କାହାରି ପ୍ରାଇଭେସିରେ ହସ୍ତକ୍ଷେପ କରିବା ଏକ ଦଣ୍ଡନୀୟ ଅପରାଧ!

ଆସନ୍ତୁ ନଜର ପକାଇବା ରାଇଟ୍‌ ଟୁ ପ୍ରାଇଭେସିର ଏଭଳି କିଛି ନିୟମକାନୁନ ସଂପର୍କରେ। ଯାହାଦ୍ୱାରା ଆପଣ ଜାଣିପାରିବେ କି କେଉଁ ପ୍ରକାରର ଉପକରଣ ତଥା ଜିନିଷଗୁଡିକ ଅପରାଧ ଶ୍ରେଣୀ ଅନ୍ତର୍ଭୁକ୍ତ। କାରଣ ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇ ସାରିଛନ୍ତି କି, ପ୍ରାଇଭେସି ମୌଳିକ ଅଧିକାରର ଏକ ଅଂଶ ବିଶେଷ ଅଟେ।

କାହା ଉପରେ ନଜର ରଖାଯାଇପାରିବନି :

ଦିଲ୍ଲୀ ହାଇକୋର୍ଟ କହିଛନ୍ତି କି, ଶାଶୂ ଘର ଆସିବା ପରେ କୌଣସି ବି ବିବାହିତା ମହିଳାଙ୍କ ପ୍ରାଇଭେସି କ୍ଷୁର୍ଣ୍ଣ କରିବା ପତିଙ୍କ ପ୍ରତି ନିଷ୍ଠୁରତା ହୋଇନଥାଏ। ଏହାକୁ ଆଧାର କରି କେହି କାହାକୁ ଛାଡପତ୍ର ଦେଇପାରିବେ ନାହିଁ ।

ପ୍ରାଇଭେସି କାହାର ବି ମୌଳିକ ଅଧିକାର ଅଟେ । ବ୍ୟକ୍ତିଗତ ସ୍ତରରେ କାହାକୁ ବି ନଜରବନ୍ଦୀରେ ରଖାଯାଇପାରିବେ ନାହିଁ ।

ସେହିପରି ଅନ୍ୟ କେହି ବି ତାଙ୍କ ପ୍ରାଇଭେସିରେ ହସ୍ତକ୍ଷେପ କରିପାରିବେ ନାହିଁ। ତେଣୁ ଏଥିପାଇଁ ଯେତେବେଳେ ବି କୌଣସି ମହିଳା ନିଜ ଶାଶୁଘରକୁ ଯାଏ ସେବେବେଳେ ତାଙ୍କର ଶାଶୁଘର ଲୋକଙ୍କର ପ୍ରଥମ କର୍ତ୍ତବ୍ୟ ହେଲା ଉକ୍ତ ମହିଳାଙ୍କୁ ପ୍ରାଇଭେସି ପ୍ରଦାନ କରିବା।

ରାଇଟ୍‌ ଟୁ ପ୍ରାଇଭେସି କଣ :

ଏହା ସମ୍ବିଧାନର ଅନୁଚ୍ଛେଦ ୨୧ ପରିସରରେ ଆସିଥାଏ। ଗତବର୍ଷ ହିଁ ସୁପ୍ରିମକୋର୍ଟ ମଧ୍ୟ ଏହାକୁ ଫଣ୍ଡାମେଣ୍ଟାଲ ରାଇଟ୍‌ସର ଏକ ଅଂଶବିଶେଷ ବୋଲି ଘୋଷଣା କରିଛନ୍ତି।

ଏହାପରେ କୌଣସି ବି ବ୍ୟକ୍ତିଙ୍କର ବ୍ୟକ୍ତଗତ ତଥ୍ୟ ସାର୍ବଜନୀକ କରାଯାଇପାରିବ ନାହିଁ। ବିବାହ କରିବା, ପିଲା ଜନ୍ମ କରିବା ଏବଂ ଏଥିସହିତ ପରିବାର ରଖିବା ଭଳି ମାମଲା ପ୍ରାଇଭେସି ସହ ଜଡିତ।

ମଧ୍ୟପ୍ରଦେଶ ହାଇକୋର୍ଟର ଜଣେ ବରିଷ୍ଠ ଆଇନଜୀବୀଙ୍କ କହିବା ଅନୁସାରେ, କୌଣସି ବ୍ୟକ୍ତିଙ୍କର ରୁମରେ ତାଙ୍କର ବିନା ଅନୁମତିରେ କ୍ୟାମେରା ଲଗାଇବା ମଧ୍ୟ ରାଇଟ୍‌ ଟୁ ପ୍ରାଇଭେସିର ଉଲ୍ଲଂଘନ। ଏଭଳି କରିବା ଦ୍ୱାରା ଆଇଟି ଆକ୍ଟ ଆଧାରରେ ବି ମାମଲା ରୁଜୁ କରାଯାଇହେବ।

ସେ ଆହୁରୀ ମଧ୍ୟ କହିଛନ୍ତି କି, ରାଇଟ୍‌ ଟୁ ପ୍ରାଇଭେସିରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା, ସଂପତି ଗତ ଅଧିକାର, ବ୍ୟବସାୟ ଜନିତ ଅଧିକାର, ଖାଦ୍ୟପେୟ ସହିତ ବଂଚିବାର ଅଧିକାର ମଧ୍ୟ ସାମିଲ ।

ରାଇଟ୍‌ ଟୁ ପ୍ରାଇଭେସିରେ ଏହି ପ୍ରୋଭିଜନ ତଥା ବ୍ୟବସ୍ଥା ମଧ୍ୟ ସାମିଲ ରହିଛି କି, ଯଦି କୌଣସି ଅଭିଭାବକ ନିଜ ପିଲାଙ୍କୁ ଉଭୟ ଶାରିରୀକ ଏବଂ ମାନସିକ ରୂପରେ ପ୍ରତାଡିତ କରନ୍ତି ଆଉ ପିଲାଟି ଯଦି ଏହାର ଅଭିଯୋଗ କରିଦିଏ ତେବେ ଅଭିଭାବକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।

ସମ୍ବନ୍ଧିତ ଖବର