ଉଇଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ ସମ୍ମାନରେ ୩୨୧କିଲୋର ଚକୋଲେଟ୍ ପ୍ରତିମୂର୍ତ୍ତି ତିଆରି କଲା କେଫେ

ପୁଡୁଚେରୀ: ପୁଡୁଚେରୀରେ ଥିବା ଜୁକା କେଫେ ଏକ ଭିନ୍ନ ଉପାୟରେ ବାୟୁସେନାର  ଚର୍ଚ୍ଚିତ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ସମ୍ମାନ ଜଣାଇଛି। ଚକୋଲେଟକୁ ବ୍ୟବହାର କରି ଅଭିନନ୍ଦନଙ୍କର ଏକ ପ୍ରତିମୂର୍ତ୍ତି ତିଆରି କରିଛି ଏହି କେଫେ। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ‌ସଂପୃକ୍ତ କେଫେକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

୨୦୦୯ରେ ଏହି ଜୁକା କେଫେ ଆରମ୍ଭ ହୋଇଥିଲା। ଆରମ୍ଭ ହେବା ଦିନଠାରୁ ପ୍ରତିବର୍ଷ ଚକୋଲେଟ ସାହାଯ୍ୟରେ ଲୋକପ୍ରିୟ ବ୍ୟକ୍ତିତ୍ବଙ୍କ ପ୍ରତିମୂର୍ତ୍ତି ତିଆରି କରିବା ସହ ସେମାନଙ୍କୁ ସମ୍ମାନିତ କରିଥା‌ଏ ଏହି କେଫେ। ଚଳିତ ବର୍ଷ ଉଇଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ସମ୍ମାନିତ କରାଯାଇଥିବା ବେଳେ ତାଙ୍କର ୫ଫୁଟ୍ ୧୦ଇଞ୍ଚର ପ୍ରତିମୂର୍ତ୍ତି ତିଆରି କରାଯାଇଛି। ଏହି ପ୍ରତିମୂର୍ତ୍ତି ତିଆରି କରିବା ପାଇଁ ୩୨୧କିଲୋ ଚକୋଲେଟର ବ୍ୟବହାର କରାଯାଇଥିବା ବେଳେ ଏହାକୁ ତିଆରି କରିବା ପାଇଁ ୧୩୨ଘଣ୍ଟା ସମୟ ଲାଗିିଥିଲା ବୋଲି କହିଛନ୍ତି କେଫେର ମୁଖ୍ୟ ରାଜେନ୍ଦ୍ର ଟଙ୍ଗାରସୁ।

Puducherry Cafe Makes 321 Kg Chocolate Statue In Honour Of Abhinandan Varthaman
ndtv.com

ସୂଚନା ମୁତାବକ, ଭାରତ-ପାକ୍ ମଧ୍ୟରେ ଅଶାନ୍ତିର ବାତାବରଣ ଥିବା ସମୟ‌ରେ ଭାରତର ହିରୋ ପାଲଟିଥିଲେ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନ। ଗତ ଫେବ୍ରୁଆରି ୨୬ ତାରିଖରେ ପାକିସ୍ତାନୀ ବାୟୁସେନାର ଏଫ୍-୧୬ ଲଢ଼ୁଆ ବିମାନକୁ କ୍ଷେପଣାସ୍ତ୍ର ମାଡ଼କରି ଖସାଇ ଦେବା ପରେ ତାଙ୍କର ମିଗ୍‌-୨୧ ବିମାନ କ୍ଷତିଗ୍ରସ୍ତ ହୋଇପଡ଼ିଥିଲା। ଫଳରେ ଅଖଜ ମିଗ୍‌-୨୧ରୁ ପାରାଚ୍ୟୁଟ ସାହାଯ୍ୟରେ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନ ଖସି ପାକ୍‌ ଅଧିକୃତ କଶ୍ମୀରରେ ଓହ୍ଲାଇଥିଲେ। ଏହାପରେ ପାକିସ୍ତାନୀ ସେନା ତାଙ୍କୁ ଯୁଦ୍ଧବନ୍ଦୀ କରି ନେଇଥିଲା। ପରେ ସେଠାରେ ୫୮ଘଣ୍ଟା ବିତାଇ ସେ ଭାରତ ଫେରିଥିଲେ।

ସମ୍ବନ୍ଧିତ ଖବର