ଛାତ୍ରୀଙ୍କ ପଢ଼ାରେ ଅସୁବିଧା ନହେଉ ବୋଲି ତାଙ୍କ ୬ ମାସର ଶିଶୁକୁ କାଖରେ ଧରି ପାଠ ପଢ଼ାଇଲେ ପ୍ରଫେସର୍‌, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଅନେକ ସମୟରେ ସୋସିଆଲ୍‌ ମିଡିଆ ଆମକୁ ବହୁ ଭଲ ଉଦାହରଣ ଦେଇଥାଏ। ପୂର୍ବରୁ ଲୋକଙ୍କ ଭିତରେ ଥିବା ଭଲ ଗୁଣ ସବୁ ସହଜରେ ବାହାରକୁ ଦିଶୁନଥିଲା। ଏବେ କିନ୍ତୁ ସୋସିଆଲ୍‌ ମିଡିଆ ମାଧ୍ୟମରେ ଆମେ ଏପରି ଅନେକ ଲୋକଙ୍କୁ ଜାଣିପାରୁଛେ ଯେଉଁମାନେ କି ସମାଜ ପାଇଁ ଉଦାହରଣ।

ଜଣେ ପ୍ରଫେସର୍‌ଙ୍କ ଉଦାରତାର ଏକ ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହୋଇଛି। ବ୍ରିଘାମ ୟୁଙ୍ଗ୍‌ ୟୁନିଭରସିଟି(ବିୱାଇୟୁ)ରେ ପଢୁଥିବା ଜଣେ ଛାତ୍ରୀ ହେଉଛନ୍ତି ମ୍ୟାଡି ମିଲେର୍‌-ସେଭର୍‌। ସେ ତାଙ୍କର ଏକ ୬ ମାସର ଶିଶୁକୁ ସାଥୀରେ ନେଇ ୟୁନିଭରସିଟିକୁ ପଢ଼ିବା ପାଇଁ ଆସିଥିଲେ। ମ୍ୟାଡି କ୍ଲାସରେ ଥିବା ସମୟରେ ତାଙ୍କ ଶିଶୁଟି ତାଙ୍କୁ ଟିକେ ହଇରାଣ କରିବାରୁ ତାଙ୍କ କ୍ଲାସ୍‌ ନେଉଥିବା ପ୍ରଫେସର୍‌ ଶିଶୁଟିକୁ ତାଙ୍କ କାଖକୁ ନେଇ ମ୍ୟାଡିଙ୍କୁ ପଢ଼ାରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ପ୍ରଫେସର ଜଣକ ଶିଶୁଟିକୁ ଧରି କ୍ଲାସ୍‌ ନେଉଥିବା ‌ବେଳର ଏକ ଦୃଶ୍ୟ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେବା ପରେ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟିଛି।

 

 

View this post on Instagram

 

A post shared by Maddy Miller-Shaver (@maddy.shaver14)

ଭିଡିଓଟିକୁ ମାଆ ମ୍ୟାଡି ଜାନୁଆରିରେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର କରିଥିଲେ। ଭିଡିଓଟିର ଏବେ ସୁଦ୍ଧା ୭ ମିଲିୟନ୍‌ ଭିୟୁ ହୋଇସାରିଲାଣି। ପ୍ରଫେସର୍‌ ହ୍ୟାଙ୍କ୍‌ ସ୍ମିଥ୍‌ ଯେଉଁଭଳି ଭାବେ ଶିଶୁଟିକୁ ଧରି କ୍ଲାସ୍‌ ନେଇଛନ୍ତି ତାହା ଏବେ ‌ଅନେକଙ୍କ ପାଇଁ ଉଦାହରଣ ପାଲଟିଛି। କେହି କେହି ପ୍ରଫେସର୍‌ଙ୍କର ଏପରି ଉଦାରତାକୁ ପ୍ରଶଂସା କରିଥିବା ବେଳେ କେହି କେହି ଏହାକୁ ଅତ୍ୟନ୍ତ କୌତୂକିଆ ହୋଇଛି ବୋଲି କମେଣ୍ଟ୍‌ରେ ଲେଖିଛନ୍ତି।

ସମ୍ବନ୍ଧିତ ଖବର