ଇଲେକ୍‌ଟ୍ରିକ୍‌ ସକ୍‌ ଲାଗି ହାତ କଟିଗଲା, ବାମ ହାତରେ ଉତ୍ତର ଲେଖି ଆଇଏଏସ୍‌ ଅଫିସର ହେଲେ ଗିରୀଶ

ବାଙ୍ଗାଲୁରୁ: ଏକ ଦୁର୍ଘଟଣାରେ ହାତ କଟିଯିବା ପରେ ମଧ୍ୟ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଅସମର୍ଥ ହୋଇ ନ ନାହାନ୍ତି ପିଏସ୍‌ ଗିରୀଶ । ସେ ଡାକ୍ତର ସିନା ହୋଇପାରିଲେ ନାହିଁ, କିନ୍ତୁ ଜଣେ ଆଇଏସ୍‌ ଅଧିକାରୀ ହୋଇପାରିଛନ୍ତି। ମାଣ୍ଡ୍ୟା ଜିଲ୍ଲାର ନଙ୍ଗମଙ୍ଗଳ ତଲୁକ୍‌ ଗ୍ରାମରେ ଜନ୍ମ ହୋଇଥିବା ପିଏସ୍‌ ଗିରୀଶଙ୍କ କାହାଣୀ ଏମିତି ଯାହା, ସମସ୍ତଙ୍କୁ ଅନୁପ୍ରାଣୀତ କରିବ । ପିଲା ଦିନୁ ସେ ନିଜ ମାତା-ପିତାଙ୍କୁ ଘର କାମରେ ସାହାଯ୍ୟ କରିବା ସହ ଜଣେ ଡାକ୍ତର ଭାବେ ନିଜର କ୍ୟାରିୟର ଗଢ଼ିବେ ବୋଲି ଇଚ୍ଛା ରଖିଥିଲେ । କିନ୍ତୁ ଭାଗ୍ୟ ତାଙ୍କର ସାଥ୍‌ ଦେଇ ନ ଥିଲା ।
ନବମ ଶ୍ରେଣୀର ପରୀକ୍ଷା ପରେ ପରେ ତାଙ୍କ ସହ ହୋଇଥିବା ଦୁର୍ଘଟଣା ତାଙ୍କ ଜୀବନକୁ ବଦଳାଇ ଦେଇଥିଲା । ଇଲେକ୍ଟ୍ରି ପ୍ଲଗ୍‌ ଲଗାଉଥିବା ସମୟରେ ବିଦ୍ୟୁତ୍‌ ଝଟ୍‌କା ଲାଗିବାରୁ ତାଙ୍କ ଦୁଇ ହାତ କ୍ଷତିଗ୍ରସ୍ତ ହୋଇଗଲା । ଡ଼ାକ୍ତରଖାନା ନିଆଯିବା ପରେ ତାଙ୍କ ଡ଼ାହାଣ ହାତକୁ କଟା ଯିବା ସହ ପ୍ରାୟ ୮ ମାସ ପର୍ଯ୍ୟନ୍ତ ସେ ସ୍କୁଲ ଯାଇ ପାରିଲେ ନାହିଁ । କିନ୍ତୁ ସ୍କୁଲ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ପାଇଁ ସେ ଦଶମ ପରୀକ୍ଷା ଦେବା ପାଇଁ ସମର୍ଥ ହୋଇଥିଲେ ।

