ଏପରି ଏକ ଜେଲ୍‌ ଯେଉଁଠି କଏଦୀମାନଙ୍କ ବିଳାସପୂର୍ଣ୍ଣ ଜୀବନଯାପନ ପାଇଁ ଯୋଗାଇ ଦିଆଯାଉଛି ସବୁ ପ୍ରକାର ସୁବିଧା!

ଜେଲରେ ଥିବା କଏଦୀମାନଙ୍କ ପାଇଁ ବିଳାସପୂର୍ଣ୍ଣ ବ୍ୟବସ୍ଥା। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ବିହାରର ବକ୍ସରରେ ଥିବା ଜେଲ୍‌ରେ ଏହି ସବୁ ସୁବିଧା ଏବେ କଏଦୀମାନଙ୍କୁ ଯୋଗାଇ ଦିଆଯାଉଛି।

ଜେଲ୍‌ ବିଷୟରେ ଶୁଣିଲେ ଆମ ସମସ୍ତଙ୍କ ମନରେ ଏମିତି ଏକ ଦୃଶ୍ୟ ଆସେ, ଯେଉଁଠି କଏଦୀଙ୍କୁ ଛେଳି ମେଣ୍ଢା ଭଳି ରଖାଯାଉଥିବ କିମ୍ବା କଏଦୀ ହିସାବରେ ତାଙ୍କୁ ସୁବିଧା ଦିଆଯାଉଥିବ। କିନ୍ତୁ ଜେଲର ଏହି ପରିକଳ୍ପନା ମଧ୍ୟରେ ଧାର୍ମିକ ନଗରୀ ବକ୍ସରରେ ଏମିତି ଏକ ଜେଲ ଅଛି, ଯେଉଁଠି କଏଦୀଙ୍କୁ ଟିକିଏ ବି ଅନୁଭବ ହୋଇନଥାଏ କି ସେମାନେ ଜେଲ୍‌ରେ ଅଛନ୍ତି। ଏହି ଜେଲ୍‌ରେ କଏଦୀମାନଙ୍କୁ କେବଳ ନିଜର ପରିଜନଙ୍କ ସହିତ ରହିବା ପାଇଁ ଫ୍ଲାଟ ଦିଆଯାଇ ନଥାଏ, ବରଂ ଏଠାରେ ତାଙ୍କୁ ସମସ୍ତ ସୁବିଧା ମିଳିଥାଏ, ଯାହା ଜଣେ ସାଧାରଣ ବ୍ୟକ୍ତି ଜେଲ୍‌ ବାହାରେ ପାଇପାରିବେ।

ରାଜ୍ୟ ଆଇନ ସେବା ପ୍ରାଧିକରଣ ସଂପୂର୍ଣ୍ଣ ବିହାର ଜେଲରେ ବନ୍ଦ ଥିବା ସେହି କଏଦୀଙ୍କୁ ସୁବିଧା ଦେବା ପାଇଁ ଚୟନ କରିଥାଏ, ଯେଉଁମାନେ ପେଶାଗତ ଅପରାଧୀ ନଥିବେ, କୌଣସି ସାଂଘାତିକ ଅପରାଧରେ ଦଣ୍ଡ ଭୋଗିନଥିବେ। ପ୍ରାଧିକରଣ ଦ୍ୱାରା ଗଠିତ ବୋର୍ଡ ସମସ୍ତ ଯାଞ୍ଚ କରିବା ପରେ କଏଦୀଙ୍କୁ ବାଛିଥାଏ। ସବୁଠାରୁ ଶେଷରେ ପୁଲିସ ଅଧିକ୍ଷକଙ୍କ ଅନୁମୋଦନ କ୍ରମେ କଏଦୀ ନିଜ ପରିବାରର ୪ ଜଣ ସଦସ୍ୟଙ୍କ ସହିତ ମୁକ୍ତ କାରଗାର ଭିତରେ ନିର୍ମିତ ଫ୍ଲାଟରେ ରହିପାରିବେ।

କଏଦୀଙ୍କ ପାଇଁ ୧୦୨ ୱାନ ବିଏଚକେ ଫ୍ଲାଟ୍‌ : ବକ୍ସର ମୁକ୍ତ କାରାଗାରରେ କଏଦୀଙ୍କ ରହିବା ପାଇଁ ୧୦୨ଟି ଫ୍ଲାଟ ନିର୍ମାଣ କରାଯାଇଛି। କିନ୍ତୁ ବର୍ତ୍ତମାନ କେବଳ ୫୦ କଏଦୀ ହିଁ ମୁକ୍ତ କାରାଗାରରେ ନିଜର ୪ ପରିଜନଙ୍କ ସହ ରହୁଛନ୍ତି। ସେଥିପାଇଁ ତାଙ୍କୁ ଜେଲରେ ରହିବା ଭଳି ଲାଗୁନି। ଗତ ୨ ବର୍ଷରେ ଅନେକ କଏଦୀ ଏଠାରୁ ନିଜ ଦଣ୍ଡ ପୁରା କରିସାରିଛନ୍ତି। କିନ୍ତୁ ସେମାନେ ଯେତେବେଳେ ମୁକ୍ତ କାରାଗାରରେ ରହିଲେ ଖୁସି ଖୁସି ଜୀବନ ଅତିବାହିତ କଲେ। ଏହା ସହ କଏଦୀଙ୍କୁ ଏଠି ସପ୍ତାହର ୭ ଦିନ ପ୍ରତିଦିନ ଅଲଗା ଅଲଗା ମେନ୍ୟୁ ହିସାବରେ ଭୋଜନ ଦିଆଯାଇଥାଏ। ବୃଦ୍ଧ କଏଦୀଙ୍କ ପାଇଁ ପ୍ରତିଦିନ ଜେଲ ପ୍ରଶାସନ ଅଧା ଲିଟର କ୍ଷୀରର ବ୍ୟବସ୍ଥା କରାଏ।

ସମ୍ବନ୍ଧିତ ଖବର