙ୍କ ବଡ଼ ଭାଇ ୭୫ ବର୍ଷୀୟ ସୋମ୍‌ଭାଇ ମୋଦି ଭଦ୍‌ନଗରରେ ଥିବା ଏକ ବୃଦ୍ଧାଶ୍ରମର ମୁଖ୍ୟ ଅଟନ୍ତି ।

୨୦୦୧ର ଭୂମିକମ୍ପ ପରଠାରୁ ସେ ସେଠାରେ ରହି ଆସୁଛନ୍ତି । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ତାଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିନି । ସେ ପୂର୍ବଭଳି ସାଧାରଣ ଜୀବନ ଯାପନ କରୁଛନ୍ତି । ସେ କେବେ ବି ଜଣେ ପ୍ରଧାନମନ୍ତ୍ରୀଙ୍କ ଭାଇ ହିସାବରେ ଜଣାଯିବାକୁ ଚାହିଁ ନାହାନ୍ତି । ଜଣେ ସାଧାରଣ ଲୋକ ହିସାବରେ ସାଧାରାଣ ଜୀବନ ବଞ୍ଚିବାକୁ ସେ ଭଲ ପାହାନ୍ତି । ବିଭିନ୍ନ ସମୟରେ ତାଙ୍କୁ ଇଣ୍ଟରଭିଉ ପାଇଁ ଡ଼କାଯାଇଥିଲେ ମଧ୍ୟ ସେ ମନା କରି ଦିଅନ୍ତି । ତାଙ୍କ କହିବା ଅନୁଯାୟୀ “ଯଦି ମୁଁ ଏଭଳି କରୁଛି ତେବେ ମୋ ଭାଇର ପଦବିକୁ ବ୍ୟବହାର ନ କରିବାର ମୋର ଉଦ୍ଦେଶ୍ୟ ମରିଯିବ । ବୃଦ୍ଧାଆଶ୍ରମକୁ ବହୁତ ଲୋକ ରହିବାକୁ ଆସୁଛନ୍ତି, କିନ୍ତୁ ଆପଣମାନେ ମୋର ସାକ୍ଷାତକାର ନେବାକୁ ଚାହୁଁଛନ୍ତି କାରଣ ମୁଁ ଜଣେ ପ୍ରଧାନମନ୍ତ୍ରୀଙ୍କର ଭାଇ । ଏହା ଅପେକ୍ଷା ଆପଣଙ୍କ ପ୍ରଧାନମନ୍ତ୍ରୀ ଯେଉଁଠି ଗୋଟେ ସମୟରେ ଚା’ ବିକୁଥିଲେ ସେଠାକୁ ଯାଇ ଥରେ ଦେଖି ନିଅନ୍ତୁ” ।

India Today

୨୦୦୧ରେ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ପରିବାର ଯେମିତି ବଞ୍ଚୁଥିଲା ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ସେମିତି ହିଁ ଚଳୁଛି । ମୋଦିଙ୍କ ଦାଦାଙ୍କ ପୁଅ ଅଶୋକଭାଇ ଜଣେ ରୋଷେଇଆ । ଭଦ୍‌ନଗରରେ ଥିବା ବୃଦ୍ଧାଶ୍ରମରେ ସେ ଖିଚ୍‌ଡ଼ି ରୋଷେଇ କରୁଥିବା ବେଳେ ତାଙ୍କ ସ୍ତ୍ରୀ ବାସନ ସଫା କରନ୍ତି । ତାଙ୍କର ୩ଟି ଝିଅ ଏବଂ ପୁଅକୁ ସମ୍ଭାଳିବା ପାଇଁ ସେ ମାସିକ ୪,୦୦୦-୫,୦୦୦ ପର୍ଯ୍ୟନ୍ତ ଆୟ କରିଥାନ୍ତି । ପର୍ବ ପର୍ବାଣି ସମୟରେ ଗୁଡ଼ି,ବାଣ ଇତ୍ୟାଦି ଜିନିଷ ବିକି ପେଟ ପୋଷିଥାନ୍ତି । “ମୁଁ ଆଶା କରୁଛି ନରେନ୍ଦ୍ର ଭାଇ ମୋ ଝିଅ ବାହାଘରରେ ଯୋଗଦେବେ” ବୋଲି ଅଶୋକ କହିଛନ୍ତି । ମୋଦିଙ୍କ ସାନ ଭଉଣୀ ବାସନ୍ତୀବେନ୍‌ ଏବଂ ତାଙ୍କ ସ୍ୱାମୀ ହସ୍‌ମୁଖ୍‌ଭାଇ ମୋଦି ଯିଏକି ଏଲ୍‌ଆଇସିରୁ ଅବସର ନେଇ ସାରିଛନ୍ତି ଏବେ ସେ ଅହ୍‌ମଦାବାଦ୍‌ ରୁ ୯୦ କିମି ଦୂର ବିସ୍‌ନଗରରେ ରହୁଛନ୍ତି ।

Huffington Post

ଅହମ୍ମଦାବାଦ୍‌ରେ ମୋଦିଙ୍କ ସାନ ଭାଇ ରାଜ୍ୟ ସୂଚନା ବିଭାଗରେ କାମ କରୁଥିବା ବେଳେ ମୋଦିଙ୍କ ମା’ ହୀରାବେନ୍‌ ତାଙ୍କ ସହ ରହୁଛନ୍ତି । ବିଭିନ୍ନ ପର୍ବପର୍ବାଣି ଏବଂ ଜନ୍ମଦିନରେ ମୋଦି ସେଠାକୁ ଯାଇ ତାଙ୍କ ମା’ଙ୍କ ଠାରୁ ଆଶୀର୍ବାଦ ନିଅନ୍ତି । ତାଙ୍କ ପରିବାର ଏଭଳି ତପସ୍ୟା ମୋଦିଙ୍କୁ ପରିବାରବାଦ୍‌ ଟ୍ୟାଗ୍‌ରୁ ଦୂରରେ ରଖିଛି ।

 

ସମ୍ବନ୍ଧିତ ଖବର