ନୂଆଦିଲ୍ଲୀ: ଗୁପଚୁପ ଆଜିକାଲି ସମସ୍ତଙ୍କୁ ପସନ୍ଦ। ବଜାରରେ ଲୋକଙ୍କ ଚାହିଦାକୁ ଦେଖି ବିକ୍ରେତା ବିଭିନ୍ନ ରକମର ଗୁପଚୁପ ବିକ୍ରି କରୁଛନ୍ତି। ଏଥିସହିତ ଗ୍ରାହକଙ୍କୁ ଗୁପଚୁପ ଦେବାବେଳେ ତେନ୍ଦୁଳି, ଦହି, ପୋଦିନା, ସମଲା ଓ ଖଟାମିଠା ପାଣି ମିଶ୍ରିତ କରି ଦେଉଛନ୍ତି। ଏହି ପାଣିପ୍ରତି ଲୋକଙ୍କ ଚାହିଦା ବି ବୃଦ୍ଧି ପାଇବାରେ ଲାଗିଛି।
View this post on Instagram
ନିକଟରେ ଏମିତି ଏକ ଗୁପଚୁପ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ବିକ୍ରେତା ଗ୍ରାହକଙ୍କୁ ନଡ଼ିଆ ପାଣି ମିଶ୍ରିତ ଗୁପଚୁପ ଦେଉଛନ୍ତି। ଏଭଳି ଗୁପଚୁପକୁ ଦେଖି ଅନେକ ଗୁପଚୁପ ଖିଆଳି ଅସନ୍ତୋଷ ବ୍ୟକ୍ତ କରିବା ସହିତ ଭିଡିଓ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।
କେବଳ ଏତିକି ନୁହେଁ, ଉକ୍ତ ବିକାଳି ଜଣକ କୋକୋକୋଲା ଦେଇ ବି ଗୁପଚୁପ ବିକ୍ରି କରୁଛନ୍ତି।କିଛି ଗ୍ରାହକ ଏହାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।