ଡ଼ାହାଣ ହାତ କଟା ଯିବାର କିଛି ସପ୍ତାହ ପରେ ବାମ ହାତର ହାଡ଼ ଏବଂ ଶୀରାକୁ ପୂର୍ବ ଭଳି ଚଳାଇବା ପାଇଁ ୯ଟି ରିକନ୍‌ଷ୍ଟ୍ରକ୍‌ଟିଭ୍‌ ସର୍ଜରି କରାଯାଇଥିଲା । ଏହା ପରେ ସେ ବାମ ହାତରେ ଲେଖିବା ଆରମ୍ଭ କଲେ, ଯାହାକି ତାଙ୍କ ପାଇଁ ବହୁତ୍‌ କଷ୍ଟଦାୟକ ଥିଲା । ସେ ହତୋତ୍ସାହିତ ହେଲେ ନାହିଁ, ବାମ ହାତରେ ଲେଖିବା ତାଙ୍କ ଅଭ୍ୟାସରେ ପରିଣତ ହୋଇଗଲା । ଏତେ ସବୁ କଷ୍ଟର ଫଳ ତାଙ୍କୁ ମିଳିଲା ଯେତେବେଳେ ସେ କର୍ଣ୍ଣାଟକ ମେଡିକାଲ୍‌ କମନ୍‌ ଏଣ୍ଟ୍ରାସ୍‌ ଟେଷ୍ଟରେ ଟପ୍‌ ର‍୍ୟାଙ୍କ ରଖିଥିଲେ । କିନ୍ତୁ ତାଙ୍କ ସ୍ୱପ୍ନ ମଉଳି ଗଲା ଯେତେବେଳେ ସେ ଜାଣି ପାରିଲେ ଗୋଟେ ହାତରେ ଜଣେ ଡ଼ାକ୍ତରର କର୍ତ୍ତବ୍ୟ କରିବା ଅସମ୍ଭବ । ଏହା ପରେ ସେ ଡାକ୍ତରୀ କ୍ୟାରିୟର କରିବେ ନାହିଁ ବୋଲି ନିଷ୍ପତ୍ତିି ନେଲେ ।

The Better India

ପିଏସ୍‌ ଗିରୀଶଙ୍କର ଡ଼ାକ୍ତରୀ ନ କାରିବାର ନିଷ୍ପତି ଶୁଣି ତାଙ୍କ ପରିବାର ଲୋକେ ନିରାଶ ହୋଇଥିଲେ। ଏତେ ସବୁ ଅସୁବିଧାରେ ହାରି ନ ଯାଇ ଏଥିରୁ କିପରି ଆଗକୁ ବଢ଼ିବେ ସେ ବିଷୟରେ ଯୋଜନା କଲେ ପିଏସ୍‌ ଗିରିଶ । ଏଥିପାଇଁ ଭାରତୀୟ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି ଆରମ୍ଭ କଲେ । ପଢ଼ିବା ପାଇଁ ଖର୍ଚ୍ଚ ବହୁତ ଅଧିକ ଥିଲା ଓ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଭିନ୍ନକ୍ଷମଙ୍କୁ ମିଳୁଥିବା ମାସିକ ୫୦୦ଟଙ୍କାର ସହାୟତା ରାଶି ସମୁଦ୍ରକୁ ଶଂଖେ ଥିଲା । ସଭିଲ୍‌ ସର୍ଭିସରେ କ୍ୟାରିୟର ଗଢ଼ିବା ପାଇଁ ସେ ୨୦୧୦ରେ ଭାରତୀୟ ରେଳରେ ଚାକିରି କରିବା ଆରମ୍ଭ କଲେ । ଏଥିସହ ଆଇଏଏସ୍‌ ଲାଗି ସିଭିଲ୍‌ ସର୍ଭିସ ପରୀକ୍ଷା ଦେଲେ।

ପ୍ରଥମ ପ୍ରଚେଷ୍ଟାରେ ବିଫଳ ହୋଇଥିବା ବେଳେ ଦ୍ୱିତୀୟ ଚେଷ୍ଟାରେ ସେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହା ପରେ କର୍ଣ୍ଣାଟକର ନେଲ୍ଲୋର ଜିଲ୍ଲାର ଗୁଡ଼ୁରରେ ତାଙ୍କୁ ସବ୍‌ କଲେକ୍ଟର ଭାବେ ନିଯୁକ୍ତି ମିଳିଥିଲା । ଏବେ ସେ ସେଠାରେ ଲୋକମାନଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି।

ସମ୍ବନ୍ଧିତ ଖବର