ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ୍ କାଲି ଛାଡ଼ି ପହରଦିନ ୧୦୦ ବର୍ଷ ବୟସରେ ପାଦ ଦେବାକୁ ଯାଉଛନ୍ତି। ଜୁନ୍ ୧୮ ତାରିଖରେ ତାଙ୍କ ଜନ୍ମଦିନ। ୧୦୦ ବର୍ଷ ବୟସରେ ଉପନୀତ ହୋଇ ମଧ୍ୟ ନିଜର ସମସ୍ତ କାମ ସେ ନିଜେ କରନ୍ତି, ଏହା କୌଣସି ଚମତ୍କାରଠାରୁ କମ୍ ନୁହେଁ। ଜଣେ ବର୍ଷିଆନ ମହିଳା ହୋଇ ବି ସେ ଆଜି ବି ତାଙ୍କ ଘରର ସବୁ କାମ ନିଜେ କରନ୍ତି। ସୂଚନା ଥାଉ କି ମୋଦୀଙ୍କ ମାଆ ତାଙ୍କ ସାନ ପୁଅ ପଙ୍କଜ ମୋଦୀଙ୍କ ସହ ଗୁଜୁରାଟରେ ରହନ୍ତି।
ତାଙ୍କ ସୁସ୍ଥତା ପଛର ରାଜ୍ ଜାଣିବାକୁ ଚାହାନ୍ତି କି? ହୀରାବେନ୍ ସର୍ବଦା ନିଜ ଘରେ ତିଆରି ହେଉଥିବା ଖାଦ୍ୟ ହିଁ ଖାଇଥାନ୍ତି। ସେ ଖେଚଡ଼ି, ଡାଲି ଓ ପରିବାଯୁକ୍ତ ଖାଦ୍ୟ ଖାଇବାକୁ ହିଁ ପସନ୍ଦ କରିଥାନ୍ତି। ମିଠାରେ ସେ ଲପସି ଖାଇବାକୁ ବିଶେଷ ଭଲପାଆନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଯେତେବେଳେ ତାଙ୍କ ଜନ୍ମଦିନରେ ମାଆ ହୀରାବେନ୍ଙ୍କୁ ଭେଟିବାକୁ ଆସନ୍ତି ତାଙ୍କୁ ବି ମିଶ୍ରି ଓ ଲପସି ଖାଇବାକୁ ମିଳିଥାଏ। ମୋଦୀ ବି ତାଙ୍କ ମାଆଙ୍କ ପରି ଖୁବ୍ ସାଧାସିଧା ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। ସେ ତାଙ୍କ ମାଆଙ୍କ ସହ ଖାଇବା ବେଳେ ଭାତ, ଡାଲି, ଭଜା, ସାଲାଡ୍ ଆଦି ଖାଇଥାନ୍ତି।
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ୬ ମାସ ତଳେ ଗାନ୍ଧୀନଗରରେ ହେଉଥିବା ମୁନ୍ସିପାଲ୍ କର୍ପୋରେସନ୍ ନିର୍ବାଚନରେ ମତଦାନ କରିବାକୁ ସେ ନିଜେ ନିଜେ ସ୍କୁଲ୍ ପର୍ଯ୍ୟନ୍ତ ଯାଇଥିଲେ। ଅସଲ କଥା ହେଲା, ସେ ପ୍ରଧାନମନ୍ତ୍ରୀଙ୍କ ମା ହୋଇଥିଲେ ହେଁ ଜଣେ ସାଧାରଣ ନାଗରିକ ଭଳି ଜୀବନ ଅତିବାହିତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/whatsapp-image-2019-09-17-at-14-1568712838.jpeg)