ଭାରତରେ ପୁଅମାନଙ୍କ ବିବାହର ଉପଯୁକ୍ତ ବୟସ ୨୬ ଏବଂ ଝିଅମାନଙ୍କ ପାଇଁ ୨୨ ବୋଲି ବିଚାର କରାଯାଏ। ଷାଠିଏ ଦଶକରେ ଲୋକେ ୨୦ ବର୍ଷ ବୟସରେ ବିବାହ କରୁଥିଲେ। ଅର୍ଥାତ୍ ବୟସ ବିବାହରେ ମୁଖ୍ୟ ଭୂମିକା ଗ୍ରହଣ କରେ। ବିବାହ କରିବା ପୂର୍ବରୁ ଜଣେ ନିଜକୁ ଆର୍ଥିକ ଏବଂ ସାମାଜିକ କ୍ଷେତ୍ରରେ ମଧ୍ୟ ପ୍ରସ୍ତୁତି କରିଥାଏ। ଏଥି ସହିତ ରହିଥାଏ ଶିକ୍ଷା ଏବଂ ବ୍ୟକ୍ତିତ୍ୱ ବିକାଶ ଆଦି ଅନେକ ଦିଗ। ଏସବୁ କଥା ବିଚାରକୁ ନେଲେ ଜଣେ ସଚରାଚର ନିର୍ଦ୍ଧାରଣ କରାଯାଇଥିବା ବୟସରେ ବିବାହ କରିବାକୁ ସମର୍ଥ ହେବା ସବୁବେଳେ ସମ୍ଭବପର ହୋଇ ନ ଥାଏ। ତେଣୁ, ବିବାହର ବିଭିନ୍ନ ବୟସ-ସ୍ତର ଦେଖା ଯାଇଥାଏ। ଏଥିରେ ପୁଣି ଥାଏ ଅନେକ ସୁବିଧା ଓ ଅସୁବିଧା।
/sambad/media/post_attachments/wp-content/uploads/2018/01/1-18-300x191.jpg)
୨୦ ବର୍ଷରେ ବିବାହ:
ଏ ବୟସରେ ଜଣେ ନିଜର କଲେଜ ଶିକ୍ଷା ସମାପ୍ତ କରି କର୍ମସଂସ୍ଥାନ ଅନେ୍ଵଷଣରେ ଥାଏ। ଏ ବୟସରେ ସାଧାରଣତଃ ଜଣେ ନିଜର ସ୍କୁଲ୍ ବା କଲେଜ ବେଳର ପ୍ରେମିକାଙ୍କୁ ବିବାହ କରି ଥାଆନ୍ତି।
ସୁବିଧା: ଉଭୟଙ୍କର ଯୁବା ବୟସ ହୋଇଥିବାରୁ ଦୁହିଁଙ୍କର ଦୃଷ୍ଟି ଭଙ୍ଗୀ ସମାନ ହୋଇଥାଏ। ସନ୍ତାନସନ୍ତତି ଉତ୍ପନ୍ନ କରି ଇଚ୍ଛା କଲେ ଉଭୟ ବଡ଼ ପରିବାର ଗଢ଼ି ପାରିବେ। ତା’ଛଡ଼ା ସନ୍ତାନସନ୍ତିମାନେ କଲେଜ ଯିବାବେଳକୁ ପତିପତ୍ନୀଙ୍କୁ ୪୦ ବର୍ଷ ହୋଇଥାଏ। ପୁଣି ଥରେ ଉଭୟ ଜୀବନକୁ ନୂତନ ଭାବେ ଆବିଷ୍କାର କରିବାର ସୁଯୋଗ ପାଆନ୍ତି।
ଅସୁବିଧା: ବୟସ ପରିପକ୍ୱ ହୋଇ ନ ଥିବାରୁ ପତିପତ୍ନୀ ନିଜକୁ ଠିକ୍ ଭାବେ ଚିହ୍ନି ପାରି ନ ଥାଆନ୍ତି। ଅର୍ଥାତ୍ ଜଣେ ନିଜର ଇଚ୍ଛା ଏବଂ ବାସ୍ତବତା ମଧ୍ୟରେ ଫରକ ସହଜରେ ଜାଣି ପାରେ ନାହିଁ। ୨୦ ବର୍ଷ ବୟସରେ ଜଣକ ମନରେ ରହିଥିବା ଆଦର୍ଶବାଦ ମଧ୍ୟ ପରେ ପରେ ବଦଳି ଯାଇଥାଏ।
/sambad/media/post_attachments/wp-content/uploads/2018/01/2-7-300x225.jpg)
୩୦ ବର୍ଷରେ ବିବାହ:
ଏ ସମୟରେ ଉଭୟ ପୁଅ ଏବଂ ଝିଅଙ୍କ ମସ୍ତିଷ୍କ ଖୁବ୍ ପରିପକ୍ୱ ହୋଇ ସାରିଥାଏ। ଜୀବନ ଓ ବ୍ୟକ୍ତିତ୍ୱ ଅର୍ଥପୂର୍ଣ୍ଣ ହୋଇ ସାରିଥାଏ। ନିଜର ବୃତ୍ତି ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇ ସାରିଥାଏ। ସର୍ବୋପରି ମନରୁ ଚପଳତା ଦୂରେଇ ଯାଇଥାଏ।
