କେରଳର ଜେଲ୍‌ରେ ଥିବା କଏଦୀମାନେ ୩ ମାସ ମଧ୍ୟରେ ୧୦ ଲକ୍ଷ ମାସ୍କ ବନାଇ ସାରିଲେଣି

କୋଚି: କରୋନା ଭାଇରସ୍‌ ସଂକ୍ରମଣ ପରଠାରୁ ଅନେକ ଲୋକ ଫେସ୍‌ମାସ୍କ ତିଆରି କରି ଟଙ୍କା ରୋଜଗାର କରିବାର ପନ୍ଥା ଅବଲମ୍ବନ କରିଛନ୍ତି। ଏହି ମାସ୍କ ତିଆରି କରି ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି କେରଳର ଏକ ଜେଲ୍‌ରେ ରହୁଥିବା କଏଦୀ। ଏହି କଏଦୀମାନେ ଗତ ୩ ମାସ ମଧ୍ୟରେ ପ୍ରାୟ ୧୦ ଲକ୍ଷ ଫେସ୍‌ମାସ୍କ ତିଆରି ସାରିଲେଣି ବୋଲି ସୂଚନା ରହିଛି।

ଏ ନେଇ ଜେଲ୍‌ର ଡିଆଇଜି ଏସ୍‌ ସନ୍ତୋଷ କହନ୍ତି, ‘ଏହି ୩ ମାସ ମଧ୍ୟରେ ଆମ ଟିମ୍‌ ୧୦ ଲକ୍ଷ ଫେସ୍‌ମାସ୍କ ତିଆରି କରିବାରେ ସମର୍ଥ ହୋଇଛନ୍ତି। ପ୍ରଥମରୁ ଫେସ୍‌ମାସ୍କର ବେଶି ଚାହିଦା ରହିଥିଲା। ଦିନକୁ ପ୍ରାୟ ୧୩ ହଜାର ବିକ୍ରି ହୋଇ ଯାଉଥିଲା। ଏପରିକି ଏହି ୩ ମାସ ମଧ୍ୟରେ ଆମେ ୧୫ ଲିଟର୍‌ ସାନିଟାଇଜରର୍ ମଧ୍ୟ‌ ତିଆରି କରିସାରିଛୁ। ଏବେ ମାସ୍କର ଚାହିଦା କମିବାରୁ ଆମ ବିଭାଗରେ ପ୍ରାୟ ୪୦ରୁ ୫୦ ପ୍ରତିଶତ ମାସ୍କ ତିଆରି ହ୍ରାସ ଘଟିିିଛି।’


New Indian Express

ଏବେ ବି ଜେଲ୍‌ରେ ୪୦ ହଜାର ମାସ୍କ ଅଛି। ଥରେ ସ୍କୁୁଲ୍‌ ଖୋଲିଗଲେ ଏହାର ଚାହିଦା ପୁଣି ଥରେ ବଢ଼ିଯିବ ବୋଲି ସନ୍ତୋଷ କହିଛନ୍ତି। ଜାଣିବାକୁ ମିଳିଛି ଯେ ଜେଲ୍‌ରେ ତିଆରି ହେଉଥିବା ଏହି ମାସ୍କଗୁଡ଼ିକୁ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଦିଆଯାଇଥାଏ।

ସମ୍ବନ୍ଧିତ ଖବର