ସବୁ ଅଞ୍ଚଳକୁ ବଡ଼ ଗାଡ଼ି ପଶି ପାରୁନି ବୋଲି ସାଇକେଲ୍‌ରେ ବୁଲି ସଚେତନତା ବାର୍ତ୍ତା ବାଣ୍ଟିଲେ ପୁଣେର ପୁଲିସ୍‌ ଇନ୍‌ସ୍ପେକ୍ଟର

ପୁଣେ: କରୋନା ଭାଇରସ୍‌ ପାଇଁ ଏବେ ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ସଚେତନତା ବାର୍ତ୍ତା ଦେଉଥିବା ବେଳେ ପୁଣେର ଜଣେ ପୁଲିସ୍‌ ଅଧିକାରୀ ନିଜ ଅଞ୍ଚଳରେ ସାଇକେଲ୍‌ ଚଢ଼ି କୋଭିଡ୍‌-୧୯କୁ ନେଇ ସଚେତନତା ବାର୍ତ୍ତା ବାଣ୍ଟି ଚର୍ଚ୍ଚିତ ହୋଇଛନ୍ତି। ପୁଲିସ୍‌ ଜଣକ ହେଉଛନ୍ତି ଦେବିଦାସ ଘେୱାରେ। ସେ ଦୂତୱାଡ଼ି ପୁଲିସ୍‌ ‌ଷ୍ଟେସନ୍‌ରେ ଇନ୍‌ସ୍ପେକ୍ଟର ଅଛନ୍ତି।

ସେ ତାଙ୍କ ଅଞ୍ଚଳରେ ସାଇକେଲ୍‌ ଚଢ଼ି ଚଢ଼ି ନିୟମିତ ଭାବେ କରୋନା ସଚେତନତା ବାର୍ତ୍ତା ବାଣ୍ଟିବାରେ ଲାଗିଛନ୍ତି। ଘେୱାରେ କହନ୍ତି କି ତାଙ୍କ ଅଞ୍ଚଳରେ ୧୨-୧୪ଟି କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଅଛି। ଯେଉଁ ସବୁ ଅଞ୍ଚଳ ଭିତରକୁ ବଡ଼ ଗାଡ଼ି‌ ପଶିପାରିବ ନାହିଁ ସେ ଅଞ୍ଚଳକୁ କେବଳ ସାଇକେଲ୍‌ ହିଁ ଯାଇପାରିବ। ସେହି କାରଣରୁ ସେ ସାଇକେଲ୍‌ ନେଇ ଲୋକଙ୍କୁ ସଚେତନ କରାଉଛନ୍ତି।

Mid-Day

ସେ କହନ୍ତି କି ତାଙ୍କ ଅଞ୍ଚଳରେ ଥିବା ୧୨-୧୪ଟି କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ପ୍ରାୟତଃ ବସ୍ତିର। ସେହି ସବୁ ଅଞ୍ଚଳ ଅନେକ ଥର ସିଲ୍‌ ହୋଇ ସାରିଛି। ସେମାନଙ୍କୁ ସଚେତନ କରାଇବା ନିହାତି ଦରକାର। ସେହି ସବୁ ଅଞ୍ଚଳକୁ ଭ୍ୟାନ ପଶିପାରିବ ନାହିଁ ବୋଲି ସାଇକେଲ୍‌ ନେଇ ଯିବାକୁ ପଡୁଛି ବୋଲି।

‌ସେ ଆହୁରି ବି କହିଛନ୍ତି କି କରୋନା ସମୟରେ ବ୍ୟାୟାମ କରିବା ନିହାତି ଜରୁରୀ। ଯେହେତୁ କର୍ମକ୍ଷେତ୍ରରେ ରହି ବ୍ୟାୟାମ କରି ହେଉନାହିଁ ସାଇକେଲ୍‌ ନେଇ ଗଲେ ଦୁଇଟା କାମ ଏକା ସାଥିରେ ହୋଇ ଯାଉଛି।

ସମ୍ବନ୍ଧିତ ଖବର