ସୁବିଧା: ସ୍ୱୟଂ ସଚେତନା ଯୋଗୁଁ ଏ ବୟସରେ ଉଭୟ ପୁରୁଷ ଏବଂ ନାରୀ ସମଭାବାପନ୍ନଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରି ଥାଆନ୍ତି। ଅନ୍ୟ ଅବିବାହିତ ବନ୍ଧୁପରିଜନଙ୍କ ସହ ଦୀର୍ଘ ସମୟ ବସାଉଠା, ଭୋଜିଭାତ ଆଦି କରି ସମୟ ବିତିଥାଏ। ତେଣୁ ଏ ବୟସରେ ବିବାହ ସାମାଜିକ, ଅର୍ଥନୈତିକ ଏବଂ ବୃତ୍ତିଗତ ପ୍ରତିଷ୍ଠା ଥାଇ ସ୍ଥିରଚିତ୍ତ ପୁରୁଣା ଦମ୍ପତିଙ୍କ ପରି ହୋଇଥାଏ। ନିଜେ କ’ଣ ଏବଂ ଜୀବନରେ କ’ଣ କରିବାକୁ ଚାହୁଁଛ ତାହା ଜଣେ ଉତ୍ତମ ରୂପେ ଜାଣି ସାରିଥାଏ। ଏ ସମୟରେ ବିବାହ ବିଚ୍ଛେଦର ଆଶଙ୍କା ନ ଥାଏ।
ଅସୁବିଧା: ୩୦ ବର୍ଷ ପରେ ବିବାହ କରୁଥିବା ନାରୀ ଯଦି ରୋଜଗାରକ୍ଷମ ଥାଆନ୍ତି, ତାଙ୍କର ଆର୍ଥିକ ସ୍ଥିତି ଶୀର୍ଷରେ ଥାଏ। ଏ ସମୟରେ ଯଦି ପିଲାପିଲିଙ୍କ ପାଇଁ କର୍ମ ସଂସ୍ଥାନ ଛାଡ଼ନ୍ତି ତେବେ ଅସୁବିଧା ଉପୁଜି ପାରେ। ଏହାଛଡ଼ା ଲୋକବିଶ୍ୱାସ ଅନୁସାରେ ୨୮ ବର୍ଷ ହୋଇଗଲେ ମହିଳାଙ୍କ ପ୍ରଜନନ କ୍ଷମତା ହ୍ରାସ ପାଇଥାଏ।
/sambad/media/post_attachments/wp-content/uploads/2018/01/40-300x225.jpg)
୪୦ ବର୍ଷରେ ବିବାହ: ଏହା ଜୀବନର ମଧ୍ୟ ବସୟ। ଏ ସମୟରେ ନିଜର ବୃତ୍ତିଗତ ଜୀବନ ପ୍ରତିଷ୍ଠିତ ହେବା ସହ ଜୀବନ ସ୍ୱାଧୀନଚେତା ହୋଇ ସାରିଥାଏ।
ସୁବିଧା: ଏ ବୟସରେ ବିବାହ ଜୀବନର ଏକ ମାତ୍ର ବିବାହା ହୋଇଥାଏ। ଅନେକ ଏଥି ପୂର୍ବରୁ ଉପଯୁକ୍ତ ଜୀବନ ସାଥି ପାଇ ନ ଥାଆନ୍ତି କିଂବା ଅନ୍ୟାନ୍ୟ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି। ଏ ବିବାହରେ ପିତାମାତାମାନେ ଖୁବ୍ ଆନନ୍ଦିତ ହୋଇ ଥାଆନ୍ତି କାରଣ ଶେଷକୁ ତାଙ୍କ ସନ୍ତାନସନ୍ତତିର ଘରସଂସାର ଠିକ୍ ହୋଇ ପାରିଲା।
ଅସୁବିଧା: ଏତେବେଳେ ପ୍ରଜନନ କ୍ଷମତା କମି ଆସିଥିବାରୁ ସନ୍ତାନ ସନ୍ତତି ଉତ୍ପତ୍ତି କରିବା ପାଇଁ ସମସ୍ୟା ଉପୁଜି ପାରେ। କିନ୍ତୁ ଆର୍ଥିକ ଏବଂ ଆବେଗିକ ଭାବେ ସ୍ଥିର ହୋଇ ଯାଇଥିବାରୁ ଜୀବନର ଯେ କୌଣସି ସମସ୍ୟାର ମୁକାବିଲା କରିବାକୁ ପ୍ରସ୍ତୁତ ଥାଆନ୍ତି। ତେଣୁ ଅଭିଜ୍ଞ ଡାକ୍ତରମାନଙ୍କ ପରାମର୍ଶ କ୍ରମେ ସନ୍ତାନ ସନ୍ତତି ପାଇଁ ଉଦ୍ୟମ କରିନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/younger-man-700.jpg)