ଅପ୍ଟିକାଲ୍ ଇଲ୍ୟୁଜନ୍ ଫଟୋଗୁଡ଼ିକ ଆମ ମସ୍ତିଷ୍କ ଏବଂ ଆଖି ପରୀକ୍ଷା ପାଇଁ ବହୁତ ଭଲ ହୋଇଥାଏ। ଏହା ଆମ ମସ୍ତିଷ୍କକୁ ସୁସ୍ଥ ରଖିବା ସହ ବ୍ୟୟାମ ବି କରାଇ ଦେଇଥାଏ। ତେବେ ମନସ୍ତତ୍ତ୍ବ କହେ ଗୋଟାଏ ଚିତ୍ରରୁ ଭିନ୍ନ ଲୋକ ଭିନ୍ନ କୋଣକୁ ଦେଖିପାରନ୍ତି। ତାହା ବ୍ୟକ୍ତିଙ୍କ ବ୍ୟକ୍ତିତ୍ବର ପ୍ରମାଣ ଦିଏ। ଆଜି ଆମେ ଆପଣଙ୍କୁ ଯେଉଁ ଫଟୋ ଦେଖାଇଛୁ, ସେଥିରୁ ଆପଣ ଘୋଡ଼ାଗୁଡ଼ିକୁ ଚିହ୍ନଟ କରନ୍ତୁ। ଆପଣ ଯେତେ ସଂଖ୍ୟକ ଘୋଡ଼ା ସେହି ଫଟୋରୁ ପାଇବାରେ ସମର୍ଥ ହେବେ, ସେହି ଅନୁଯାୟୀ ଆମେ ଆପଣଙ୍କ ବ୍ୟକ୍ତିତ୍ବ ବତାଇବୁ।
ଯଦି ଆପଣଙ୍କୁ ମାତ୍ର ଗୋଟାଏ ଘୋଡ଼ା ଦିଶିଲା ତ ତେବେ ଆପଣ ସମସ୍ତ ଜିନିଷକୁ ସାମଗ୍ରୀକ ଭାବେ ଦେଖନ୍ତି। ଆପଣଙ୍କ ଦୃଷ୍ଟି ବହୁତ ବ୍ୟାପକ। ଆପଣ କୌଣସି ବି ବିଷୟରେ ନିର୍ଣ୍ଣୟ ନେବାରେ ସମର୍ଥ। ମାତ୍ର ଆପଣଙ୍କୁ ମୂଲ୍ୟାଙ୍କନ କରିବାକୁ ବେଶି ଭଲ ଲାଗେ ନାହିଁ। ଏହି ଗୁଣ ଆପଣଙ୍କୁ କର୍ମକ୍ଷେତ୍ରରେ ମହାନ ବନାଏ। କାରଣ ଆପଣ କାହା ବି ବିଷୟରେ ଭଲ ମତ ହିଁ ରଖନ୍ତି।
ଯଦି ଆପଣଙ୍କୁ ଫଟୋରୁ ୫ରୁ ୧୦ଟି ମଧ୍ୟରେ ଘୋଡ଼ା ଦିଶିଲା ତ ଏହା ହେଉଛି ସଂପୂର୍ଣ୍ଣତାର ସଂକେତ। ଆପଣ କୌଣସି ବି କଥାକୁ ହାଲୁକାରେ ନିଅନ୍ତି ନାହିଁ। ଆପଣ ଖୁବ୍ ତର୍କସଂଗତ ଓ ନିର୍ଣ୍ଣୟ ନେବାରେ ପାରଙ୍ଗମ।
ଆଉ ଯଦି ଆପଣଙ୍କୁ ଫଟୋରେ ୧୧ କିମ୍ବା ତା’ଠାରୁ ଅଧିକ ଘୋଡ଼ା ଦିଶିଲା ତ ଆପଣ ଖୁବ୍ ତୀକ୍ଷ୍ମ ନଜରର ବ୍ୟକ୍ତି। ଆପଣ ସେ ସମସ୍ତ କଥାକୁ ଜାଣିପାରନ୍ତି ଯାହା ଅନ୍ୟ କେହି ଦେଖିପାରନ୍ତି ନାହିଁ। ଆପଣ ଖୁବ୍ ଦାୟିତ୍ବ ସଂପନ୍ନ ହୋଇଥିବାରୁ ଲୋକେ ଆପଣଙ୍କ ସହ କାମ କରିବାକୁ ପସନ୍ଦ କରିଥାନ୍ତି।