ଇଟାଲିରେ ବ୍ୟାପକ ମାତ୍ରାରେ ହେଉଥିଲା ଦେହ ବ୍ୟବସାୟ ,ଜାଣନ୍ତୁ କିପରି ପ୍ରମାଣ ମିଳିଛି

ଇଟାଲିରେ ଏକ ସହର ଥିଲା ପମ୍ପି , ଯାହା ଅଗ୍ନି ଉଦଗିରଣ ଫଳରେ ଆଜିକୁ ପ୍ରାୟ ୨ ହଜାର ବର୍ଷତଳୁ ଧ୍ୱଂସ ହୋଇଯାଇଥିଲା । ସେହି ସଭ୍ୟତାର ଅନ୍ତ ଘଟିଥିଲା । ତେବେ ୧୭୪୮ ମସିହାରେ ସେଠାରେ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ଖୋଳାଯିବା ପରେ ସେଠାରେ ଯାହା ଦେଖିବାକୁ ମିଳିଥିଲା ତାହା ବାସ୍ତବିକ୍‌ ଅବିଶ୍ୱସନୀୟ । ଏଠାରୁ ଏକ ପ୍ରାଚୀନ ଅଥଚ ଆଧୁନିକ ସଭ୍ୟତାର ଅବଶିଷ୍ଟାଂଶ ମିଳିଥିଲା ।

ଖାଲି ସେତିକି ନୁହେଁ ଏଠାରେ ୧୦ଟି କକ୍ଷ ବିଶିଷ୍ଟ ବେଶ୍ୟାଳୟ ମଧ୍ୟ ମିଳିଥିଲା । ସେଠାରେ ପଥରରେ ନିର୍ମିତ ଶଯ୍ୟା ଏବଂ କାନ୍ଥରେ ପୁରୁଷ ନାରୀ ସମ୍ଭୋଗ କରୁଥିବାର ନଗ୍ନ ଚିତ୍ରମାନ ବି ଦେଖିବାକୁ ମିଳିଥିଲା । ଏହି ଶଯ୍ୟାରେ ଦେହଜୀବୀମାନେ ଗ୍ରାହକମାନଙ୍କ ସହ ରାତି ବିତାଉଥିଲେ । ଏହି ଚିତ୍ର ଏବଂ ପ୍ରାପ୍ତ ସାମଗ୍ରୀରୁ ସ୍ପଷ୍ଟ ସୂଚନା ମିଳୁଛି ଯେ ଇଟାଲିରେ ବ୍ୟାପକ ମାତ୍ରାରେ ଦେହ ବ୍ୟବସାୟ ହେଉଥିଲା ।

ସେହି ସମୟରେ ଦେହ ବ୍ୟବସାୟକୁ ବେଆଇନ୍‌ ବୋଲି ମନେ କରାଯାଉନଥିଲା । ତଥାପି ସେତେବେଳେ ଲୋକେ ମହିଳାମାନଙ୍କୁ ଯୌନ ଦାସୀଭାବେ ରଖୁଥିଲେ ବୋଲି ଐତିହାସିକମାନେ ସୂଚନା ଦେଇଛନ୍ତି । ଇଟାଲି ସରକାର ଏହାକୁ ୨୦୦୬ ମସିହାରେ ପର୍ଯ୍ୟଟକମାନଙ୍କପାଇଁ ଖୋଲା ରଖିଛନ୍ତି । ଏଠାରେ ମଧ୍ୟ ପ୍ରବଳ ଗହଳି ପରିଲକ୍ଷିତ ହେଉଛି ।

ସମ୍ବନ୍ଧିତ ଖବର