ସାମ୍ନାକୁ ଆସିଲା ପୁଲଓ୍ଵାମା ଦୁର୍ଘଟଣାର କିଛି ସମୟ ପୂର୍ବରୁ ସହିଦ୍‌ ଯବାନ ସୁଖ୍‌ଜିନ୍ଦର ପତ୍ନୀଙ୍କୁ ହ୍ଵାଟ୍‌ସଆପ୍‌ରେ ପଠାଇଥିବା ଭିଡିଓ; କାନ୍ଦି ପକାଇଲେ ପତ୍ନୀ

ନୂଆଦିଲ୍ଲୀ : ଫେବୃଆରି ୧୪ରେ ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଯେଉଁ ବସ୍‌କୁ ଟାର୍ଗେଟ କରାଯାଇଥିଲା, ଏବେ ସେହି ବସ୍‌ ଭିତରର ଭିଡିଓ ଭାଇରାଲ ହୋଇଛି । ଏହି ଦୁର୍ଘଟଣାରେ ସହିଦ୍‌ ହୋଇଥିବା ସିଆର୍‌ପିଏଫ୍‌ର ହେଡ୍‌ କନେଷ୍ଟବଳ ସୁଖ୍‌ଜିନ୍ଦର ସିଂହ ଦୁର୍ଘଟଣାର କିଛି ସମୟ ପୂର୍ବରୁ ବସ୍‌ ଭିତର ଏବଂ ବାହାରର ଦୃଶ୍ୟକୁ ରେକର୍ଡ କରିଥିଲେ । ରେକର୍ଡ ପରେ ସେ ଭିଡିଓଙ୍କୁ ହ୍ଵାଟ୍‌ସଆପ୍‌ରେ ନିଜ ପତ୍ନୀଙ୍କ ପାଖକୁ ପଠାଇଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆକୁ ଆସିବା ସହ ଭାଇରାଲ ହୋଇଛି ।


IBTimes India

ଭିଡିଓଟି ୧ ମିନିଟ୍‌ ୬ ସେକେଣ୍ଡର ହୋଇଥିବା ବେଳେ ପଠାଇବାର କିଛି ସମୟ ପରେ ହିଁ ଆତଙ୍କବାଦୀମାନେ ବସ୍‌କୁ ଆକ୍ରମଣ କରିଥିଲେ । ବିସ୍ଫୋରଣ ପରେ ବସ୍‌ଟି ୩୦ଫୁଟ୍‌ ଉପରକୁ ଉଠିଯିବା ସହ ୪୦ଜଣ ଯବାନ ସହିଦ୍‌ ହୋଇ ଯାଇଥିଲା । ସହିଦ୍‌ ହେବା ଖବର ଶୁଣି ସୁଖ୍‌ବିନ୍ଦରଙ୍କ ପତ୍ନୀ ଅଚେତ୍‌ ହୋଇଯିବାରୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ଦୁଃଖରେ ଭାଙ୍ଗି ପଡ଼ିଥିବା ହେତୁ  ସୁଖ୍‌ଜିନ୍ଦର ପଠାଇଥିବା ଭିଡିଓଟି ସେ ଦେଖି ପାରି ନଥିଲେ । ସୁଖ୍‌ଜିନ୍ଦରଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ପରେ ଫେବୃଆରି ୨୨ରେ ଫୋନ୍‌ ଦେଖିବା ପରେ ତାଙ୍କ ପତ୍ନୀ ସୁଖ୍‌ଜିନ୍ଦର ପଠାଇଥିବା ଭିଡିଓ ଦେଖିଥିଲେ । ଭିଡିଓ ଦେଖି ପୁଣି ତାଙ୍କ ଆଖିରେ ଲୁହ ଆସି ଯାଇଥିଲା ।

ସମ୍ବନ୍ଧିତ ଖବର