‘ଝିଅ ଲୋ କାଶ୍ମୀରରୁ ଏଥର ଫେରିଲେ ତୋ ବାହାଘର କରିବି’ ଏତିକି କହି ଯାଇଥିବା ବାପା ସହିଦ ହୋଇ ଫେରିଲେ

ମୋ ଝିଅ ରୁବି, ୧୫ ଦିନ ପରେ କାଶ୍ମୀରରୁ ଫେରିଲେ ତୋ ବାହାଘର କରିବି, ପୁଅ ଘର ସହ କଥା ହେବି’ ଫେବୃୟାରୀ ୭ ତାରିଖ ୨୦୧୯ରେ ଶେଷ ଥର ପାଇଁ କିଛି ଏହି ଦୁଇ ପଦ ଶୁଣିଥିଲେ ବିହାର ତାରେଗାନର ରୁବି କୁମାରୀ | ବାପା ସଞ୍ଜୟ ସିହ୍ନଙ୍କୁ ଏବେ ବି ଜଗିଛନ୍ତି ରୁବି, କେବେ ଘରର ମୁଖିଆ ବାପା ଆସିବେ ଆଉ ପୁଅ ଘର ସହ କଥା ହେବେ | ରୁବି ଜାଣିଛନ୍ତି ବାପା ଆଉ ଫେରିବେନି କାରଣ ପୁଲୱାମାରେ ଆତଙ୍କୀଙ୍କ ଆତ୍ମଘାତୀ ଆକ୍ରମଣରେ ବାପା ସହିଦ ହୋଇଯାଇଛନ୍ତି | ବର୍ଷେ ତଳେ ବାପାଙ୍କ ମୃତଦେହ ଆସି ଗାଁ ମଶାଣିରେ ପାଉଁଶ ପାଲଟିଯାଇଛି | ତଥାପି ମନ ବୁଝୁନି, କାରଣ ଯେଉଁ ବାପାଙ୍କ ପାଖରେ ନିଜ ଅଳି ଅର୍ଦ୍ଦଳି ସବୁକିଛି କହୁଥିଲେ, ସେହି ବାପାଙ୍କ ବିନା କିଏ ତାଙ୍କ ଜୀବନରେ ରଙ୍ଗ ଭରିଦେବ |

ରୁବି କହିଛନ୍ତି ସରକାରୀ ସହାୟତା ତାଙ୍କ ନେଇ କଣ କରିବେ, ତାଙ୍କର ବାପା ଦରକାର | (ରୁବି ଏତିକି କହିବାବେଳେ ବାଷ୍ପରୁଦ୍ଧ ହୋଇପଡିଥିଲେ )

The Hindu

ସଞ୍ଜୟ ସିହ୍ନ ସିଆରପିଏଫରେ ୧୯୯୩ ମସିହାରେ ଯୋଗ ଦେଇଥିଲେ | ସିଆରପିଏଫରେ ହେଡ଼ କନେଷ୍ଟବଳ ପଦବୀରେ ନିଯୁକ୍ତ ଥିବା ସଞ୍ଜୟଙ୍କ ଘରେ ବାପା-ମା ଓ ପତ୍ନୀଙ୍କ ଛଡା ତିନିଜଣ ସନ୍ତାନ ଅଛନ୍ତି | ଏଠାରେ ସୂଚନା ଥାଉ କି ଗତବର୍ଷ ଫେବୃୟାରୀ ୧୪ ତାରିଖ ଦିନ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ଚାଲିଯାଇଥିଲା ୪୦ ଜଣ ଯବାନଙ୍କ ଜୀବନ | ଏହି ବୀର ପୁତ୍ରଙ୍କୁ ଦେଶ ହରାଇଥିଲା |

ସମ୍ବନ୍ଧିତ ଖବର