ନୂଆଦିଲ୍ଲୀ: ପ୍ରତିବର୍ଷ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ଭାରତର ପ୍ରଧାନମନ୍ତ୍ରୀମାନେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶବାଦସୀଙ୍କୁ ଉଦ୍‌ବୋଧନ ଦେଇଥାନ୍ତି। ଲାଲକିଲ୍ଲାରେ ଜାତୀୟପତାକା ଉତ୍ତୋଳନ କରିବା ପ୍ରାୟ ସବୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଆକର୍ଷଣ। ମାତ୍ର ଭାରତ ଇତିହାସରେ ଏମିତି ପ୍ରଧାନମନ୍ତ୍ରୀ ଅଛନ୍ତି, ଯିଏ ଏହି ସୁଯୋଗରୁ ବଞ୍ଚିତ। ଏପରିକି ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବାର ସୁଯୋଗ ମଧ୍ୟ ଜଣେ ପ୍ରଧାନମନ୍ତ୍ରୀ ପାଇ ନାହାଁନ୍ତି। ହଁ, ଏମତି ହୋଇଛିି କାହାଭାଗ୍ୟରେ ୧୫ ଥରରୁ ଉର୍ଧ୍ୱ ଜାତୀୟ ପତାକା ଉତ୍ତୋଳନ କରିବାର ସୁଯୋଗ ମିଳିଛି ତ କାହା ଭାଗ୍ୟରେ ଥରୁଟିଏ ଏହି ସୁଯୋଗ ମିଳି ନାହିଁ।
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବା କ୍ଷେତ୍ରରେ ସବୁଠାରୁ ଭାଗ୍ୟବାନ ବ୍ୟକ୍ତି ବା ପଅଧାନମନ୍ତ୍ରୀ। ପଣ୍ଡିତ ନେହେରୁ ୧୯୪୭ରୁ ୧୯୬୪ ମସିହା ମଧ୍ୟରେ ୧୭ ଥର ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ତା ପଛକୁ ତାଙ୍କ ସୁଯୋଗ୍ୟ କନ୍ୟା ଇନ୍ଦିରା ଗାନ୍ଧୀ ୧୬ ଥର ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଥିିବା ବେଳେ ମନମୋହନ ସିଂହ ୧୦ ଥର ପାଇଁ ଜାତୀୟ ପତାକା ଲାଲକିଲ୍ଲାରେ ଉତ୍ତୋଳନ କରିଛନ୍ତି।
ଚତୁର୍ଥ ସ୍ଥାନରେ ଅଛନ୍ତି ଅଟଳ ବିହାରୀ ବାଜପେୟୀ, ଯିଏ ଲାଲକିଲ୍ଲାରେ ୬ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରିବାର ସୌଭାଗ୍ୟ ପାଇଛନ୍ତି। ସେହିପରି ରାଜୀବ ଗାନ୍ଧୀ ଓ ନରସିଂହ ରାଓ ୫ ଥର ଲେଖାଁଏ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଲାଲ ବାହାଦୂର ଶାସ୍ତ୍ରୀ ,ଚୌଧୁରୀ ଚରଣ ସିଂହ, ବିଶ୍ୱନାଥ ପ୍ରତାପ ସିଂହ, ଏଚ ଡି ଦେବେଗୌଡ଼ା, ଆଇ କେ ଗୁଜରାଲ ପ୍ରଧାନମନ୍ତ୍ରୀ ଭାବେ ଥରୁଟିିଏ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତେଳନ କରିବାର ସୁଯୋଗ ପାଇଛନ୍ତି।

Advertisment

publive-image

ତେବେ ଏ କ୍ଷେତ୍ରରେ ଭାରତର ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିବା ଗୁଲଜାର ଲାଲ ନନ୍ଦା ଓ ଚନ୍ଦ୍ରଶେଖଣ ନିଶ୍ଚିତଭାବେ ବ୍ୟତିକ୍ରମ। ଏହି ଦୁଇଜଣ ପ୍ରଧାନମନ୍ତ୍ରୀ ହେବା ସତ୍ତ୍ୱେ ଲାଲକଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବାର ସୁଯୋଗ ପାଇ ନାହିଁନ୍ତି। ଗୁଲଜାରିଲାଲ ନନ୍ଦା ୧୯୬୪ ମସିହା ମେ ୨୨ ତାରିଖରୁ ଜୁନ ୯ ତାରିଖ ଯାଏ ୧୩ ଦିନ ପାଇଁ ଓ ଦ୍ୱିତୀୟ ବାର ୧୯୬୬ ମସିହା ଜାନୁଆରି ୧୧ ତାରିଖରୁ ୨୪ ତାରିଖ ଯାଏ ୧୩ ଦିନ ପାଇଁ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ସେହିପରି ଚନ୍ଦ୍ରଶେଖର ୧୯୯୦ ମସିହା ନଭେମ୍ବର ମାସ ୧୦ ତାରିଖରୁ ୧୯୯୧ ମସିହା ଜୁନ ମାସ ୨୧ ତାରିଖ ଯାଏ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ମାତ୍ର ସେମାନଙ୍କ କାର୍ଯ୍ୟାଳୟ ମଧ୍ୟରେ ଅଗଷ୍ଟ ମାସ ୧୫ ତାରିଖ ପଡ଼ି ଥିବାରୁ ଏହି ଦୁଇ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବାର ସୁଯୋଗ ପାଇ ନ ଥିଲେ।