ସହଜ ଦିଶୁଥିବା ଏହି ପ୍ରଶ୍ନର ଉତ୍ତର ଦେଇପାରିବେ କି ଆପଣ?

ପୂର୍ବରୁ ଆମେ ଅନେକ ପ୍ରକାରର ପଜଲ୍‌ କରିଛନ୍ତି। ଖେଳରେ ଖେଳରେ ବୁଦ୍ଧି ପରୀକ୍ଷା ହୋଇଛି। ଆଜି ମଧ୍ୟ ଆମେ ଆପଣଙ୍କୁ ସେହିପରି ଏକ ପ୍ରଶ୍ନ ପଚାରିବୁ। ଏହାର ଉତ୍ତର ଦେଇପାରିଲେ ଆପଣ ଜଣେ ବୁଦ୍ଧିମାନ ବ୍ୟକ୍ତିରେ ଗଣାହେବେ। ଯେଉଁ ପ୍ରଶ୍ନଟି ଆପଣଙ୍କୁ ପଚରାଯିବ ତାହାର ଉତ୍ତର ପ୍ରାୟ ୭୦ ପ୍ରତିଶତ ଲୋକ ଭୁଲ୍‌ ଦେଇଛନ୍ତି। ତେବେ, ଆପଣଙ୍କ ପାଇଁ ପ୍ରଶ୍ନଟି ନିମ୍ନରେ ଦିଆଯାଇଛି।

ଜ୍ୟାକ୍‌ ଆନିକୁ ଚାହେଁ, ଆନି ଜର୍ଜକୁ ଚାହେଁ। ଜ୍ୟାକ୍‌ ବିବାହିତ, ଜର୍ଜ ଅବିବାହିତ। ତାହାଲେ କ’ଣ ଜଣେ ବିବାହିତ ଆଉ ଜଣେ ଅବିବାହିତକୁ ଚାହେଁ?

ଜ୍ୟାକ୍‌ ଆନିକୁ ଚାହେଁ, ଆନି ଜର୍ଜକୁ ଚାହେଁ। ଜ୍ୟାକ୍‌ ବିବାହିତ, ଜର୍ଜ ଅବିବାହିତ। ତାହାଲେ କ’ଣ ଜଣେ ବିବାହିତ ଆଉ ଜଣେ ଅବିବାହିତକୁ ଚାହେଁ?

୭୦ ପ୍ରତିଶତ ଲୋକ ଏହାର ଉତ୍ତର ‘ହଁ’ ଦେଇଛନ୍ତି। ମାନେ ଜଣେ ବିବାହିତ ଆଉ ଜଣେ ଅବିବାହିତକୁ ଚାହେଁ ବୋଲି ଅଧିକାଂଶ ଉତ୍ତର ଆସିଛି।

ମାତ୍ର ଏହାର ବାସ୍ତବ ଉତ୍ତର ଅଜଣା। କାହିଁକି ନା, ଏଠାରେ ଜ୍ୟାକ୍‌ ଓ ଜର୍ଜଙ୍କ ସଂପର୍କରେ ଲେଖାହୋଇଛି। ମାତ୍ର ଆନି ବିବାହିତା କି ଅବିବାହିତା ତାହା ଉଲ୍ଲେଖ କରାଯାଇ ନାହିଁ।

ତେଣୁ, ଦିଆଯାଇଥିବା ହଁ, ନା ଓ ଅଜଣା ବିକଳ୍ପ ମଧ୍ୟରୁ ଉତ୍ତର ହେବ ‘ଅଜଣା’। କାରଣ ସମସ୍ତଙ୍କ ବୈବାହିକ ଜୀବନ ନେଇ ତଥ୍ୟ ପ୍ରଦାନ କରାଯାଇ ନାହିଁ।

ସମ୍ବନ୍ଧିତ ଖବର